Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:43 - ପବିତ୍ର ବାଇବଲ

43 ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା'ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା'ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ଵାରା ସୁସ୍ଥ ହୋଇ ପାରି ନ ଥିଲା,

Gade chapit la Kopi

ଓଡିଆ ବାଇବେଲ

43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

43 ସେମାନଙ୍କ ମଧ୍ୟରେ ବାର ବର୍ଷ ଧରି ରକ୍ତସ୍ରାବ ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଲୋକ ଥିଲା। ସେ ଚିକିତ୍ସକମାନଙ୍କର ପାଉଣା ଦେଇ ଦେଇ ତା’ର ସର୍ବସ୍ୱ ବ୍ୟୟ କରିଥିଲା, କିନ୍ତୁ ତାକୁ କେହି ସୁସ୍ଥ କରି ପାରି ନ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗରେ ଜଣେ ସ୍ତ୍ରୀଲୋକ, ଯେ ସମସ୍ତ ପୁଞ୍ଜି ସୁସ୍ଥ ହେବା ପାଇଁ ବୈଦ୍ୟମାନଙ୍କଠାରେ ଖର୍ଚ୍ଚ କରିଥିଲା କିନ୍ତୁ ସୁସ୍ଥ ହୋଇପାରି ନ ଥିଲା,

Gade chapit la Kopi




ଲୂକ ଲିଖିତ ସୁସମାଚାର 8:43
22 Referans Kwoze  

ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦେଲି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାରରେ ସେଥିରୁ ସେ ମୁକ୍ତ ହେବା କ’ଣ ଉଚିତ୍ ନୁହେଁ?”


ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା।


ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା।


ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦେହରେ ଭୂତଟିଏ ପ୍ରବେଶ କରିଥିଲା। ଅନେକ ଦିନ ଧରି ସେ ଲୁଗା ପିନ୍ଧୁ ନ ଥିଲା କି ଘରେ ମଧ୍ୟ ରହୁ ନ ଥିଲା। ସେ କବର ସ୍ଥାନରେ ରହୁଥିଲା।


ତୁମ୍ଭେମାନେ ପ୍ରାଣବାୟୁଧାରୀ ମନୁଷ୍ୟ ଉପରେ ବିଶ୍ୱାସ ରଖିବ ନାହିଁ। ମନୁଷ୍ୟମାତ୍ରେ ମୃତ୍ୟୁ ସୁନିଶ୍ଚିତ। ଏମାନେ ଯେ ଈଶ୍ୱରଙ୍କ ପରି ବଳବାନ୍ ଏହା ତୁମ୍ଭେମାନେ ଚିନ୍ତା କରିବା ଉଚିତ୍ ନୁହେଁ।


ଆସାଙ୍କ ରାଜତ୍ୱର ଅଣଗ୍ଭଳିଶତମ ବର୍ଷରେ ତାଙ୍କର ପାଦଦ୍ୱୟ ରୋଗଗ୍ରସ୍ତ ହୋଇ ପଡ଼ିଲା। ତାଙ୍କର ରୋଗ ଅତ୍ୟନ୍ତ ଭୟଙ୍କର ହୋଇ ପଡ଼ିଲା, କିନ୍ତୁ ସେ ସଦାପ୍ରଭୁଙ୍କଠାରୁ ସାହାଯ୍ୟ ଲୋଡ଼ିଲେ ନାହିଁ। ଆସା ଡାକ୍ତରମାନଙ୍କର ସାହାଯ୍ୟ ଲୋଡ଼ିଲେ।


ଏହି ଅସାଧାରଣ କାର୍ଯ୍ୟ ପରମେଶ୍ୱରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହୋଇଥିବା ଲୋକଟିର ବୟସ ଗ୍ଭଳିଶ୍ ବର୍ଷରୁ ଅଧିକ ଥିଲା।


ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା।


କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତା'ର ଦୃଷ୍ଟିଶକ୍ତି ଦେଲା। ତାହା ଆମ୍ଭେ ଜାଣି ନାହୁଁ। ତାକୁ ପଗ୍ଭର। ନିଜ କଥା ନିଜେ କହିବା ପାଇଁ ତା'ର ବୟସ ହେଲାଣି।”


ଦୁଷ୍ଟାତ୍ମା ପୁଅକୁ ଆକ୍ରମଣ କରୁଛି। ସେ ଆକ୍ରମଣ କଲାବେଳେ ପୁଅକୁ ତଳେ କଗ୍ଭଡ଼ି ଦେଉଛି। ପୁଅ ମୁହଁରୁ ଫେଣ ବାହାରୁଛି ଓ ସେ ଦାନ୍ତ କଡ଼ମଡ଼ କରୁଛି ଓ ଶୁଖିଯାଉଛି, ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ସେହି ଦୁଷ୍ଟାତ୍ମାକୁ ବାହାର କରି ଦେବାକୁ ଅନୁରୋଧ କଲି, କିନ୍ତୁ ସେମାନେ ତାକୁ ବାହାର କରି ପାରିଲେ ନାହିଁ।”


ହେ ପରମେଶ୍ୱର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାଯ୍ୟ କର। ଲୋକମାନେ ଆମ୍ଭକୁ ସାହାଯ୍ୟ କରି ପାରିବେ ନାହିଁ।


କିନ୍ତୁ ତୁମ୍ଭେମାନେ ଏକ କୁହୁକ ବିଦ୍ୟାକାରୀ ଏବଂ ମୂଲ୍ୟହୀନ ବୈଦ୍ୟ ଅଟ।


କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା'ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”


ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ। ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ।


ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁଦେଲା। ତ‌ତ୍‌କ୍ଷଣାତ୍ ତା'ର ରକ୍ତସ୍ରାବ ବନ୍ଦ ହୋଇଗଲା।


Swiv nou:

Piblisite


Piblisite