Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:42 - ପବିତ୍ର ବାଇବଲ

42 ସେମାନଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଋଣ ପରିଶୋଧ କରି ପାରୁ ନ ଥିଲେ। ତେଣୁ ସାହୁକାର ଦୁଇଜଣଙ୍କୁ ଋଣ ମୁକ୍ତ କରିଦେଲେ। ତେବେ ଏ ଦୁଇଜଣଙ୍କ ମଧ୍ୟରେ କିଏ ସାହୁକାରଙ୍କୁ ଅଧିକ ଭଲ ପାଇବ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

42 ପରିଶୋଧ କରିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ ଛାଡ଼ିଦେଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାଙ୍କୁ ଅଧିକ ପ୍ରେମ କରିବ?

Gade chapit la Kopi

ଓଡିଆ ବାଇବେଲ

42 ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

42 ସେମାନଙ୍କ ମଧ୍ୟରୁ କେହି ଋଣ ପରିଶୋଧ କରି ପାରିଲେ ନାହିଁ। ତେଣୁ ମହାଜନ ଦୁଇ ଜଣଙ୍କ ଋଣ ଛାଡ଼ କରିଦେଲେ। ତେବେ କେଉଁ ଲୋକଟି ତାଙ୍କୁ ଅଧିକ ପ୍ରେମ କରିବ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

42 ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?”

Gade chapit la Kopi




ଲୂକ ଲିଖିତ ସୁସମାଚାର 7:42
23 Referans Kwoze  

ପରସ୍ପର ପ୍ରତି କ୍ରୋଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ୍ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭେମାନେ ମଧ୍ୟ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ।


ପରସ୍ପର ପ୍ରତି ଦୟାଭାବ ଓ ପ୍ରେମ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠାରେ ପରମେଶ୍ୱର ତୁମ୍ଭମାନଙ୍କୁ କ୍ଷମା କଲେ, ସେହିଭଳି ତୁମ୍ଭେମାନେ ପରସ୍ପରକୁ କ୍ଷମା ଦିଅ।


ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଥିବା ହେତୁ ଆମ୍ଭେ ତାହାଙ୍କର ରକ୍ତ ମାଧ୍ୟମରେ ମୁକ୍ତ ହୋଇଛୁ। ପରମେଶ୍ୱରଙ୍କ ବହୁମୂଲ୍ୟ ଅନୁଗ୍ରହ ଦ୍ୱାରା ଆମ୍ଭର ପାପରୁ ଆମ୍ଭେ କ୍ଷମା ପାଇପାରୁ।


କିନ୍ତୁ ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପଗ୍ରସ୍ତ। କାରଣ, ଯେପରି ବ୍ୟବସ୍ଥାମାନଙ୍କରେ ଲେଖାଅଛି: “ଯାହା ବ୍ୟବସ୍ଥାରେ ଲେଖାଅଛି ସେ ସବୁକୁ ପୂର୍ଣ୍ଣଭାବରେ ପାଳନ କରିବା ଉଚିତ୍, ନ ହେଲେ ସେ ଲୋକ ଅଭିଶାପଗ୍ରସ୍ତ ହେବ।”


ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।


ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।


ତା'ର ମାଲିକ ଖୁବ୍ ରାଗିଗଲେ, ଦଣ୍ଡ ଦେବା ପାଇଁ ସେ ଗ୍ଭକରକୁ କାରାଗାରରେ ରଖିଲେ। ସମସ୍ତ ଋଣ ପରିଶୋଧ କରା ନ ଯିବା ପର୍ଯ୍ୟନ୍ତ ଗ୍ଭକରଟିକୁ କାରାଗାରରେ ରହିବାକୁ ହେଲା।


ମେଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଭେ ମାର୍ଜନା କରିଅଛୁ। ପବନରେ ମେଘ ଗ୍ଭଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତ ହୋଇଅଛି। ତେଣୁ ତୁମ୍ଭେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।”


“ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ।


ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି। ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।


ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସେହିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।


ମାଲିକ ଏହା ଶୁଣି ଗ୍ଭକରଟି ପାଇଁ ଦୁଃଖ ପ୍ରକାଶ କଲେ, ତେଣୁ ସେ ଗ୍ଭକରର ଋଣ ଛାଡ଼ କରିଦେଇ ତାକୁ ଛାଡ଼ି ଦେଲେ।


ଶିମୋନ ଉତ୍ତର ଦେଲେ, “ମୁଁ ଭାବୁଛି, ସାହୁକାର ଯାହାକୁ ଅଧିକ ଟଙ୍କା ଛାଡ଼ି ଦେଲେ, ସେହି ଲୋକକୁ ଅଧିକା ଭଲ ପାଇବ।” ଯୀଶୁ ଶିମୋନଙ୍କୁ କହିଲେ, “ତୁମ୍ଭେ ଠିକ୍ କଥା କହିଛ।”


ସ୍ତ୍ରୀଲୋକଟି କହିଲା, “ତେବେ ଆପଣ କାହିଁକି ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଏପରି ଯୋଜନା କରିଛନ୍ତି? ରାଜା ଯାହା କହିଲେ, ତାହା ତାଙ୍କର ଦୋଷକୁ ପ୍ରତିବିମ୍ବିତ କଲା। କାରଣ ରାଜା ଆପଣା ନିର୍ବାସିତ ପୁତ୍ରକୁ ଫେରାଇ ଆଣୁ ନାହାନ୍ତି।


Swiv nou:

Piblisite


Piblisite