Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 9:33 - ପବିତ୍ର ବାଇବଲ

33 ମୋଶା ଓ ଏଲିୟ ଯିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଭଲ ହେଲା ଯେ ଆମ୍ଭେମାନେ ଏଠାରେ ଅଛୁ। ଆମ୍ଭେମାନେ ଏଠାରେ ତିନୋଟି ତମ୍ବୁ ଟାଣି ଦେବୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।” ପିତର ଜାଣି ପାରୁ ନ ଥିଲେ ଯେ, ସେ କ’ଣ କହୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ପୁଣି, ସେମାନେ ତାହାଙ୍କଠାରୁ ପ୍ରସ୍ଥାନ କରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

33 ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲିୟଙ୍କ ପାଇଁ ଗୋଟିଏ । କିନ୍ତୁ ସେ କ'ଣ କହୁଅଛନ୍ତି, ତାହା ଜାଣିଲେ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

33 ସେହି ବ୍ୟକ୍ତିମାନେ ଯୀଶୁଙ୍କଠାରୁ ବିଦାୟ ନେବା ସମୟରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଆମେ ଯେ ଏଠାରେ ଅଛୁ, ଏହା କେଡ଼େ ସୌଭାଗ୍ୟର କଥା! ଆମେ ଏଠାରେ ତିନୋଟି ତମ୍ବୁ ପକାଇବା, ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଆଉ ଗୋଟିଏ ଏଲିୟଙ୍କ ପାଇଁ।” (ସେ କ’ଣ କହୁଥିଲେ, ତାହା ସେ ପ୍ରକୃତରେ ଜାଣି ନ ଥିଲେ।)

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 9:33
13 Referans Kwoze  

ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।


ଫିଲି‌ପ୍‌ପ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦେଖାନ୍ତୁ। ଆମ୍ଭର ସେତିକି ଦରକାର।”


ଶିମୋନ କହିଲେ, “ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭେମାନେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।”


ଯୀଶୁ କହିଲେ, “ତୁମ୍ଭେ କ’ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁ ନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ୟ କ’ଣ ସେହିଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁଭଳି ବାପ୍ତିଜିତ ହେବି, ତୁମ୍ଭେ କ’ଣ ସେହିଭଳି ବାପ୍ତିଜିତ ହୋଇ ପାରିବ?”


ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା।


ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ। ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ। ହେ ପରମେଶ୍ୱର, ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।


ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷୟ ପ୍ରାର୍ଥନା କରେ, “ଯେପରି ମୋର ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ଯାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟକୁ ଦେଖି ପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରି ପାରିବି।”


ଏହା ଦେଖି ପିତର ଯୀଶୁଙ୍କୁ କହିଲେ, “ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠାରେ ଅଛୁ। ଆପଣ ଗ୍ଭହିଁଲେ ମୁଁ ଏଠାରେ ତିନୋଟି ତମ୍ବୁ ଟାଣି ଦେବି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।”


ପିତର ଏହିସବୁ କଥା କହିବା ସମୟରେ ଖଣ୍ଡେ ମେଘ ଉଠି ଆସିଲା ସମସ୍ତଙ୍କୁ ଘୋଡ଼ାଇ ପକେଇଲା। ମେଘ ସେମାନଙ୍କୁ ଘୋଡ଼ାଇ ପକାଇବାରୁ ପିତର, ଯାକୁବ ଓ ଯୋହନ ଡରିଗଲେ।


ଯୋହନ କହିଲେ, “ଗୁରୁ, ଆମ୍ଭେମାନେ ଜଣେ ଲୋକକୁ ଆପଣଙ୍କ ନାମ ନେଇ ଭୂତମାନଙ୍କୁ ଲୋକଙ୍କ ଦେହରୁ ତଡ଼ି ଦେଉଥିବାର ଦେଖିଲୁ। ଆମ୍ଭେମାନେ ତାହାକୁ ଏସବୁ ବନ୍ଦ କରିବାକୁ କହିଲୁ। କାରଣ ସେ ଆମ୍ଭ ଶିଷ୍ୟମାନଙ୍କ ଗୋଷ୍ଠୀର ଲୋକ ନୁହେଁ।”


Swiv nou:

Piblisite


Piblisite