Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:5 - ପବିତ୍ର ବାଇବଲ

5 ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କାରଣ ସେ ଆମ୍ଭମାନଙ୍କ ଜାତିକି ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ତୋଳି ଦେଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

5 କାରଣ ସେ ଆମ୍ଭମାନଙ୍କ ଜାତିକୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ସେ ଆମ ଲୋକମାନଙ୍କୁ ସ୍ନେହ କରନ୍ତି ଓ ସେ ଆମ୍ଭମାନଙ୍କ ପାଇଁ ଗୋଟିଏ ପ୍ରାର୍ଥନା ଗୃହ ନିର୍ମାଣ କରି ଦେଇଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ସେ ଆମ୍ଭ ଯିହୁଦୀ ଲୋକମାନଙ୍କୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି।

Gade chapit la Kopi




ଲୂକ ଲିଖିତ ସୁସମାଚାର 7:5
10 Referans Kwoze  

ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ।


ଆତ୍ମାଙ୍କ ସାହାଯ୍ୟରେ ଆମେ ଏଥିପାଇଁ ଅପେକ୍ଷା କରି ରହିଛୁ। ଯଦି କେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି, ତା'ହେଲେ ସେ ସୁନ୍ନତ ହୋଇଛି ନା ନାହିଁ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରେମଜନକ ବିଶ୍ୱାସ, ଯାହା କାର୍ଯ୍ୟରେ ପରିପ୍ରକାଶ ହୁଏ।


ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦଙ୍କ ପରେ ଶଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।


ସେହି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସେମାନେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁରୋଧ କରି କହିଲେ, “ଶତସେନାପତି ଜଣକ ଆପଣଙ୍କ ସାହାଯ୍ୟ ପାଇବାକୁ ଯୋଗ୍ୟ।


ତେଣୁ ଯୀଶୁ ସେମାନଙ୍କ ସହିତ ଯିବା ପାଇଁ ବାହାରି ପଡ଼ିଲେ। ଯୀଶୁ ଶତସେନାପତି ଘର ପାଖାପାଖି ଆସି ପହଞ୍ଚି ଯାଇଥିବା ସମୟରେ ଶତସେନାପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, “ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମୋ’ ଘରକୁ ଆସିବେ।


Swiv nou:

Piblisite


Piblisite