Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:34 - ପବିତ୍ର ବାଇବଲ

34 ପିତର ଏହିସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡ଼ାଇ ପକେଇଲା। ମେଘ ସେମାନଙ୍କୁ ଘୋଡ଼ାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ସେ ଏହା କହୁ କହୁ ଖଣ୍ତେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୀତ ହେଲେ।

Gade chapit la Kopi

ଓଡିଆ ବାଇବେଲ

34 ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ସେ ଏହିପରି କହୁଥିବା ସମୟରେ, ଖଣ୍ଡିଏ ମେଘ ଭାସି ଆସି ତା’ର ଛାୟାରେ ସେମାନଙ୍କୁ ଆଚ୍ଛାଦନ କଲା। ଶିଷ୍ୟମାନେ ଭୟଭୀତ ହେଲେ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 9:34
12 Referans Kwoze  

ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମୋ’ ଉପରେ ଆପଣା ଡାହାଣ ହାତ ରଖି ସେ କହିଲେ, “ଭୟ କର ନାହିଁ। ମୁଁ ପ୍ରଥମ ଓ ଶେଷ।”


ତହିଁରେ ମୁଁ ଏକାକୀ ରହି ସେହି ମହା ଦର୍ଶନ ଦେଖିଲି। ମୁଁ ଅତ୍ୟନ୍ତ ଭୟଭୀତ ହୋଇ ମୋର ସମସ୍ତ ଶକ୍ତି ହରାଇଲି। ମୋର ମୁଖ ମୃତ ବ୍ୟକ୍ତିର ମୁଖପରି ରକ୍ତହୀନ ହୋଇଗଲା ଓ ମୁଁ ଅସହାୟ ବୋଧ କଲି।


ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।


ମାନୋହ ତାଙ୍କ ସ୍ତ୍ରୀଙ୍କୁ କହିଲା, “ଆମ୍ଭେ ପରମେଶ୍ୱରଙ୍କର ଦର୍ଶନ ପାଇଲୁ। ଆମ୍ଭେ ନିଶ୍ଚିତ ମରିବା!”


ଏହା ପରେ ଗିଦିୟୋନ ହୃଦୟଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦିୟୋନ ଚିତ୍କାର କଲେ, “ହେ ସର୍ବଶକ୍ତିମାନ ପରମେଶ୍ୱର, ମୋର ପ୍ରଭୁ, ମୁଁ ସଦାପ୍ରଭୁଙ୍କ ଦୂତଙ୍କୁ ମୁହାଁମୁହିଁ ଦେଖିଛି!”


ମୋଶା ଓ ଏଲିୟ ଯିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଭଲ ହେଲା ଯେ ଆମ୍ଭେମାନେ ଏଠାରେ ଅଛୁ। ଆମ୍ଭେମାନେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ, ସେ କ’ଣ କହୁଛନ୍ତି।


ସେତେବେଳେ ମେଘ ଭିତରୁ ଆକାଶବାଣୀ ହେଲା, “ଏ ମୋର ପୁତ୍ର। ଏହାଙ୍କୁ ମୁଁ ବାଛିଅଛି। ତାହାଙ୍କ କଥାର ବାଧ୍ୟ ହୁଅ।”


Swiv nou:

Piblisite


Piblisite