ଲୂକ ଲିଖିତ ସୁସମାଚାର 8:24 - ପବିତ୍ର ବାଇବଲ24 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉଠେଇ କହିବାକୁ ଲାଗିଲେ, “ଗୁରୁ, ହେ ଗୁରୁ, ଆମ୍ଭେ ବୁଡ଼ିଯିବା।” ଯୀଶୁ ଠିଆ ହେଲେ। ସେ ତୋଫାନ ଓ ଢେଉକୁ ଆଜ୍ଞା ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। Gade chapit laପବିତ୍ର ବାଇବଲ (Re-edited) - (BSI)24 ସେଥିରେ ସେମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ। ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହିସବୁ ନିବୃତ୍ତ ହୋଇ ସୁସ୍ଥିର ହେଲା। Gade chapit laଓଡିଆ ବାଇବେଲ24 ସେଥିରେ ଶିଷ୍ୟମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ । ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହି ସବୁ ବନ୍ଦ ହୋଇ ସୁସ୍ଥିର ହେଲା । Gade chapit laପବିତ୍ର ବାଇବଲ (CL) NT (BSI)24 ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଯାଇ ତାଙ୍କୁ ଉଠାଇ କହିଲେ, “ହେ ଗୁରୁ, ହେ ଗୁରୁ, ଆମେ ମଲୁ।” ଯୀଶୁ ଉଠି ପବନ ଓ ତରଙ୍ଗକୁ ଧମକ ଦେଲେ, ସେମାନେ ସୁସ୍ଥିତର ହେଲେ ଓ ବାୟୁମଣ୍ଡଳ ଶାନ୍ତ ହେଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 ସେଥିରେ ଶିଷ୍ୟମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ। ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହିସବୁ ବନ୍ଦ ହୋଇ ସୁସ୍ଥିର ହେଲା। Gade chapit la |
ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,” ସଦାପ୍ରଭୁ କହନ୍ତି। “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
ଆମ୍ଭେ ଆସିଲା ବେଳେ କାହିଁକି କେହି ଉପସ୍ଥିତ ନ ଥିଲ? ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେବାକୁ କାହିଁକି ନ ଥିଲ? ଆମ୍ଭର ହସ୍ତ କ’ଣ ଛୋଟ ଯେ ତାହା ମୁକ୍ତ କରି ପାରିବ ନାହିଁ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ’ଣ ପରାକ୍ରମ ନାହିଁ? ଦେଖ, ଆମ୍ଭର ଆଦେଶରେ ସମୁଦ୍ର ଶୁଖିଯାଇପାରେ ଓ ନଦନଦୀକୁ ପ୍ରାନ୍ତର କରିଦେଇ ପାରୁ। ସେଥିରେ ଥିବା ମତ୍ସ୍ୟ ଜଳ ଅଭାବରୁ ତୃଷାର୍ତ୍ତ ହୋଇ ମରିଯିବେ ଓ ଦୁର୍ଗନ୍ଧ ହେବ।