Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 7:12 - ପବିତ୍ର ବାଇବଲ

12 ଯୀଶୁ ଯେତେବେଳେ ନଗରଦ୍ୱାର ନିକଟରେ ପହଞ୍ଚିଲେ ସେତେବେଳେ ଗୋଟିଏ ଶବ ନିଆ ଯାଉଥିବାର ସେ ଦେଖିଲେ। ସେ ତା’ ବିଧବା ମାର ଏକମାତ୍ର ସନ୍ତାନ ଥିଲା। ପୁଅକୁ ନିଆ ଯାଉଥିବା ସମୟରେ ସେଠାରେ ତା’ ମା ସହିତ ମଧ୍ୟ ନଗରର ବହୁ ସଂଖ୍ୟକ ଲୋକ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେ ନଗରଦ୍ଵାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି ସେହି ସ୍ତ୍ରୀ ବିଧବା; ଆଉ, ନଗରର ବହୁସଂଖ୍ୟକ ଲୋକ ତାହାର ସାଙ୍ଗରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

12 ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ସେମାନେ ସେହି ସହରର ଦ୍ୱାର ପାଖରେ ପହଞ୍ଚିବା ସମୟରେ, ଲୋକମାନେ ଗୋଟିଏ ଶବକୁ ବୋହି ଆଣୁଥିଲେ। ମୃତ ଲୋକଟି ଗୋଟିଏ ବିଧବା ସ୍ତ୍ରୀର ଏକମାତ୍ର ପୁତ୍ର ଥିଲା ଓ ସହରର ବହୁତ ଲୋକ ସେମାନଙ୍କ ସହିତ ଯାଉଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 7:12
20 Referans Kwoze  

ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ। ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ।


ପରମେଶ୍ୱର ଯେଉଁ ଧର୍ମକୁ ଭଲ ପାଆନ୍ତି, ତାହା ହେଲା: ଅନାଥ, ବିଧବା ଓ ଅସହାୟ ଲୋକମାନଙ୍କର ଯତ୍ନ ନେବା ଓ ନିଜକୁ ଏହି ସଂସାରର ମନ୍ଦ ପ୍ରଭାବରୁ ମୁକ୍ତ ରଖିବା। ଏହି ପ୍ରକାର ଧର୍ମକୁ ପରମେଶ୍ୱର ସମ୍ପୂର୍ଣ୍ଣ ଶୁଦ୍ଧ ଓ ଉତ୍ତମ ବୋଲି ଗ୍ରହଣ କରନ୍ତି।


ପିତର ତାହାଙ୍କର ହାତ ଧରି ଉଠେଇଲେ ଓ ବିଶ୍ୱାସୀମାନଙ୍କୁ ଓ ବିଧବାମାନଙ୍କୁ କୋଠରି ମଧ୍ୟକୁ ଡାକିଲେ ଓ ଟାବୀଥାକୁ ଜୀବିତ ଦେଖାଇଲେ।


ତେଣୁ ପିତର ପ୍ରସ୍ତୁତ ହେଲେ ଏବଂ ସେମାନଙ୍କ ସହିତ ଗଲେ। ସେ ଯେତେବେଳେ ପହଞ୍ଚିଲେ, ସେମାନେ ତାହାଙ୍କୁ ଉପର କୋଠରିକୁ ନେଇ ଗଲେ। ପିତରଙ୍କ ଗ୍ଭରିପାଖେ ବିଧବାମାନେ ଠିଆ ହୋଇ କାନ୍ଦୁଥିଲେ। ଟାବୀଥା ସେମାନଙ୍କ ସହିତ ଜୀବିତ ଥିବା ସମୟରେ ଯେଉଁ କୁର୍ତ୍ତା ଓ ଅନ୍ୟ ଲୁଗାପଟା ତିଆରି କରିଥିଲେ, ସେଗୁଡ଼ିକ ସେମାନେ ପିତରଙ୍କୁ ଦେଖାଇଲେ।


ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।


ସମସ୍ତେ ସେହି ଝିଅଟିର ମୃତ୍ୟୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, “କାନ୍ଦ ନାହିଁ, ସେ ମରି ନାହିଁ, ସେ କେବଳ ଶୋଇଛି ମାତ୍ର।”


ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି।


ଯେଉଁ ମଣିଷ ମରି ଯାଉଥିଲା ସେ ମୋତେ ଆଶୀର୍ବାଦ କଲା। ମୁଁ ସେହି ବିଧବାମାନଙ୍କୁ କିଛି ଖାଇବା ନିମନ୍ତେ ଦେଲି।


ଦାସ ପିଲାଟିକୁ ତା'ର ମାତା ନିକଟକୁ ନେଇଗଲା। ପିଲାଟି ତା'ର ମାତା କୋଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ରହି ମରିଗଲା।


ଇଲୀଶାୟ ସେହି ସ୍ତ୍ରୀଲୋକକୁ କହିଲେ, “ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବେଳକୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।” ସ୍ତ୍ରୀଲୋକଟି ଉତ୍ତର କଲା, “ନା, ମହାଶୟ, ହେ ମୋର ପରମେଶ୍ୱରଙ୍କର ଲୋକ, ମୋତେ ମିଥ୍ୟା କୁହନ୍ତୁ ନାହିଁ, ମୁଁ ଆପଣଙ୍କର ଦାସୀ।”


ତା'ପରେ ଏଲିୟ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସେହି ସ୍ତ୍ରୀଲୋକଟିକୁ କହିଲେ, “ଦେଖ, ତୁମ୍ଭର ପୁତ୍ର ଜୀବିତ।”


ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”


ବିଧବାଟି ଉତ୍ତର ଦେଲା, “ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୋ’ ପାଖରେ ଖଣ୍ଡେ ହେଲେ ‌ରୋଟୀ ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମୋ’ ପାଇଁ ଓ ମୋ’ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧାରେ ମରିବୁ।”


“ସୀଦୋନର ସାରିଫ‌ତ୍‌କୁ ଯାଇ ସେଠାରେ ବାସ କର। ସେଠାରେ ଥିବା ଜଣେ ବିଧବାଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ, ସେ ତୁମ୍ଭକୁ ଭରଣ ପୋଷଣ କରିବ।”


ବର୍ତ୍ତମାନ ମୋର ପୁରା ପରିବାର ମୋର ବିରୁଦ୍ଧାଚରଣ କରୁଛନ୍ତି। ସେମାନେ ମୋତେ କହିଲେ, ‘ତୁମ୍ଭେ ସେ ପୁତ୍ରକୁ ଆଣି ଦିଅ ଯେ ତା'ର ଭାଇକୁ ମାରିଅଛି। ଆମ୍ଭେମାନେ ତାକୁ ହତ୍ୟା କରିବୁ। କାରଣ ସେ ତା'ର ଭାଇକୁ ହତ୍ୟା କଲା।’ ମୋ’ ପୁଅ ହେଉଛି ମୋର ଶେଷ ଅଗ୍ନିଶିଖା। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ଅଗ୍ନିଶିଖା ଜଳି ଲିଭିଯିବ। ସେ ତା'ର ବାପାର ସମ୍ପତ୍ତି ପାଇବାର ଏକମାତ୍ର ଜୀବିତ ଉତ୍ତରାଧିକାରୀ ପୁତ୍ର। ଯଦି ସେମାନେ ତାକୁ ହତ୍ୟା କରନ୍ତି, ତେବେ ସେହି ସମ୍ପତ୍ତି ଅନ୍ୟ ଜଣକୁ ଦିଆଯିବ ଏବଂ ତା'ପରେ ମୋର ସ୍ୱାମୀର ନାମ ଏହି ଦେଶରୁ ଲିଭିଯିବ।”


ସଦାପ୍ରଭୁଙ୍କର ଦୂତ ଅବ୍ରହାମଙ୍କୁ କହିଲେ, “ତୁମ୍ଭର ପୁତ୍ରକୁ ହତ୍ୟା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ୱରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମୋ’ ସକାଶେ ଉତ୍ସର୍ଗ କରିବାକୁ କୁଣ୍ଠାବୋଧ କରି ନାହଁ।”


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇ‌ସ୍‌ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।”


ତା’ ପରଦିନ ଯୀଶୁ ନାଇନ ନଗରକୁ ଗଲେ। ତାହାଙ୍କୁ ସହିତ ତାଙ୍କ ଶିଷ୍ୟମାନେ ଓ ବହୁ ସଂଖ୍ୟାରେ ଅନ୍ୟ ଲୋକମାନେ ଯାଉଥିଲେ।


ସେହି ବିଧବାକୁ ଦେଖି ଯୀଶୁଙ୍କ ମନରେ କରୁଣା ଜାତ ହେଲା। ସେ ତାକୁ କହିଲେ, “କାନ୍ଦ ନାହିଁ।”


Swiv nou:

Piblisite


Piblisite