Biblia Todo Logo
Bib sou entènèt

- Piblisite -




ମଲାଖୀ 1:2 - ପବିତ୍ର ବାଇବଲ

2 ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ରେମ କରିଅଛୁ।” ମାତ୍ର ତୁମ୍ଭେମାନେ କହିଲ, “ତୁମ୍ଭେ କିପରି ଆମ୍ଭଙ୍କୁ ତୁମ୍ଭର ପ୍ରେମ ଦେଖାଇଛ?” ସଦାପ୍ରଭୁ କହିଲେ, “ଏଷୌ କ’ଣ ଯାକୁବର ଭାଇ ନୁହେଁ? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରିଅଛୁ। ତଥାପି ତୁମ୍ଭେମାନେ କହୁଅଛ, ତୁମ୍ଭେ କାହିଁରେ ଆମ୍ଭମାନଙ୍କୁ ପ୍ରେମ କରିଅଛ? ସଦାପ୍ରଭୁ କହନ୍ତି, ଏଷୌ କି ଯାକୁବର ଭାଇ ନ ଥିଲା? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।

Gade chapit la Kopi

ଓଡିଆ ବାଇବେଲ

2 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରିଅଛୁ।” ତଥାପି ତୁମ୍ଭେମାନେ କହୁଅଛ, “ତୁମ୍ଭେ କାହିଁରେ ଆମ୍ଭମାନଙ୍କୁ ପ୍ରେମ କରିଅଛ ?” ସଦାପ୍ରଭୁ କହନ୍ତି, “ଏଷୌ କି ଯାକୁବର ଭାଇ ନ ଥିଲା ?” “ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ପ୍ରେମ କରିଅଛୁ। ତଥାପି ତୁମ୍ଭେମାନେ କହୁଅଛ, ‘ତୁମ୍ଭେ କାହିଁରେ ଆମ୍ଭମାନଙ୍କୁ ପ୍ରେମ କରିଅଛ?’” ସଦାପ୍ରଭୁ କହନ୍ତି, “ଏଷୌ କି ଯାକୁବର ଭାଇ ନ ଥିଲା? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।

Gade chapit la Kopi




ମଲାଖୀ 1:2
32 Referans Kwoze  

ସଦାପ୍ରଭୁ ତାକୁ ବହୁଦୂର ସ୍ଥାନରୁ ଦର୍ଶନ ଦେଲେ ଓ କହିଲେ, “ଆମ୍ଭେ ଚିରସ୍ଥାୟୀ ଭାବରେ ତୁମ୍ଭକୁ ପ୍ରେମ କରି ଆସିଛୁ। ଏଣୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିବା।


କେବଳ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପ୍ରତି ସ୍ନେହ କରିବାକୁ ଏବଂ ସେମାନଙ୍କ ପରେ ସେମାନଙ୍କର ବଂଶଧରମାନଙ୍କୁ ବାଛିବାକୁ ସଦାପ୍ରଭୁଙ୍କର ସନ୍ତୋଷ ଥିଲେ। ସେମାନଙ୍କ ପରେ ଆଜି ପର୍ଯ୍ୟନ୍ତ ସମସ୍ତ ଜାତି ମଧ୍ୟରୁ ତୁମ୍ଭ ଜାତିଗଣଙ୍କୁ ମନୋନୀତ କରିଛନ୍ତି।


“ସେମାନଙ୍କ ପରେ ସେମାନଙ୍କ ଭବିଷ୍ୟଦ୍ ବଂଶଧର ତୁମ୍ଭକୁ ହିଁ ମନୋନୀତ କଲେ। କାରଣ ସେ ତୁମ୍ଭର ପୂର୍ବପୁରୁଷମାନଙ୍କୁ ସ୍ନେହ କଲେ ଏବଂ ତୁମ୍ଭମାନଙ୍କୁ ତାଙ୍କର ମହାନ ଶକ୍ତି ବଳରେ ମିଶରରୁ ବାହାର କରି ଆଣିଲେ।


ତୁମ୍ଭେମାନେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭେମାନେ ଶିକ୍ଷା ଦେଲ ଯେ ମନ୍ଦକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ଆଦର କରନ୍ତି। ଆଉ ମଧ୍ୟ କହିଲ ପରମେଶ୍ୱର ସେହି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବେଚନା କରନ୍ତି। ଆଉମଧ୍ୟ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ୱରଙ୍କର ନ୍ୟାୟ କେଉଁଠାରେ ଅଛି।


ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟପ୍ରତି ଧ୍ୟାନ ଦିଅ। “ଆମ୍ଭେ କ’ଣ ଇସ୍ରାଏଲ ପ୍ରତି ପ୍ରାନ୍ତରସ୍ୱରୂପ କିଅବା ନିବିଡ଼ ଅନ୍ଧକାରମୟ ଦେଶ ସ୍ୱରୂପ ହୋଇଅଛୁ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, ‘ଆମ୍ଭେମାନେ ବନ୍ଧନମୁକ୍ତ ହୋଇଅଛୁ, ଆମ୍ଭେମାନେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ?’


ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି ଓ ଅସାର ଦେବତାମାନଙ୍କର ପଶ୍ଚା‌‌ଦ୍‌‌ଗମନ କରି ଅସାର ହୋଇଅଛନ୍ତି?


ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।


ପରମେଶ୍ୱର ମୋତେ କହିଲେ, ‘ଦେଖ, ମୁଁ ତୁମ୍ଭର ପରିବାରକୁ ବୃଦ୍ଧି କରିବି ଓ ତୁମ୍ଭଠାରୁ ନାନା ଜନସମାଜ ସୃଷ୍ଟି କରିବି। ତୁମ୍ଭର ବଂଶଧରକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବି।’


ଏହା ପରେ ଇ‌ସ୍‌ହାକ ବହୁତ ବ୍ୟସ୍ତ ହେଲେ ଏବଂ କହିଲେ, “ତେବେ ସିଏ କିଏ ଥିଲା, ଯେ ପ୍ରଥମେ ତୁମ୍ଭ ପୂର୍ବରୁ ରନ୍ଧାମାଂସ ଧରି ଆସିଥିଲା? ମୁଁ ତାହା ଖାଇ ତାଙ୍କୁ ଆଶୀର୍ବାଦ କଲି। ବର୍ତ୍ତମାନ ମୋର ଆଶୀର୍ବାଦ ଫେରାଇବା ପାଇଁ ଡେରି ହୋଇଛି।”


ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ। ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ।”


ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?”


ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଛି! ଯେପରି ମୁଁ ତୁମ୍ଭକୁ ପ୍ରେମ କରିଛି ତୁମ୍ଭେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର।


ତଥାପି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବିଲିୟମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପ୍ରେମ କରିବାରୁ ସେହି ଶାପକୁ ଲେଉଟାଇ ଆଶୀର୍ବାଦ କଲେ।


ହଁ, ସେ ଲୋକମାନଙ୍କୁ ପ୍ରେମ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସେମାନେ ତୁମ୍ଭର ଚରଣ ତଳେ ବସିଲେ। ପ୍ରତ୍ୟେକ ଲୋକ ତୁମ୍ଭ ବାକ୍ୟ ଗ୍ରହଣ କରିବେ।


ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ? ନିଜ ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ନିଜ ମହାଶକ୍ତିରେ ଯିଏ ବିଜେ କରୁଛନ୍ତି, ସେ କିଏ? ସଦାପ୍ରଭୁ କୁହନ୍ତି, “ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।”


ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧରେ ଲିପ୍ତ ଥିଲେ। ସେମାନେ ମଧ୍ୟ ସେମାନଙ୍କର ଭାଇମାନଙ୍କୁ ‌‌ଖ‌ଡ଼୍‌ଗଧରି ଗୋଡ଼ାଇଲେ। ଏବଂ ଟିକିଏ ହେଲେ ଦୟା ଦେଖାଇ ନ ଥିଲେ। ଇଦୋମ ନିଜର କ୍ରୋଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କ୍ରୋଧ ବନ୍ଦ କଲେ ନାହିଁ। ଇସ୍ରାଏଲୀୟମାନଙ୍କୁ ସେମାନେ ବନ୍ୟପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।


ଜ୍ୟେଷ୍ଠ ବାହାରି ଆସିଲା ରକ୍ତବର୍ଣ୍ଣ ଦେଖାଯାଉଥିଲା, ତାଙ୍କର ଚର୍ମ ଲୋମଶ ବସ୍ତ୍ରପରି ଥିଲା। ଏଣୁ ଏହାର ନାମ ଏଷୌ ଦିଆଗଲା।


ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇ‌ସ୍‌ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜନ୍ମ ହେଲେ।


ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ୱର ଚିରକାଳ ଇସ୍ରାଏଲକୁ ପ୍ରେମ କରନ୍ତି। ତେଣୁ ସେ ଉଚିତ୍ ବିଗ୍ଭର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”


ଯିହୋରାମଙ୍କୁ ଯିହୋଶାଫଟ୍ ପଗ୍ଭରିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?” ଯିହୋରାମ୍ ଉତ୍ତର ଦେଲେ, “ଆମ୍ଭେମାନେ ଇଦୋମର ମରୁଭୂମି ପ୍ରାନ୍ତର ଦେଇ ଯିବା।”


Swiv nou:

Piblisite


Piblisite