Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:27 - ପବିତ୍ର ବାଇବଲ

27 ଯୋହନଙ୍କ ବିଷୟରେ ଏହା ଲେଖାଅଛି: ‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଦୁତଙ୍କୁ ପଠାଉଛି। ସେ ତୁମ୍ଭ ପାଇଁ ପୂର୍ବରୁ ରାସ୍ତା ତିଆରି କରିଦେବେ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।

Gade chapit la Kopi

ଓଡିଆ ବାଇବେଲ

27 ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

27 କାରଣ ଯୋହନଙ୍କ ବିଷୟରେ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି: ‘ଈଶ୍ୱର କହିଲେ, ମୁଁ ତୁମ ଆଗରୁ ତୁମ ପଥ ପ୍ରସ୍ତୁତ କରିବା ପାଇଁ ମୋର ବାର୍ତ୍ତାବହକୁ ପଠାଇବି।’

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’

Gade chapit la Kopi




ଲୂକ ଲିଖିତ ସୁସମାଚାର 7:27
10 Referans Kwoze  

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।


“ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତା ରୂପେ ଖ୍ୟାତ ହେବ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।


ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକରେ ଲେଖାଅଛି: “ଶୁଣ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ପୂର୍ବରୁ ପଠାଉଛୁ ସେ ତୁମ୍ଭ ପାଇଁ ପଥ ପ୍ରସ୍ତୁତ କରିବ।”


ଯୋହନ ସେମାନଙ୍କୁ ଭବିଷ୍ୟ‌‌‌ଦ୍‌‌‌ବକ୍ତା ଯିଶାଇୟଙ୍କ ବାକ୍ୟକୁ ବ୍ୟବହାର କରି କହିଲେ: “ମୁଁ ମରୁଭୂମିରେ ଚିତ୍କାର କରୁଥିବା ଜଣେ ବ୍ୟକ୍ତିର ସ୍ୱର: ‘ପ୍ରଭୁଙ୍କ ପାଇଁ ଗୋଟିଏ ସଳଖରାସ୍ତା ପ୍ରସ୍ତୁତ କର।’”


ଯୋହନଙ୍କ ବିଷୟରେ ଶାସ୍ତ୍ରରେ ଲେଖାଅଛି: ‘ଦେଖ, ମୁଁ ତୁମ୍ଭ ଆଗରୁ ମୋର ଜଣେ ଦୂତଙ୍କୁ ପଠାଉଛି। ସେ ତୁମ୍ଭ ପାଇଁ ରାସ୍ତା ପ୍ରସ୍ତୁତ କରିବେ।’


ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚି‌କ୍‌କଣ କର।


ତେବେ ତୁମ୍ଭେମାନେ କ’ଣ ଦେଖିବା ପାଇଁ ବାହାରି ଯାଇଥିଲ? କ’ଣ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କଠାରୁ ମଧ୍ୟ ମହାନ୍ ଅଟନ୍ତି।


ମୁଁ ତୁମ୍ଭକୁ କହୁଛି, ନାରୀ ଗର୍ଭ ମଧ୍ୟରୁ ଜାତ ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ଅଧିକ ମହାନ୍ କେହି ନାହିଁ। ତଥାପି ପରମେଶ୍ୱରଙ୍କ ରାଜ୍ୟର ଯେଉଁ ଲୋକ ସବୁଠାରୁ ଛୋଟ, ସେ ମଧ୍ୟ ଯୋହନଙ୍କଠାରୁ ମହାନ୍।”


Swiv nou:

Piblisite


Piblisite