Biblia Todo Logo
Bib sou entènèt

- Piblisite -




ମଲାଖୀ 3:12 - ପବିତ୍ର ବାଇବଲ

12 “ଅନ୍ୟ ଦେଶର ଲୋକମାନେ ତୁମ୍ଭମାନଙ୍କୁ ସୁଖୀ ବୋଲି କହିବେ। ତୁମ୍ଭର ଦେଶ ଉତ୍ତମ ଓ ମନୋହର ହେବ।” ଏହା ସର୍ବଶକ୍ତିମାନ୍ ସଦାପ୍ରଭୁ କହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯାବତୀୟ ଗୋଷ୍ଠୀ ତୁମ୍ଭମାନଙ୍କୁ ସୁଖୀ କହିବେ; କାରଣ ତୁମ୍ଭେମାନେ ଏକ ମନୋହର ଦେଶ ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

12 “ସମସ୍ତ ଗୋଷ୍ଠୀ ତୁମ୍ଭମାନଙ୍କୁ ସୁଖୀ କହିବେ କାରଣ ତୁମ୍ଭେମାନେ ଏକ ମନୋହର ଦେଶ ହେବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସମସ୍ତ ଗୋଷ୍ଠୀ ତୁମ୍ଭମାନଙ୍କୁ ସୁଖୀ କହିବେ କାରଣ ତୁମ୍ଭେମାନେ ଏକ ମନୋହର ଦେଶ ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

Gade chapit la Kopi




ମଲାଖୀ 3:12
15 Referans Kwoze  

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ସେହି ଦିନମାନଙ୍କରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ଲୋକ, ଜଣେ ଯିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, ‘ତୁମ୍ଭ ସହିତ ଆମ୍ଭେ ଯିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି।’”


ପୁଣି ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧ୍ୟରେ ବିଖ୍ୟାତ ହେବେ। ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।”


ତୁମ୍ଭର ‘ଦେଶ ପରିତ୍ୟକ୍ତା ବୋଲି’ ନାମିତ ହେବ ନାହିଁ; କିମ୍ବା ତୁମ୍ଭର ଦେଶକୁ କେହି ‘ଅନାଥିନୀ’ ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ ‘ପରମେଶ୍ୱରଙ୍କ କନ୍ୟା’ ରୂପେ ବିବେଚିତ ହେବ ଏବଂ ‘ମୋର ଉଲ୍ଲାସ ତାହାର ମଧ୍ୟ ହୋଇଅଛି’ କାରଣ ସଦାପ୍ରଭୁ ତୁମ୍ଭ ଉପରେ ସନ୍ତୋଷ ଅଛନ୍ତି।


ମୋର କିଛି ମହତ୍ତ୍ୱ ନାହିଁ, କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।


ଉତ୍ତର ଦେଶର ରାଜା ରମ୍ୟ ଦେଶରେ ପ୍ରବେଶ କରିବ ତହିଁରେ ଅନେକ ଦେଶ ପରାସ୍ତ ହେବେ। ମାତ୍ର ଇଦୋମ, ମୋୟାବ ଓ ଅମୋନ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ।


ତା'ପରେ ସେହି ଶିଙ୍ଗଗୁଡ଼ିକୁ ମଧ୍ୟରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ୟଦେଶ ଆଡ଼କୁ ବଢ଼ିଲା।


ତା'ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା'ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’


ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ। ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ। ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।


ସଦାପ୍ରଭୁଙ୍କ ପାଇଁ ଉପହାର ନେଇ ବହୁତ ଲୋକ ଯିରୁଶାଲମକୁ ଆସିଲେ। ସେମାନେ ଯିହୁଦାର ରାଜା ହିଜକିୟଙ୍କ ପାଇଁ ମୂଲ୍ୟବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିୟଙ୍କୁ ସମ୍ମାନ କଲେ।


ସେହି ଦେଶ ବିଷୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମନୋଯୋଗ କରନ୍ତି। ବର୍ଷର ଆରମ୍ଭରୁ ବର୍ଷର ଶେଷ ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦୃଷ୍ଟି ତହିଁ ଉପରେ ସର୍ବଦା ଥାଏ।


ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଟୁବାକ୍ୟ ପ୍ରୟୋଗ କରୁଛ।” ତଥାପି ତୁମ୍ଭେ କହୁଛ, “ଆମ୍ଭେମାନେ ଆପଣଙ୍କ ବିରୁଦ୍ଧରେ କ’ଣ କହିଅଛୁ?”


ଜଣେ ଯୁବକ ଯେପରି ଜଣେ କନ୍ୟାକୁ ପ୍ରେମ କରେ, ସେହିପରି ତୁମ୍ଭର ପୁତ୍ରମାନେ ତୁମ୍ଭକୁ ବିବାହ କରିବେ। ପୁଣି ବର ଯେପରି ତା'ର କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।


Swiv nou:

Piblisite


Piblisite