Biblia Todo Logo
Bib sou entènèt

- Piblisite -




ମଲାଖୀ 1:14 - ପବିତ୍ର ବାଇବଲ

14 “କେତେକ ଲୋକ ଅଛନ୍ତି ଯେଉଁମାନେ ଶପଥ ନିଅନ୍ତି, ଭଲ ସୁସ୍ଥ ପଶୁକୁ ବଳିଦେବା ପାଇଁ, କିନ୍ତୁ ଶେଷରେ ସେମାନେ ରୁ‌ଗ୍‌ଣ ପଶୁକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରନ୍ତି। ସେଥିପାଇଁ ସେମାନେ ଅଭିଶପ୍ତ ହେବେ। ଆମ୍ଭେ ଜଣେ ମହାନ ରାଜା ଅଟୁ। ଆମ୍ଭକୁ ତୁମ୍ଭେମାନେ ସମ୍ମାନ କରିବା ଉଚିତ୍ ଓ ସମଗ୍ର ବିଶ୍ୱ ଆମ୍ଭକୁ ଭୟ ଓ ସମ୍ମାନ କରିବା ଉଚିତ୍।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ମାତ୍ର ଆପଣା ପଲର ପୁଂପଶୁ ଥିଲେ ହେଁ ଯେଉଁ ପ୍ରତାରକ ମାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଖୁନ୍ତବିଶିଷ୍ଟ ପଶୁ ଉତ୍ସର୍ଗ କରେ, ସେ ଶାପଗ୍ରସ୍ତ ହେଉ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ମହାନ ରାଜା ଅଟୁ ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ଭୟଙ୍କର ଅଟେ।

Gade chapit la Kopi

ଓଡିଆ ବାଇବେଲ

14 ମାତ୍ର ଆପଣା ପଲର ପୁଂପଶୁ ଥିଲେ ହେଁ ଯେଉଁ ପ୍ରତାରକ ମାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଖୁନ୍ତବିଶିଷ୍ଟ ପଶୁ ଉତ୍ସର୍ଗ କରେ, ସେ ଅଭିଶପ୍ତ ହେଉ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ମହାନ୍ ରାଜା ଅଟୁ ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ଭୟଙ୍କର ଅଟେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ମାତ୍ର ଆପଣା ପଲର ପୁଂପଶୁ ଥିଲେ ହେଁ ଯେଉଁ ପ୍ରତାରକ ମାନତ କରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଖୁନ୍ତବିଶିଷ୍ଟ ପଶୁ ଉତ୍ସର୍ଗ କରେ, ସେ ଅଭିଶପ୍ତ ହେଉ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ମହାନ ରାଜା ଅଟୁ ଓ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ନାମ ଭୟଙ୍କର ଅଟେ।”

Gade chapit la Kopi




ମଲାଖୀ 1:14
39 Referans Kwoze  

ଯଦି ତୁମ୍ଭମାନଙ୍କର ଦାନ ଦେବାର ଇଚ୍ଛା ଅଛି, ତା'ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହେବ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେହି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ୟ କରାଯିବ; ତୁମ୍ଭମାନଙ୍କ ପାଖରେ ଯାହା ନାହିଁ, ସେ ଅନୁସାରେ ନୁହେଁ।


ତୁମ୍ଭେମାନେ ଯଜ୍ଞବେଦି ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ’ଣ ଭୁଲ୍ ନୁହେଁ? ତୁମ୍ଭେମାନେ ଯେଉଁ ଛୋଟା ଓ ରୋଗୀ ପଶୁଗୁଡ଼ିକୁ ଉତ୍ସର୍ଗ କରୁଛ ତାହା ମଧ୍ୟ ଭୁଲ୍ ନୁହେଁ କି? ତୁମ୍ଭେମାନେ ଯଦି ସେହି ଭେଟି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ’ଣ ସନ୍ତୁଷ୍ଟ ହେବେ? ନା, ସେ କେବେହେଲେ ସେ ଭେଟି ଗ୍ରହଣ କରିବେ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।


କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ୱାସୀ, ଘୃଣାକାର୍ଯ୍ୟ, ନରହତ୍ୟା, ଯୌନଗତ ପାପ, ମନ୍ଦ କୁହୁକ କରନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ୟାବାଦୀ ସେମାନେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦରେ ସ୍ଥାନ ପାଇବେ। ଏହା ଦ୍ୱିତୀୟ ମୃତ୍ୟୁ।’’


ତା'ପରେ ସେହି ସେବକଟିର ମାଲିକ କୌଣସି ଦିନ ଆସି ପହଞ୍ଚି ଯିବେ। ସେତେବେଳେ ସେବକଟି ପ୍ରସ୍ତୁତ ନ ଥିବ। ମାଲିକ ଆସି ଏପରି ହଠାତ୍ ପହଞ୍ଚି ଯିବେ ବୋଲି ସେବକଟି ଭାବି ମଧ୍ୟ ପାରି ନ ଥିବ। ତା'ପରେ ମାଲିକ ସେବକଟିକୁ କଠିନ ଦଣ୍ଡ ଦେବେ ଓ ଅନ୍ୟ ଅବାଧ୍ୟ ଲୋକଙ୍କ ପାଖକୁ ତଡ଼ି ଦେବେ।


“ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ୱ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନରେ ପବିତ୍ର ନୈବେଦ୍ୟ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶରେ ମହାନ ଅଟେ।” ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।


ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।


ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି। ସେ ଜୀବନ୍ତ ପରମେଶ୍ୱର ଓ ଅନନ୍ତକାଳସ୍ଥାୟୀ ରାଜା। ଯେତେବେଳେ ସେ କୋପ କରନ୍ତି ପୃଥିବୀ କମ୍ପିତ ହୁଏ। ବିଦେଶୀ ରାଷ୍ଟ୍ର ତାଙ୍କ କ୍ରୋଧ ସହ୍ୟ କରି ପାରିବେ ନାହିଁ।


ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି। ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।


ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି। ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।


ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? ସମସ୍ତଙ୍କର ତୁମ୍ଭେ ପ୍ରଶଂସନୀୟ ଅଟ। କାରଣ କେବଳ ତୁମ୍ଭେ ହିଁ ପବିତ୍ର; ସମସ୍ତ ଜାତିଗୁଡ଼ିକ ତୁମ୍ଭ ପାଖକୁ ଆସିବେ ଓ ତୁମ୍ଭର ଉପାସନା କରିବେ। କାରଣ ତୁମ୍ଭେ ହିଁ ନ୍ୟାୟବନ୍ତ ଏହା ଜଗତେ ବିଦିତ।”


କାରଣ ଆମ୍ଭ ପରମେଶ୍ୱର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।


ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।


ପୁଣି ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମୋର ପାପ ସ୍ୱୀକାର କରି କହିଲି, “ହେ ସଦାପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ଦୟା ଓ ନିୟମ କରିଥାଅ।


ଏଣୁ ମୁଁ ନବୂଖ‌ଦ୍‌ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।


ଯଦି ଜଣେ ସଦାପ୍ରଭୁଙ୍କ କଥା ପାଳନ ନ କରେ ଓ ଯଦି ସେ ସେହି ଲୋକମାନଙ୍କୁ ରକ୍ତପାତ କରିବାକୁ ‌‌ଖ‌ଡ଼୍‌ଗ ବ୍ୟବହାର ନ କରେ ତେବେ ସେ ଶାପଗ୍ରସ୍ତ ହେଉ।


କାରଣ ଯେ ଅନନ୍ତକାଳ ନିବାସୀ, ଯାହାଙ୍କର ନାମ ପରମେଶ୍ୱର, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି; “ଆମ୍ଭେ ଊର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ। ଆଉ ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକଙ୍କ ସହିତ ହିଁ ବାସ କରୁ।


“ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯେବେ ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବ।


ଯଦି ମୋର ପିତା ମୋତେ ସ୍ପର୍ଶ କରନ୍ତି। ସେ ଜାଣି ପାରିବେ ଯେ ମୁଁ ଏଷୌ ନୁହେଁ। ତା'ପରେ ସେ ମୋତେ ଆଶୀର୍ବାଦ କରିବା ପରିବର୍ତ୍ତେ ଅଭିଶାପ ଦେବେ। କାରଣ ମୁଁ ତାଙ୍କୁ ପ୍ରବଞ୍ଚନା କରିବାକୁ ଚେଷ୍ଟା କରୁଛି।”


“ଏ ସ୍ତ୍ରୀ ଲୋକଟି ମୋ’ ପାଇଁ ଯାହା କରି ପାରିବାର ଶକ୍ତି ଥିଲା, ସେ ସେତକ କରିଛି। ସମାଧି ନିମନ୍ତେ ମୋ’ ଦେହକୁ ପ୍ରସ୍ତୁତ କରିବା ପାଇଁ ସେ ମୋ’ ଦେହରେ ମୋର ମୃତ୍ୟୁ ପୂର୍ବରୁ ଅତର ଢାଳିଛି।


ମାଲିକ ତାକୁ କଠିନ ଶାସ୍ତି ଦେବେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠାରେ ଲୋକମାନେ କାନ୍ଦନ୍ତି ଓ ଯନ୍ତ୍ରଣାରେ ଦାନ୍ତ କଡ଼ମଡ଼ କରନ୍ତି ସେହି ସ୍ଥାନକୁ ପଠାଇଦେବେ।


ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ।


ଏହିପରି ଭାବରେ, ସମଗ୍ର ଗୋଷ୍ଠୀ ମୋର ଦ୍ରବ୍ୟ ଗ୍ଭେରି କରିଛ। ତୁମ୍ଭେମାନେ ସମ୍ପୂର୍ଣ୍ଣ ଅଭିଶପ୍ତ।”


କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର। ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।


ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ। ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି। ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର।


ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ। ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।


ତହିଁରେ ରାଜା ଅରୌଣାକୁ କହିଲେ, “ନା, ମୁଁ ଅବଶ୍ୟ ମୂଲ୍ୟ ଦେଇ ତୁମ୍ଭଠାରୁ ଏସବୁ କିଣିବି ଆଉ ମୁଁ ସଦାପ୍ରଭୁ ମୋ’ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବିନା ମୂଲ୍ୟର ହୋମବଳି ଉତ୍ସର୍ଗ କରିବି ନାହିଁ।” ତହୁଁ ଦାଉଦ ପଗ୍ଭଶ୍ ଶେକଲ ରୂପାରେ ସେହି ଶସ୍ୟ ମର୍ଦ୍ଦନ ସ୍ଥାନ ଓ ବୃଷ ସବୁ କିଣିଲେ।


ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ଯିଏ କି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।


ଶତ୍ରୁସୈନ୍ୟ ମୋୟାବକୁ ଆକ୍ରମଣ କରି ତାହାକୁ ଧ୍ୱଂସ କରିବେ। ତାହା ବଳବାନ୍ ସୈନ୍ୟମାନଙ୍କୁ ବଧ୍ୟ ସ୍ଥାନରେ ବଧ କରିବ।” ଏହା ସୈନ୍ୟାଧିପତି ସଦାପ୍ରଭୁ ଏବଂ ରାଜା, ଏହି କଥା କହନ୍ତି।


ସେହି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ୱଂସ କରିବେ। ତା'ପରେ ସବୁ ଦେଶରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।


“ହେ ଯାଜକଗଣ, ଏହି ବିଧି ତୁମ୍ଭମାନଙ୍କ ପାଇଁ।


ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି। ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।


ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି। ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।


ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ। ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।


Swiv nou:

Piblisite


Piblisite