Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:26 - ପବିତ୍ର ବାଇବଲ

26 “ଧିକ୍ ତୁମ୍ଭମାନଙ୍କୁ ଯେଉଁମାନଙ୍କୁ ବର୍ତ୍ତମାନେ ଲୋକେ ‘ଭଲ’ ବୋଲି କହୁଛନ୍ତି। କାରଣ ସେମାନଙ୍କର ପୂର୍ବପୁରୁଷମାନେ ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମଧ୍ୟ ଭଲ ବୋଲି କହୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଯେତେବେଳେ ଲୋକସମସ୍ତେ ତୁମ୍ଭମାନଙ୍କର ସୁଖ୍ୟାତି କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ତ ଭାବବାଦୀମାନଙ୍କ ପ୍ରତି କରୁଥିଲେ।

Gade chapit la Kopi

ଓଡିଆ ବାଇବେଲ

26 ଯେତେବେଳେ ଲୋକ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 “ହାୟ! ଯଦି ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତି, ତୁମ୍ଭମାନଙ୍କ ଦଶା ମଧ୍ୟ ଭୟଙ୍କର ହେବ, କାରଣ ସେମାନଙ୍କ ପୂର୍ବପୁରୁଷମାନେ ଶଠ ଭାବବାଦୀମାନଙ୍କର ମଧ୍ୟ ସେହିପରି ପ୍ରଶଂସା କରୁଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଯେତେବେଳେ ଲୋକ ସମସ୍ତେ ତୁମ୍ଭମାନଙ୍କର ପ୍ରଶଂସା କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରି ତ ସେମାନଙ୍କ ପିତୃ-ପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 6:26
18 Referans Kwoze  

ତୁମ୍ଭେମାନେ ଯଦି ଏ ଜଗତର ହୋଇଥାଆନ୍ତ, ତେବେ ସଂସାର ତୁମ୍ଭମାନଙ୍କୁ ଭଲ ପାଉଥା'ନ୍ତା, ଯେପରି ଏହା ନିଜ ଲୋକକୁ ଭଲ ପାଏ। କିନ୍ତୁ ମୁଁ ତୁମ୍ଭକୁ ଜଗତ ଭିତରୁ ବାଛିଛି। ତେଣୁ ତୁମ୍ଭେ ଏ ଜଗତର ନୁହଁ। ସେଥିପାଇଁ ଜଗତ ତୁମ୍ଭକୁ ଘୃଣା କରେ।


ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ।


“ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାଙ୍କଠାରୁ ଦୂରରେ ରୁହ। ସେମାନେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କିନ୍ତୁ ସେମାନେ ପ୍ରକୃତରେ ହିଂସ୍ର ଗଧିଆ ଭଳି ଅଟନ୍ତି।


ଯଦି କିଏ ଜଣେ ମିଥ୍ୟା ପ୍ରଗ୍ଭର କରେ ତେବେ ଲୋକମାନେ ତାକୁ ଗ୍ରହଣ କରିବେ। ଯଦି ସେ ଆସି କହେ, “ଭବିଷ୍ୟତରେ ପ୍ରଚୁର ଦ୍ରାକ୍ଷାରସ ଓ କଡ଼ା ସୁରା ମିଳିବ” ତେବେ ଏହି ଲୋକମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀକୁ ଗ୍ରହଣ କରିବେ।


ସେମାନେ ଦର୍ଶକମାନଙ୍କୁ କୁହନ୍ତି, “ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କୁହନ୍ତି ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ବିଶ୍ୱାସ ବାକ୍ୟ ପ୍ରଗ୍ଭର କର ନାହିଁ। ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଗ୍ଭର କର।


ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି। ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି। ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ?


ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମୋତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟଗୁଡ଼ିକ ମନ୍ଦ ବୋଲି କହେ।


ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି।


କୋୟିରେ ରୂପା, ଉହ୍ମେଇରେ ସୁନା, ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ।


ଧିକ୍ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ପରିତୃପ୍ତ ଅଛ। କାରଣ ତୁମ୍ଭେମାନେ ଭୋକିଲା ହେବ। ଧିକ ତୁମ୍ଭେମାନେ, ଯେଉଁମାନେ ବର୍ତ୍ତମାନ ହସୁଛ, କାରଣ ତୁମ୍ଭେମାନେ ଦୁଃଖିତ ହେବ ଓ କାନ୍ଦିବ।


Swiv nou:

Piblisite


Piblisite