Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:33 - ପବିତ୍ର ବାଇବଲ

33 ବାପ୍ତିଜକ ଯୋହନ ଆସିଲେ। ସେ ଅନ୍ୟ ଲୋକମାନଙ୍କ ଭଳି ଖାଉ ନ ଥିଲେ କିମ୍ବା ଦ୍ରାକ୍ଷାରସ ପିଉ ନ ଥିଲେ। ଆଉ ତୁମ୍ଭେମାନେ କହୁଛ ଯେ, ‘ତାହାଙ୍କ ଦେହରେ ଭୂତ ପ୍ରବେଶ କରିଛି।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 କାରଣ ବାପ୍ତିଜକ ଯୋହନ ଆସି ରୋଟୀ ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ,ସେ ଭୂତଗ୍ରସ୍ତ।

Gade chapit la Kopi

ଓଡିଆ ବାଇବେଲ

33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ସେ ଭୂତଗ୍ରସ୍ତ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

33 ଦୀକ୍ଷାଦାତା ଯୋହନ ଉପବାସ କରୁଥିଲେ, ସୁରାପାନ କରୁ ନ ଥିଲେ; ତୁମ୍ଭେମାନେ କହିଲ, ସେ ଭୂତଗ୍ରସ୍ତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’

Gade chapit la Kopi




ଲୂକ ଲିଖିତ ସୁସମାଚାର 7:33
12 Referans Kwoze  

ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ।


ଯୋହନ ଓଟ ଲୋମରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଗ୍ଭରିପଟେ ଗୋଟିଏ ଚମଡ଼ାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।


କିନ୍ତୁ ଅନ୍ୟ ଲୋକମାନେ ପ୍ରେରିତମାନଙ୍କୁ ଉପହାସ କରି କହିଲେ, “ଏମାନେ ସମସ୍ତେ ମଦପିଇ ମାତାଲ ହୋଇଛନ୍ତି।”


ସେମାନଙ୍କ ମଧ୍ୟରୁ ଅନେକ ଯିହୂଦୀ କହିଲେ, “ଜଣେ ଭୂତ ତା’ ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦେଇଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।”


ଯିହୂଦୀମାନେ ଯୀଶୁଙ୍କୁ କହିଲେ, “ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରହାମ ମରିଥିଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, ‘ମୋ’ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।’


ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦେଇଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?”


ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।


ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆ‌‌‌ଲ୍‌ଜିବୂଲ୍’ କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।


ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ


ସେମାନେ ବଜାରରେ, ବସିଥିବା ସେହି ପିଲାମାନଙ୍କ ଭଳି, ଯେଉଁମାନଙ୍କ ଭିତରୁ ଦଳେ ଅନ୍ୟ ଦଳକୁ କହନ୍ତି: ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ, କିନ୍ତୁ ତୁମ୍ଭେ ନାଚିଲ ନାହିଁ। ଆମ୍ଭେ ଗୋଟିଏ ଶୋକଗୀତ ଗାଇଲୁ, କିନ୍ତୁ ତୁମ୍ଭେମାନେ କାନ୍ଦିଲ ନାହିଁ।’


ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।’


Swiv nou:

Piblisite


Piblisite