Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:14 - ପବିତ୍ର ବାଇବଲ

14 ସେମାନେ ହେଲେ: ଶିମୋନ ଯାହାଙ୍କୁ ସେ ପିତର ବୋଲି ମଧ୍ୟ ନାମ ଦେଲେ। ଶିମୋନଙ୍କ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ, ଫିଲି‌ପ୍‌ପ ଓ ବାର୍ଥଲମି,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ସେମାନେ ଶିମୋନ, ଯାହାଙ୍କୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାଙ୍କ ଭ୍ରାତା ଆନ୍ଦ୍ରିୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବର୍ଥଲମି,

Gade chapit la Kopi

ଓଡିଆ ବାଇବେଲ

14 ସେମାନେ ଶିମୋନ, ଯାହାକୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାହାଙ୍କ ଭାଇ ଆନ୍ଦ୍ରୀୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବାର୍ଥଲମୀ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ସେମାନେ ହେଉଛନ୍ତି:- ଶିମୋନ (ଯାହାଙ୍କୁ ସେ ପିତର ନାମ ଦେଲେ) ଓ ତାଙ୍କର ଭାଇ ଆନ୍ଦ୍ରିୟ; ଯାକୁବ ଓ ଯୋହନ, ଫିଲିପ୍ ଓ ବାର୍ଥଲୋମି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ସେମାନେ ଶିମୋନ, ଯାହାକୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବାର୍ଥଲମୀ,

Gade chapit la Kopi




ଲୂକ ଲିଖିତ ସୁସମାଚାର 6:14
23 Referans Kwoze  

ପ୍ରେରିତମାନେ ସେଠାରେ ପହଞ୍ଚି ଉପର ମହଲାର ଏକ କୋଠରି ଭିତରକୁ ଗଲେ, ସେଠାରେ ସେମାନେ ରହିଲେ। ଏ ପ୍ରେରିତମାନେ ପିତର, ଯୋହନ, ଯାକୁବ, ଆନ୍ଦ୍ରିୟ, ଫିଲି‌ପ୍‌ପ, ଥୋମା, ବାର୍ଥଲମି, ମାଥିଉ, ଆଲଫିର ପୁତ୍ର ଯାକୁବ, ସାହସୀ ଶିମୋନ ଓ ଯାକୁବର ପୁତ୍ର ଯିହୂଦା ଥିଲେ।


ଯୀଶୁ ସେଠାରୁ ଆଗକୁ ଗ୍ଭଲିଲେ। ସେ ଦେଖିଲେ ଯେ ଜେବଦୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସେମାନଙ୍କୁ ଡାକିଲେ।


ଯୀଶୁ ଗାଲିଲୀ ହ୍ରଦ ପାଖଦେଇ ଯାଉଥିଲେ, ସେ (ପିତର ନାମରେ ଖ୍ୟାତ) ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦେଖିଲେ। ସେମାନେ ହ୍ରଦରେ ଜାଲ ପକାଉଥିଲେ। ସେମାନେ, ବ୍ୟବସାୟରେ କେଉଟ ଥିଲେ।


ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି। ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।


ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡାରେ ହତ୍ୟା କରିଦେଲେ।


ଫିଲି‌ପ୍‌ପ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦେଖାନ୍ତୁ। ଆମ୍ଭର ସେତିକି ଦରକାର।”


ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ,


ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲି‌ପ୍‌ପଙ୍କୁ କହିଲେ, “ଫିଲି‌ପ୍‌ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?”


ଫିଲିପ୍ପ ନିଥନିୟେଲଙ୍କର ଦେଖା ପାଇ ତାଙ୍କୁ କହିଲେ, “ମୋଶା ବ୍ୟବସ୍ଥାରେ ଯାହାଙ୍କ ବିଷୟରେ ଲେଖିଥିଲେ ଏବଂ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ଯାହାଙ୍କ ବିଷୟରେ ଲେଖିଥିଲେ। ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ। ତାହାଙ୍କ ନାମ ଯୀଶୁ, ସେ ଯୋଷେଫଙ୍କର ପୁତ୍ର। ସେ ନାଜରିତରୁ ଆସିଛନ୍ତି।”


ଜେବଦୀଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଶିମୋନଙ୍କ ସାଙ୍ଗରେ ଏକାଠି କାମ କରୁଥିଲେ। ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ। ବର୍ତ୍ତମାନଠାରୁ ତୁମ୍ଭେମାନେ ମାଛ ବଦଳରେ ମଣିଷକୁ ସଂଗ୍ରହ କରିବା କାମ କରିବ।”


ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।”


ସେ ପିତର, ଯାକୁବ ଓ ଯୋହନଙ୍କୁ ତାହାଙ୍କ ସହିତ ଆସିବାକୁ କହିଲେ। ତା'ପରେ ଯୀଶୁ ଅତ୍ୟଧିକ ବିଚଳିତ ଓ ଦୁଃଖରେ ପୂର୍ଣ୍ଣ ହେବାକୁ ଲାଗିଲେ,


ଛଅ ଦିନ ପରେ, ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ନିଜ ସାଙ୍ଗରେ ନେଇ ଗୋଟିଏ ଉଚ୍ଚ ପର୍ବତ ଉପରକୁ ଗଲେ। ସେଠାରେ କେବଳ ସେହିମାନେ ଥିଲେ। ସେଠାରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖୁଥିବା ସମୟରେ ଯୀଶୁଙ୍କ ସ୍ୱରୂପ ପରିବର୍ତ୍ତନ ହୋଇ ଗଲା।


ତା'ପରେ ସେ ସମସ୍ତଙ୍କୁ ଛାଡ଼ି କେବଳ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଲେ।


ତା'ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସିଧା ଶିମୋନ ଓ ଆନ୍ଦ୍ରିୟଙ୍କ ଘରକୁ ଗଲେ।


ଯୀଶୁ ଗାଲିଲୀ ହ୍ରଦ କୂଳରେ ଗ୍ଭଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନୌକାରେ ବସି ମାଛ ଧରିବା ପାଇଁ ଜାଲ ସଜାଡ଼ୁଥିଲେ।


ଫିଲି‌ପ୍‌ପ ଓ ବାର୍ଥଲମି, ଥୋମା ଓ କରଆଦାୟକାରୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,


ସେହି ବାରଜଣ ଶିଷ୍ୟଙ୍କ ନାମ ଏହିଭଳି: ଶିମୋନ (ଯାହାଙ୍କୁ ପିତର ବୋଲି କୁହାଯାଏ), ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁଅ ଯାକୁବ ଓ ତାହାଙ୍କ ଭାଇ ଯୋହନ।


ଯୀଶୁ ମନୋନୀତ କରିଥିବା ବାରଜଣଙ୍କ ନାମ ଏହିଭଳି; ଶିମୋନ (ଯାହାଙ୍କୁ ସେ ପିତର ବୋଲି ନାମ ଦେଲେ)।


ତା’ ପରଦିନ ସକାଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଡାକିଲେ। ସେ ସେମାନଙ୍କ ମଧ୍ୟରୁ ବାରଜଣଙ୍କୁ ବାଛିଲେ। ସେ ଏହି ଶିଷ୍ୟମାନଙ୍କୁ ‘ପ୍ରେରିତ’ ନାମ ଦେଲେ।


ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଶିମୋନ ଯାହାଙ୍କୁ ଉ‌ଦ୍‌ଯୋଗୀ ବୋଲି କୁହନ୍ତି।


Swiv nou:

Piblisite


Piblisite