Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:49 - ପବିତ୍ର ବାଇବଲ

49 ଯୋହନ କହିଲେ, “ଗୁରୁ, ଆମ୍ଭେମାନେ ଜଣେ ଲୋକକୁ ଆପଣଙ୍କ ନାମ ନେଇ ଭୂତମାନଙ୍କୁ ଲୋକଙ୍କ ଦେହରୁ ତଡ଼ି ଦେଉଥିବାର ଦେଖିଲୁ। ଆମ୍ଭେମାନେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ୟମାନଙ୍କ ଗୋଷ୍ଠୀର ଲୋକ ନୁହେଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।

Gade chapit la Kopi

ଓଡିଆ ବାଇବେଲ

49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

49 ଯୋହନ କହିଲେ, “ଗୁରୁ, ଆମେ ଜଣେ ଲୋକକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବା ଦେଖିଲୁ, କିନ୍ତୁ ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ବାରଣ କଲୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 9:49
10 Referans Kwoze  

“ଆମ୍ଭେ ତୁମ୍ଭମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ନ ଦେବା ପାଇଁ କଠୋର ଆଦେଶ ଦେଇଥିଲୁ କିନ୍ତୁ ତୁମ୍ଭେମାନେ ନିଜ ନିଜ ଶିକ୍ଷା ଦ୍ୱାରା ଯିରୁଶାଲମକୁ ପୂର୍ଣ୍ଣ କରି ଦେଇଛ। ତୁମ୍ଭେମାନେ ଏ ଲୋକର ମୃତ୍ୟୁ ଦୋଷ ଆମ୍ଭମାନଙ୍କ ଉପରେ ଲଦି ଦେବା ପାଇଁ ଗ୍ଭହୁଁଛ।”


ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।”


ସେମାନେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦେବା ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣଯିହୂଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ୟ ବଢ଼ି ଗ୍ଭଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ଆସି ପଡ଼ିଲାଣି।


କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠାରେ ନେବା ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, “ମୋର ତୁମ୍ଭଠାରୁ ବାପ୍ତିସ୍ମ ନେବା ଦରକାର। ତୁମ୍ଭେ ମୋ’ ପାଖକୁ କାହିଁକି ଆସିଛ?”


ମୋଶା ଓ ଏଲିୟ ଯିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଭଲ ହେଲା ଯେ ଆମ୍ଭେମାନେ ଏଠାରେ ଅଛୁ। ଆମ୍ଭେମାନେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ, ସେ କ’ଣ କହୁଛନ୍ତି।


Swiv nou:

Piblisite


Piblisite