Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:44 - ପବିତ୍ର ବାଇବଲ

44 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଯାହା କହିବି, ତାହା ଭୁଲିବ ନାହିଁ। ମନୁଷ୍ୟପୁତ୍ରଙ୍କୁ କେତେଜଣ ମନୁଷ୍ୟମାନଙ୍କ ହାତରେ ଧରେଇ ଦେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ଏହିସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

44 ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

44 “ମୁଁ ତୁମ୍ଭମାନଙ୍କୁ ଯାହା କହୁବାକୁ ଯାଉଛି, ତାହା ଭୁଲିଯାଅ ନାହିଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 “ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 9:44
26 Referans Kwoze  

ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ।


“ଏ କଥା ସତ୍ୟ ଯେ ମନୁଷ୍ୟପୁତ୍ର ଅନେକ ଯାତନା ନିଶ୍ଚୟ ଭୋଗ କରିବେ। ପ୍ରାଚୀନ ଯିହୂଦୀ ନେତା, ପ୍ରଧାନଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କୁ ଅସ୍ୱୀକାର କରିବେ। ମନୁଷ୍ୟପୁତ୍ରଙ୍କୁ ମାରିଦେବେ। କିନ୍ତୁ ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ।”


ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ।


କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତରେ ଗୋପନ ରଖି, ନିରନ୍ତର ଚିନ୍ତା କରିବାକୁ ଲାଗିଲେ।


ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା'ର ପାପ ଆହୁରି ଗୁରୁତର।”


ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତେବେଳେ ଏସବୁ ଘଟିବାର ସମୟ ଆସିବ, ସେତେବେଳେ ତୁମ୍ଭେମାନେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି। “ମୁଁ ତୁମ୍ଭମାନଙ୍କ ସହିତ ଥିବା ବେଳେ ଆରମ୍ଭରୁ ଏସବୁ କଥା ତୁମ୍ଭମାନଙ୍କୁ କହି ନ ଥିଲି।


ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”


ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ୟଙ୍କୁ କହିଲେ, “ଶୁଣ, ଆମ୍ଭେମାନେ ଯିରୁଶାଲମକୁ ଯାଉଛୁ। ପରମେଶ୍ୱର ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମନୁଷ୍ୟପୁତ୍ରଙ୍କ ବିଷୟରେ ଯାହାସବୁ ଲେଖିବାକୁ କହିଥିଲେ, ସେ ସବୁ ଘଟିବ।


ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ।


ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ।


କାରଣ ସେ ନିଜ ଶିଷ୍ୟମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦେବାକୁ ଗ୍ଭହୁଁଥିଲେ। ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନଙ୍କ ହସ୍ତରେ ସମର୍ପଣ କରାଯିବ। ସେମାନେ ତାହାଙ୍କୁ ବଧ କରିବେ। କିନ୍ତୁ ମୃତ୍ୟୁର ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ।”


ତା'ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥାନ ହେବେ।”


“ଦୁଇ ଦିନ ପରେ ନିସ୍ତାରପର୍ବ ହେବା କଥା ତୁମ୍ଭେ ଜାଣ। ସେହି ଦିନ କ୍ରୁଶରେ ଚଢ଼ାଇ ମନୁଷ୍ୟପୁତ୍ରଙ୍କୁ ମାରି ଦେବା ପାଇଁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦିଆଯିବ।”


ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ଯିରୁଶାଲମକୁ ଯିବେ। ସେଠାରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ୱାରା ସେ ଅନେକ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ୟୁରୁ ତୃତୀୟ ଦିନ ପୁନର୍ଜୀବିତ ହେବେ।


ଦାଉଦ ଗା‌‌‌‌ଦ୍‌‌‌‌କୁ କହିଲେ, “ମୁଁ କି ଅସୁବିଧାରେ ପଡ଼ିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତୁ, କିନ୍ତୁ ମଣିଷ ହାତରେ ଦଣ୍ତ ନ ଦିଅନ୍ତୁ।”


ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ?


Swiv nou:

Piblisite


Piblisite