Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 8:40 - ପବିତ୍ର ବାଇବଲ

40 ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 ଯୀଶୁ ବାହୁଡ଼ି ଆସନ୍ତେ, ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

40 ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

40 ଯେତେବେଳେ ଯୀଶୁ ହ୍ରଦର ଆର ପାରିକୁ ଆସିଲେ, ଅନେକ ଲୋକ ସେଠାରେ ତାଙ୍କୁ ସ୍ୱାଗତ କଲେ, କାରଣ ସେମାନେ ତାଙ୍କ ଅପେକ୍ଷାରେ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 8:40
12 Referans Kwoze  

ଯୀଶୁ ନୌକାରେ ବସି ହ୍ରଦର ଅପର ପାର୍ଶ୍ୱକୁ ଫେରିଗଲେ। ପୁଣି ହ୍ରଦ କୂଳରେ ତାହାଙ୍କ ଗ୍ଭରି ପଟେ ବହୁତ ଲୋକ ଜମିଗଲେ।


ଯୀଶୁ ନୌକାରେ ବସି ହ୍ରଦର ଆର ପଟେ ଥିବା ନିଜ ନଗରକୁ ଫେରିଗଲେ।


ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।


ତେଣୁ ମୁଁ ଆପଣଙ୍କୁ ସଙ୍ଗେ ସଙ୍ଗେ ଡକେଇ ପଠାଇଲି। ଆପଣ ଏଠାକୁ ଆସି ଭଲ କରିଛନ୍ତି। ପ୍ରଭୁ ଆପଣଙ୍କୁ ଯାହା କହିବା ପାଇଁ ଆଦେଶ ଦେଇଛନ୍ତି, ତାହା ଶୁଣିବା ପାଇଁ ଆମ୍ଭେ ସମସ୍ତେ ଏଠାରେ ପ୍ରଭୁଙ୍କ ସମ୍ମୁଖରେ ଅପେକ୍ଷା କରି ରହିଛୁ।”


ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦେଇଥିଲେ। ଏବଂ ତୁମ୍ଭେମାନେ ସେହି ଆଲୋକ କିଛି କ୍ଷଣ ପାଇଁ ଉପଭୋଗ କରି ଖୁସୀ ହେଲ।


କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।


ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ୟନ୍ତ ଖୁସୀରେ ସେ ଯୀଶୁଙ୍କୁ ନିଜ ଘରେ ସ୍ୱାଗତ କଲେ।


ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ।


ଦାଉଦ ନିଜେ ଖ୍ରୀଷ୍ଟଙ୍କୁ ‘ପ୍ରଭୁ’ ବୋଲି କହିଥିଲେ। ତେବେ ଖ୍ରୀଷ୍ଟ କିଭଳି ଦାଉଦଙ୍କ ପୁତ୍ର ହୋଇ ପାରିବେ?” ଜମା ହୋଇଥିବା ଲୋକମାନେ ଯୀଶୁଙ୍କ ଉପଦେଶ ଖୁସୀ ମନରେ ଶୁଣୁଥିଲେ।


ଯେକେହି ମୋର କଥା ଶୁଣେ, ସେ ଖୁସୀ ହେବ। ସେ ମୋ’ ଦ୍ୱାର ନିକଟକୁ ସବୁଦିନ ଶୀଘ୍ର ଆସେ ଏବଂ ମୋର ଦ୍ୱାର ବାହାରେ ଅପେକ୍ଷା କରେ।


“ଘରକୁ ଫେରିଯାଅ। ପରମେଶ୍ୱର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।” ତେଣୁ ଲୋକଟି ଫେରିଗଲା ଓ ଯୀଶୁ ତା’ ପାଇଁ ଯାହା କରିଥିଲେ, ତାହା ନଗର ସାରା ସମସ୍ତଙ୍କୁ କହି ବୁଲିଲା।


Swiv nou:

Piblisite


Piblisite