Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:37 - ପବିତ୍ର ବାଇବଲ

37 ସେହି ସମୟରେ ସେହି ନଗରରେ ଜଣେ ପାପୀ ସ୍ତ୍ରୀ ଲୋକ ଥିଲା। ସେ ଜାଣି ପାରିଲା ଯେ, ଯୀଶୁ ଫାରୂଶୀଙ୍କ ଘରେ ଖାଉଛନ୍ତି। ତେଣୁ ସେହି ସ୍ତ୍ରୀ ଲୋକଟି ଗୋଟିଏ ସ୍ଫଟିକ ପାତ୍ରରେ କିଛି ଅତର ଆଣିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

37 ଆଉ ଦେଖ, ସେହି ନଗରରେ ଜଣେ ପାପିଷ୍ଠା ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣିପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,

Gade chapit la Kopi

ଓଡିଆ ବାଇବେଲ

37 ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

37 ସେହି ସହରରେ ଜଣେ ଦୁଶ୍ଚରିତ୍ରା ସ୍ତ୍ରୀ ଲୋକ ଥିଲା। ସେ ଯେତେବେଳେ ଶୁଣି ପାରିଲା ଯେ ଯୀଶୁ ଫାରୁଶୀ ଗୃହରେ ଖାଉଛନ୍ତି, ସେ ଗୋଟିଏ ପଥର ଫରୁଆରେ ସୁଗନ୍ଧି ତୈଳ ନେଇ ଆସିଲା ଏବଂ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,

Gade chapit la Kopi




ଲୂକ ଲିଖିତ ସୁସମାଚାର 7:37
18 Referans Kwoze  

ମୁଁ ଧାର୍ମିକ ଲୋକମାନଙ୍କ ପରିବର୍ତ୍ତନ ସକାଶେ ଆସି ନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସେମାନେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।”


“ତେବେ କୁହ, ‘କେଉଁ ପୁଅ ତା'ର ବାପାଙ୍କ ବାଧ୍ୟ ହେଲା?” ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।”


“ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ। ତା'ହେଲେ ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସେମାନଙ୍କର କ’ଣ ହେବ?”


ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ,


“କରଆଦାୟକାରୀ ମଧ୍ୟ ଅଲଗା ଏକାକୀ ଠିଆ ହୋଇଥିଲେ। କିନ୍ତୁ ପ୍ରାର୍ଥନା କଲେ ବେଳେ ସେ ସ୍ୱର୍ଗ ଆଡ଼କୁ ମଧ୍ୟ ଗ୍ଭହିଁଲେ ନାହିଁ। କରଆଦାୟକାରୀ ପରମେଶ୍ୱରଙ୍କ ପାଖରେ ନିଜକୁ ନମ୍ର କରି ପ୍ରାର୍ଥନା କଲେ, “ହେ ପରମେଶ୍ୱର, ମୋ’ ଉପରେ ଦୟା କର। ମୁଁ ଜଣେ ପାପୀ।”


ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଆଗରେ ଅଭିଯୋଗ କଲେ, “ତୁମ୍ଭେମାନେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?”


କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।


ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ।


ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ।


ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ୱର ତା'ର କଥା ଶୁଣନ୍ତି।


ତେଣୁ ଯିହୂଦୀ ନେତାମାନେ ସେହି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସେମାନେ କହିଲେ, “ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ୍। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।”


ସମସ୍ତେ ଏ କଥା ଦେଖିଲେ। ସେମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।”


ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।’


ଫାରୂଶୀମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ନିଜ ସହିତ ଖାଇବା ପାଇଁ ନିମନ୍ତ୍ରଣ କଲେ। ଯୀଶୁ ସେହି ଫାରୂଶୀଙ୍କ ଘରକୁ ଗଲେ ଓ ଖାଇବା ପାଇଁ ବସିଲେ।


Swiv nou:

Piblisite


Piblisite