Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:7 - ପବିତ୍ର ବାଇବଲ

7 କିଛି ବୀଜ କଣ୍ଟା ବୁଦାରେ ପଡ଼ିଲା। ବୀଜ ଗଜାହୋଇ ଗଛ ବଢ଼ିଲା। କିନ୍ତୁ କଣ୍ଟା ବୁଦା ମଧ୍ୟ ତା’ ସହିତ ବଢ଼ିଲା ଓ ଶେଷରେ ତାକୁ ଗ୍ଭପି ପକାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି କଣ୍ଟା-ଗଛଗୁଡ଼ାକ ତାହା ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା।

Gade chapit la Kopi

ଓଡିଆ ବାଇବେଲ

7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଆଉ କେତେକ ବିହନ କଣ୍ଟା ବୁଦାରେ ପଡ଼ିଲା ଓ କଣ୍ଟା ଗଛ ଚାରା ଗଛଗୁଡ଼ିକୁ ଚାପି ପକାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପି ପକାଇଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:7
11 Referans Kwoze  

କାରଣ ସଦାପ୍ରଭୁ ଯିହୁଦା ଓ ଯିରୁଶାଳମର ଲୋକମାନଙ୍କୁ ଏହିକଥା କହନ୍ତି, “ତୁମ୍ଭେମାନେ ନିଜ ପାଇଁ ପଡ଼ିଆ ଭୂମି ପ୍ରସ୍ତୁତ କର ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।


“ଯେଉଁ ବୀଜ କଣ୍ଟା ବୁଦାରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସେମାନଙ୍କୁ ବଢ଼ିବାରୁ ବାଧାଦିଏ। ତା’ ଫଳରେ ସେଥିରୁ ଭଲ ଫଳ ମିଳି ପାରେ ନାହିଁ।


“ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ।


କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ।


“କଣ୍ଟାବୁଦାରେ ପଡ଼ିଯାଇଥିବା ବୀଜର ଅର୍ଥ କ’ଣ? ମଞ୍ଜିଟି ସେହି ଲୋକ ଯେ ସୁସମାଗ୍ଭର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମୋହ ଲାଗି ସୁସମାଗ୍ଭରକୁ ତା’ ଭିତରେ ବଢ଼ିବାକୁ ଦିଏ ନାହିଁ, ସେ ବ୍ୟକ୍ତି କେବେ ସଫଳ ହୋଇପାରେ ନାହିଁ।


ଆଉ କିଛି ବୀଜ କଣ୍ଟା ବୁଦାରେ ପଡ଼ିଗଲା। କଣ୍ଟାବୁଦା ବଢ଼ି ଯିବାରୁ ଗ୍ଭରା ଗଛକୁ ଗ୍ଭପି ଦେଲା।


ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।


କିଛି ବୀଜ ପଥର ଉପରେ ପଡ଼ିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା।


ଅନ୍ୟ ବୀଜତକ ଭଲ ମାଟିରେ ପଡ଼ିଲା। ତାହା ଗଛ ହୋଇ ବଢ଼ିଲା। ଏଥିରୁ ଶହେ ଗୁଣ ଅଧିକ ଶସ୍ୟ ମିଳିଲା।” ଏହି ଦୃଷ୍ଟାନ୍ତ କରିସାରି ଯୀଶୁ ବଡ଼ ପାଟିରେ କହିଲେ, “ତୁମ୍ଭମାନଙ୍କର ଯଦି କାନ ଅଛି, ତେବେ ଶୁଣ।”


Swiv nou:

Piblisite


Piblisite