Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:29 - ପବିତ୍ର ବାଇବଲ

29 ଯେଉଁ ଲୋକ ତୁମ୍ଭର ଗୋଟିଏ ଗାଲରେ ଗ୍ଭପୁଡ଼ାଟିଏ ମାରିବ, ତାହାକୁ ଅନ୍ୟ ଗାଲଟି ବି ଦେଖାଇ ଦିଅ। ଯେଉଁ ଲୋକ ତୁମ୍ଭର ଜାମାଟି ନେଇଯାଉଛି ତାହାକୁ ତୁମ୍ଭର ଧୋତିବି ନେଇଯିବାକୁ ଦିଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାହା ପ୍ରତି ଅନ୍ୟଟି ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା ମଧ୍ୟ ନେବାକୁ ବାରଣ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

29 ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡା଼ ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା (ପୋଷାକ) ମଧ୍ୟ ନେବାକୁ ମନା କର ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

29 ଯଦି କେହି ତୁମର ଉତ୍ତରୀୟ ନେଇ ଯାଏ, ତେବେ ତାକୁ ତୁମେ ଅଙ୍ଗରଖା ମଧ୍ୟ ନେବାକୁ ବାରଣ କର ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାହା ପ୍ରତି ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ବସ୍ତ୍ର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା ମଧ୍ୟ ନେବାକୁ ମନା କର ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 6:29
15 Referans Kwoze  

ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।


କାରଣ ତୁମ୍ଭେମାନେ ତୁମ୍ଭକୁ ଦାସ ଭଳି ବ୍ୟବହାର କରୁଥିବା, ଫାନ୍ଦରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲରେ ଗ୍ଭପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହୋଇଛ।


ତୁମ୍ଭମାନଙ୍କ ଭିତରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭେମାନେ ପରାଜିତ ହୋଇ ସାରିଛ। ତା’ ଅପେକ୍ଷା ଅନ୍ୟ କେହି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ୟାୟ କରିଥିଲେ ଭଲ ହୋଇଥା’ନ୍ତା।


ଯୀଶୁ ଏହି କଥା କହିବା ବେଳେ ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ପ୍ରହରୀ ତାହାଙ୍କୁ ପ୍ରହାର କଲା। ସେ କହିଲା, “ତୁମ୍ଭେ ମହାଯାଜକଙ୍କୁ ସେହିପରି ଉତ୍ତର ଦେବା ଉଚିତ୍ ନୁହେଁ।”


ତା'ପରେ ସେଠାରେ ଥିବା ଲୋକମାନେ ଯୀଶୁଙ୍କ ମୁହଁ ଉପରେ ଛେପ ପକାଇଲେ, ବିଧା ମାରିଲେ। କେତେକ ଲୋକ ଗ୍ଭପୁଡ଼ା ମାରିଲେ।


ସେ ତାହାକୁ ପ୍ରହାର ପାଇଁ ଆପଣା ଗାଲ ଦେଖାଇ ଦେଉ ଏବଂ ତାଙ୍କୁ ପୂର୍ଣ୍ଣ ସନ୍ତୋଷ ପାଇବା ପାଇଁ ଅନୁରୋଧ କରୁ।


ମୁଁ ପ୍ରହାରକ ଦେବା ପାଇଁ ମୋର ପିଠି ଦେଖାଇ ଦେବି, ମୋର ଦାଢ଼ି ଉପାଡ଼ିବା ପାଇଁ ମୋର ଗାଲ ଦେଖାଇ ଦେବି, ପୁଣି ଅପମାନିତ ହେବାକୁ ଛେପ ପକାଇବାକୁ ମୋର ମୁହଁ ଲୁଗ୍ଭଇବି ନାହିଁ।


ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।


ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ।


ବର୍ତ୍ତମାନ, ହେ ଶକ୍ତିଶାଳୀ ନଗରୀ, ତୁମ୍ଭର ସୈନ୍ୟଦଳକୁ ଏକତ୍ରିତ କର। ସେମାନେ ଆକ୍ରମଣ କରିବାକୁ ଆମ୍ଭମାନଙ୍କୁ ଘେରି ରହନ୍ତୁ। ସେମାନେ ମଧ୍ୟ ଇସ୍ରାଏଲର ବିଗ୍ଭରକଙ୍କୁ ତାଙ୍କ ଗାଲରେ ବାଡ଼ି ସାହାଯ୍ୟରେ ଆଘାତ କରିବେ।


ଏହା ଶୁଣି ସିଦିକିୟ ମୀଖାୟ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିୟ କହିଲା, “ମୀଖାୟ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମୋ'ଠାରୁ କେଉଁ ବାଟରେ ଗଲେ?”


ମଫୀବୋଶତ୍ ରାଜାଙ୍କୁ କହିଲେ, “ହେଉ, ମୋର ପ୍ରଭୁ ମହାରାଜା, ଆପଣ ନିରାପଦରେ ଗୃହକୁ ଫେରି ଆସିଛନ୍ତି, ତାହା ହିଁ ଯଥେଷ୍ଟ। ତେଣୁ ସୀବଃ ସବୁକିଛି ନେଇଯାଉ।”


ଯଦି କେହି ତୁମ୍ଭକୁ କିଛି ମାଗୁଛି, ତାହା ତାକୁ ଦେଇଦିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନେଇ ଯାଏ, ତେବେ ତାହା ତାକୁ ଫେରେଇ ଦେବାକୁ କୁହ ନାହିଁ।


Swiv nou:

Piblisite


Piblisite