Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:60 - ପବିତ୍ର ବାଇବଲ

60 କିନ୍ତୁ ଯୀଶୁ ତାହାକୁ କହିଲେ, “ମୃତ ଲୋକଙ୍କୁ ମୃତ ଲୋକମାନେ କବର ଦେବେ। କିନ୍ତୁ ତୁମ୍ଭେ ଯାଇ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଗ୍ଭର କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

60 ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ଵରଙ୍କ ରାଜ୍ୟ ପ୍ରଚାର କର।

Gade chapit la Kopi

ଓଡିଆ ବାଇବେଲ

60 ମାତ୍ର ସେ ତାହାଙ୍କୁ କହିଲେ, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ୱରଙ୍କ ରାଜ୍ୟ ପ୍ରଚାର କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

60 ଯୀଶୁ ଉତ୍ତର ଦେଲେ, “ମୃତମାନେ ମୃତମାନଙ୍କୁ କବର ଦିଅନ୍ତୁ। ତୁମେ ଯାଅ ଓ ଈଶ୍ୱରଙ୍କ ରାଜ୍ୟର ବାର୍ତ୍ତା ଘୋଷଣା କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

60 ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”

Gade chapit la Kopi




ଲୂକ ଲିଖିତ ସୁସମାଚାର 9:60
14 Referans Kwoze  

କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ୟ କେବଳ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ୟ ପ୍ରକୃତରେ ମୃତ।


“ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯାହାଙ୍କଠାରେ ପରମେଶ୍ୱରଙ୍କର ସାତୋଟି ଆତ୍ମା ଓ ସାତୋଟି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି, “ମୁଁ ତୁମ୍ଭ କର୍ମ ବିଷୟରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତରେ ମୃତ।


କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂଯମ କର। କ୍ଳେଶ ଆସିଲେ ସେଗୁଡ଼ିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ୱରଙ୍କ ଜଣେ ସେବକ ଭାବରେ ସମସ୍ତ କର୍ତ୍ତବ୍ୟ କରୁଥାଅ।


ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କର। ସବୁବେଳେ ପ୍ରସ୍ତୁତ ରୁହ। ଲୋକମାନଙ୍କୁ କୁହ ଯେ ସେମାନେ କ’ଣ କରିବା ଉଚିତ୍, ସେମାନେ ଭୁଲ୍ କଲାବେଳେ ସେମାନଙ୍କୁ ଅନୁଯୋଗ କର ଓ ସେମାନଙ୍କୁ ଉତ୍ସାହ ଦିଅ। ଅତି ଧୈର୍ଯ୍ୟ ସହକାରେ ଓ ଯତ୍ନପୂର୍ବକ ଶିକ୍ଷା ଦ୍ୱାରା ଏହି ସମସ୍ତ ବିଷୟ କର।


କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସୀ ହେବା ଓ ଭୋଜି କରିବା ଉଚିତ୍।’”


ସେ ସମୟରେ ଆମ୍ଭେ ପରମେଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ।


ପୂର୍ବରୁ ତୁମ୍ଭର ପାପ ହେତୁ ଓ ପରମେଶ୍ୱରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ଯ୍ୟ ହେତୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।


ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ମୋର ଗର୍ବ କରିବା କିଛି ନାହିଁ। ଏହା ମୋହର କର୍ତ୍ତବ୍ୟ। ମୁଁ ଯଦି ସୁସମାଗ୍ଭର ପ୍ରଗ୍ଭର ନ କରିବି, ତେବେ ମୋ’ ଜୀବନ ଧିକ୍।


ଯୀଶୁ ଯିହୂଦୀ ସମାଜଗୃହମାନଙ୍କରେ ସ୍ୱର୍ଗରାଜ୍ୟରେ ସୁସମାଗ୍ଭର ପ୍ରଗ୍ଭର କରି ଓ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ପୀଡ଼ା ଦୂର କରି ସମଗ୍ର ଗାଲିଲୀ ରାଜ୍ୟରେ ଭ୍ରମଣ କଲେ।


କିନ୍ତୁ ଯୀଶୁ ତାହାକୁ କହିଲେ, “ମୋର ଅନୁସରଣ କର, ମରିଯାଇଥିବା ଲୋକମାନେ ଏହି ମୃତ ଲୋକଙ୍କୁ କବର ଦିଅନ୍ତୁ।”


ମୋର ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।’ ତେଣୁ ସେମାନେ ଭୋଜିର ଆୟୋଜନ କଲେ।


Swiv nou:

Piblisite


Piblisite