ଲୂକ ଲିଖିତ ସୁସମାଚାର 6:8 - ପବିତ୍ର ବାଇବଲ8 କିନ୍ତୁ ସେମାନେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହୋଇ ଯାଇଥିଲା, ଯୀଶୁ ତାହାକୁ କହିଲେ, “ଉଠ ଓ ସମସ୍ତଙ୍କ ଆଗରେ ଠିଆ ହୋଇ ଯାଅ।” ସେ ଉଠିପଡ଼ି ସମସ୍ତଙ୍କ ଆଗରେ ଠିଆ ହୋଇଗଲା। Gade chapit laପବିତ୍ର ବାଇବଲ (Re-edited) - (BSI)8 କିନ୍ତୁ ସେ ସେମାନଙ୍କର ତର୍କବିତର୍କ ଜ୍ଞାତ ହୋଇ, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ। ପୁଣି, ସେ ଉଠି ଠିଆ ହେଲା। Gade chapit laଓଡିଆ ବାଇବେଲ8 କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ । ପୁଣି, ସେ ଉଠି ଠିଆ ହେଲା । Gade chapit laପବିତ୍ର ବାଇବଲ (CL) NT (BSI)8 କିନ୍ତୁ ଯୀଶୁ ସେମାନଙ୍କର ମନୋଭାବ ଜାଣି ଲୋକଟିକୁ କହିଲେ, “ଉଠି ଠିଆହୁଅ।” ଲୋକଟି ଉଠି ସେଠାରେ ଠିଆହେଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 କିନ୍ତୁ ସେ ସେମାନଙ୍କର ମନୋଭାବ ଜାଣି ପାରି, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, “ଉଠ, ମଝିରେ ଠିଆ ହୁଅ।” ପୁଣି, ସେ ଉଠି ଠିଆ ହେଲା। Gade chapit la |
ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ୱସ୍ତ ହୃଦୟରେ, ଆନନ୍ଦିତ ମନରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠାରେ ଏକତ୍ରିତ ହେବାର ଦେଖୁଅଛି। ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଆନନ୍ଦିତ ମନରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।
“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ।