Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:49 - ପବିତ୍ର ବାଇବଲ

49 “କିନ୍ତୁ ଯେଉଁ ଲୋକ ମୋର ଉପଦେଶ ଶୁଣେ, କିନ୍ତୁ ତାହା ମାନେ ନାହିଁ, ସେ ଲୋକ ମୂଳଦୁଆ ନ ପକାଇ କେବଳ ବାଲି ଉପରେ ଘର ତୋଳୁଥିବା ଲୋକଟିଏ ପରି। ଯେତେବେଳେ ବଢ଼ି ଆସେ, ଘରଟି ଅତି ସହଜରେ ପଡ଼ିଯାଏ ଏବଂ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

49 କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ନ ବସାଇ ମାଟି ଉପରେ ଘର ତୋଳିବା ଲୋକ ପରି; ସୁଅ ସେହି ଘରକୁ ପ୍ରବଳ ଭାବରେ ଧକ୍କା ମାରନ୍ତେ, ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା।

Gade chapit la Kopi

ଓଡିଆ ବାଇବେଲ

49 କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ନ ବସାଇ ମାଟି ଉପରେ ଘର ନିର୍ମାଣକାରୀ ଲୋକ ପରି; ବନ୍ୟା ଜଳ ସେହି ଘର ଉପରେ ପ୍ରବଳଭାବରେ ଧକ୍କା ମାରିବାରୁ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

49 କିନ୍ତୁ ଯଦି କେହି ମୋର କଥା ଶୁଣେ, କିନ୍ତୁ ତାହା ପାଳନ କରେ ନାହିଁ, ତେବେ ସେ ମୂଳଦୁଆ ନ ପକାଇ ଗୃହ ନିର୍ମାଣ କରିଥିବା ଲୋକ ସଦୃଶ; ଯେତେବେଳେ ବନ୍ୟା ଆସେ ସେ ଘରକୁ ଧକ୍କା ଦେଲା, ତାହା ସଙ୍ଗେ ସଙ୍ଗେ ଭୁଷୁଡ଼ି ପଡ଼ିଲା - କେଡ଼େ ଭୟଙ୍କରଭାବେ ତାହା ଧ୍ୱଂସ ପାଇଲା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

49 କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ପଥର ଉପରେ ନ ବସାଇ ମାଟି ଉପରେ ଘର ନିର୍ମାଣକାରୀ ଲୋକ ପରି; ବନ୍ୟା ଜଳ ସେହି ଘର ଉପରେ ପ୍ରବଳ ଭାବରେ ଧକ୍କା ମାରିବାରୁ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା।”

Gade chapit la Kopi




ଲୂକ ଲିଖିତ ସୁସମାଚାର 6:49
30 Referans Kwoze  

ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ।


ତେଣୁ ସେମାନେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚିତ୍। ତୁମ୍ଭକୁ ସେମାନେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚିତ୍। କିନ୍ତୁ ସେମାନେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କର ନାହିଁ। କାରଣ ସେମାନେ ଯାହାସବୁ କହନ୍ତି, ନିଜେ ତାକୁ କାର୍ଯ୍ୟରେ କେବେ କରନ୍ତି ନାହିଁ।


ସେହି ଜଣେ ଯିଏ ନିର୍ଦ୍ଦୋଷ ଭାବରେ ଜୀବନଯାପନ କରେ, ସେ ନିଜକୁ ରକ୍ଷା କରେ। କିନ୍ତୁ ଜଣେ ଯିଏ ତା'ର ନିଜ ପଥକୁ ବିପଥରେ ନିଏ ସେ ଅକସ୍ମାତ୍ ପଡ଼ିଯିବ।


ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।


ମୋ'ଠାରେ ଥିବା ଯେଉଁ ଶାଖାରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖାରେ ଫଳ ଫଳି ଥାଏ, ସେ ସେଗୁଡ଼ିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି।


“ଯେଉଁ ସେବକ ଆଗରୁ ଜାଣିଥାଏ ଯେ, ମାଲିକଙ୍କ ଇଚ୍ଛା କ’ଣ କିନ୍ତୁ ସେଥିପାଇଁ ଆଦୌ ତତ୍ପର ହୁଏ ନାହିଁ, କିମ୍ବା ମାଲିକଙ୍କ ଇଚ୍ଛା ଅନୁସାରେ କାମ କରେନି, ସେହିଭଳି ସେବକକୁ ଭୀଷଣ ଦଣ୍ଡ ଦିଆଯିବ।


“ତୁମ୍ଭେମାନେ ମୋତେ କାହିଁକି ‘ପ୍ରଭୁ’, ପ୍ରଭୁ ବୋଲି ଡାକୁଛ? କିନ୍ତୁ ମୁଁ ଯାହା କହୁଛି, ତୁମ୍ଭେମାନେ ତ ତାହା କରୁ ନାହଁ?


କିନ୍ତୁ ତାହାର ଚେର ତାହାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରି ପାରେ ନାହିଁ। କେବଳ କିଛି କ୍ଷଣ ପାଇଁ ସେମାନେ ବାକ୍ୟକୁ ଧରି ରଖନ୍ତି। ପରେ ଯେତେବେଳେ ବାକ୍ୟ ଯୋଗୁଁ ବିପଦ ଆସେ ବା ସେମାନେ ନିର୍ଯ୍ୟାତିତ ହୁଅନ୍ତି, ସେତେବେଳେ ସେମାନେ ତୁରନ୍ତ ବିଶ୍ୱାସ ପରିତ୍ୟାଗ କରନ୍ତି।


ସେହି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ସେମାନେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସେମାନେ ପୁନର୍ବାର ମନ୍ଦ ବିଷୟ ଗୁଡ଼ିକ ପ୍ରତି ଆକର୍ଷିତ ହୋଇ ତାହାର ବନ୍ଧନରେ ବାନ୍ଧି ହୋଇଯିବେ, ତେବେ ସେମାନଙ୍କ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହେବ।


ତୁମ୍ଭମାନଙ୍କ ବିଶ୍ୱାସ ବିଷୟରେ ଜାଣି ପାରିବା ଉଦ୍ଦେଶ୍ୟରେ ମୁଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଥିଲି। ଅଧିକ ଅପେକ୍ଷା କରିବାକୁ ଧୈର୍ଯ୍ୟ ନ ଥିବାରୁ, ମୁଁ ତାହାଙ୍କୁ ପଠାଇଥିଲି। ମୋର ଭୟ ଥିଲା ଯେ, କାଳେ ପ୍ରଲୋଭନକାରୀ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭନ ଦ୍ୱାରା ପରାଜିତ କରିଥିବ। ତା'ହେଲେ ଆମ୍ଭର କଠୋର ପରିଶ୍ରମ ବ୍ୟର୍ଥ ହୋଇଯିବ।


ମୁଁ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କହିବା ପାଇଁ ବାଧ୍ୟ କରିଥିଲି। ମୁଁ ସେମାନଙ୍କ ବିରୁଦ୍ଧରେ ଏତେ ଭୀଷଣ ଭାବରେ ରାଗି ଯାଇଥିଲି ଯେ ସେମାନଙ୍କୁ ଅତ୍ୟାଗ୍ଭର କରିବା ପାଇଁ ବିଦେଶୀ ନଗର ଗୁଡ଼ିକୁ ମଧ୍ୟ ଯାଇଥିଲି।


ମୁଁ ଜାଣେ, ମୋ’ ଗଲାପରେ ଜଙ୍ଗଲୀ ଗଧିଆ ତୁମ୍ଭମାନଙ୍କ ମଧ୍ୟକୁ ଆସିବେ। ସେମାନେ ଏହି ମେଷ ପଲକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ।


ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”


ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’


ସେତେବେଳେ ଅନେକ ବିଶ୍ୱାସୀ ଲୋକ ବିଶ୍ୱାସ ହରେଇ ବସିବେ। ସେମାନେ ପରସ୍ପରର ବିରୋଧୀ ହେବେ ଓ ପରସ୍ପରକୁ ଘୃଣା କରିବେ।


“ଆମ୍ଭେ ତୁମ୍ଭର ସେହି ଗଣିକା କନ୍ୟାମାନଙ୍କୁ କି ଯୌନ ଭୋଗୀ ପାପିନୀ ବୋହୂମାନଙ୍କୁ ଦୋଷ ଦେଇ ପାରୁ ନାହୁଁ। ଲୋକମାନେ ଯାଇ ଗଣିକାମାନଙ୍କ ସହିତ ଶୟନ କରନ୍ତି। ସେମାନେ ସେହି ମନ୍ଦିରର ଗଣିକାମାନଙ୍କ ସହିତ ମନ୍ଦିରରେ ବଳିଦାନ ଉତ୍ସର୍ଗ କରନ୍ତି। ତେଣୁ ସେ ନିର୍ବୋଧମାନେ ନିଜେ ନିଜକୁ ନଷ୍ଟ କରୁଛନ୍ତି।


ସେ ଲୋକ ଘର ତିଆରି କରୁଥିବା ଗୋଟିଏ ଲୋକ ଭଳି। ସେ ଗଭୀର କରି ଗାତ ଖୋଳେ ଓ ଦୃଢ଼ ପଥର ଉପରେ ମୂଳଦୁଆ ପକାଏ! ଯେତେବେଳେ ବଢ଼ି ଆସେ, ପାଣି ସେ ଘରକୁ ଭସେଇ ନେବାକୁ ଧ‌‌କ୍‌‌କା ମାରେ, କିନ୍ତୁ ଆଦୌ ହଲେଇ ପାରେ ନାହିଁ। କାରଣ ଘରଟି ମ‌ଜ୍‌ଭୂତ ଭାବରେ ତିଆରି ହୋଇଥାଏ।


ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣେଇବାକୁ ଗ୍ଭହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଗ୍ଭଲିଗଲେ।


Swiv nou:

Piblisite


Piblisite