Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:5 - ପବିତ୍ର ବାଇବଲ

5 “ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ଼ରେ ଯାଇ ପଡ଼ିଲା। ଏହି ବୀଜଗୁଡ଼ିକ ଲୋକଙ୍କ ପାଦରେ ଚକଟି ହୋଇଗଲା ଓ ଚଢ଼େଇମାନେ ସେଗୁଡ଼ିକୁ ଖାଇଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଜଣେ ବୁଣାଳି ଆପଣା ବିହନ ବୁଣିବାକୁ ବାହାରିଲା। ସେ ବୁଣୁ ବୁଣୁ କେତେକ ବାଟ ପାଖରେ ପଡ଼ିଲା ଓ ପାଦ ତଳେ ଦଳି ହୋଇଗଲା, ପୁଣି ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ।

Gade chapit la Kopi

ଓଡିଆ ବାଇବେଲ

5 ଜଣେ ବୁଣାଳୀ ଆପଣା ବିହନ ବୁଣିବାକୁ ବାହାରିଲା । ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ଓ ପାଦ ତଳେ ଦଳିହୋଇଗଲା, ପୁଣି, ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 “ଥରେ ଜଣେ ଲୋକ ବିହନ ବୁଣିବାକୁ ଗଲା। ସେ କ୍ଷେତରେ ବିହନ ବୁଣିବା ସମୟରେ କେତେକ ବାଟ କଡ଼ରେ ପଡ଼ିଲା। ସେଗୁଡ଼ିକ ପାଦରେ ଦଳି ହୋଇଗଲା ଓ ପକ୍ଷୀମାନେ ଖାଇଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 “ଜଣେ ବୁଣାଳୀ ଆପଣା ବିହନ ବୁଣିବାକୁ ବାହାରିଲା। ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ଓ ପାଦ ତଳେ ଦଳି ହୋଇଗଲା, ପୁଣି, ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:5
15 Referans Kwoze  

ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟରେ ଅଧିକ ମନୋଯୋଗୀ ହେବା ଦରକାର, ନଚେତ୍ ସତ୍ୟମାର୍ଗରୁ ବିଚଳିତ ହୋଇ ପଥଭ୍ରଷ୍ଟ ହେବୁ।


ବେଳେବେଳେ ବାକ୍ୟ ରାସ୍ତାରେ ପଡ଼ିଯାଏ। କେତେକ ଲୋକ ଏହି ରାସ୍ତା ଭଳି, ସେହି ଲୋକମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଶୟତାନ ତ‌ତ୍‌କ୍ଷଣାତ୍ ଆସି ସେମାନଙ୍କ ମଧ୍ୟରେ ବୁଣା ଯାଇଥିବା ବାକ୍ୟକୁ ନେଇ ଯାଏ।


ଏହା ପରେ, ଅନ୍ୟ ବନ୍ୟ ପକ୍ଷୀ ସେହି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସେମାନଙ୍କୁ ଘଉଡ଼ାଇ ଦେଲେ।


ଯୀଶୁ କହିଲେ, “ଯେଉଁ ଲୋକ ଜଣକ କ୍ଷେତରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ୟପୁତ୍ର


“ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।


ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।


ବହୁ ଲୋକ ଆସି ଜମା ହୋଇଗଲେ। ପ୍ରତ୍ୟେକ ନଗରରୁ ଲୋକେ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ:


କିଛି ବୀଜ ପଥର ଉପରେ ପଡ଼ିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା।


Swiv nou:

Piblisite


Piblisite