Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 6:12 - ପବିତ୍ର ବାଇବଲ

12 ସେହି ସମୟରେ ଯୀଶୁ ପ୍ରାର୍ଥନା କରିବା ପାଇଁ ଗୋଟିଏ ପର୍ବତ ଉପରକୁ ଗଲେ। ସେ ସେଠାରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାରେ ସାରା ରାତିଟି ବିତେଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ।

Gade chapit la Kopi

ଓଡିଆ ବାଇବେଲ

12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ବିତାଇଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ଏହା ପରେ ଦିନେ ଯୀଶୁ ଏକ ପାହାଡ଼ ଉପରକୁ ପ୍ରାର୍ଥନା କରିବାକୁ ଗଲେ ଓ ଈଶ୍ୱରଙ୍କଠାରେ ପ୍ରାର୍ଥନା କରି ସମସ୍ତ ରାତ୍ରି ବିତାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସାରା ରାତ୍ରି ବିତାଇଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 6:12
23 Referans Kwoze  

ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ।


ଯୀଶୁ ଲୋକମାନଙ୍କୁ ବିଦାୟ ଦେବା ପରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ପାହାଡ଼ ଉପରକୁ ଗଲେ।


ତା’ ପରଦିନ ସକାଳେ ଯୀଶୁ ଖୁବ୍ ଶୀଘ୍ର ଉଠି ପଡ଼ିଲେ। ଅନ୍ଧାର ଥାଉ ଥାଉ ସେ ଘର ଛାଡ଼ି ଗୋଟିଏ ନିଛାଟିଆ ଜାଗାକୁ ଗ୍ଭଲିଗଲେ। ସେଠାରେ ସେ ପ୍ରାର୍ଥନା କଲେ।


ସବୁବେଳେ ପ୍ରାର୍ଥନା କରୁଥାଅ। ପ୍ରାର୍ଥନା କଲାବେଳେ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ।


କିନ୍ତୁ ତୁମ୍ଭେ ପ୍ରାର୍ଥନା କଲାବେଳେ ତୁମ୍ଭ ବଖରା ଭିତରକୁ ଯାଅ। କବାଟ ବନ୍ଦ କରି ତୁମ୍ଭର ପରମପିତାଙ୍କୁ ଗୋପନରେ ପ୍ରାର୍ଥନା କର। ତୁମ୍ଭର ପରମପିତା ଗୋପନରେ କରୁଥିବା ତୁମ୍ଭ କାମଗୁଡ଼ିକ ଦେଖି ପାରନ୍ତି। ସେ ତୁମ୍ଭକୁ ତା'ର ପ୍ରତିଫଳ ଦେବେ।


ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଯେତେବେଳେ ନୂତନ ବିଧି ବିଷୟରେ ଲେଖା ସ୍ୱାକ୍ଷାରିତ ହୋଇଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କୋଠରୀର ଝରକା ଯିରୁଶାଲମ ଆଡ଼େ ମେଲା ଥିଲା। ସେ ପୂର୍ବପରି ଆଣ୍ଠୁମାଡ଼ି ଦିନ ମଧ୍ୟରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କୁ ଧନ୍ୟବାଦ ପ୍ରଦାନ କଲେ।


ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି।


ସଦାପ୍ରଭୁ କହିଲେ, “ଶାଉଲ ମୋତେ ଅନୁସରଣ କରୁ ନାହିଁ। ତେଣୁ ଶାଉଲଙ୍କୁ ରାଜା କରିଥିବାରୁ ମୁଁ ଦୁଃଖିତ ଅଟେ। ସେ ମୋର ଆଦେଶକୁ ଅବଜ୍ଞା କଲା।” ଏଥିରେ ଶାମୁୟେଲ କ୍ରୋଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।


ରାତ୍ରିକାଳରେ ମୋର ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତରେ ତୁମ୍ଭକୁ ଅନ୍ୱେଷଣ କରିବ। ଯେତେବେଳେ ତୁମ୍ଭର ଶାସନ ସକଳ ଓ ନ୍ୟାୟ ପ୍ରତିଷ୍ଠିତ ହେବ, ଜଗତବାସୀ ଧର୍ମ ଶିକ୍ଷା କରିବେ।


ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ।


ତା'ପରେ ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ। ସେ ଯେଉଁ ଲୋକମାନଙ୍କୁ ଗ୍ଭହିଁଲେ, ସେମାନଙ୍କୁ ତାହାଙ୍କ ପାଖକୁ ଆସିବାକୁ କହିଲେ। ସେମାନେ ଯୀଶୁଙ୍କ ପାଖକୁ ଗଲେ।


କିନ୍ତୁ ଯୀଶୁ ପ୍ରାର୍ଥନା କରିବା ପାଇଁ ଅଧିକାଂଶ ସମୟରେ କୌଣସି ନିର୍ଜନ ସ୍ଥାନକୁ ଗ୍ଭଲି ଯାଉଥିଲେ।


ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସେମାନେ ନିଜ ନିଜ ଭିତରେ କଥାବାର୍ତ୍ତା କଲେ, “ଯୀଶୁଙ୍କ ପାଇଁ କ’ଣ କରାଯିବ?”


ତା'ପରେ ଯୀଶୁ ସେମାନଙ୍କ ସହିତ ତଳକୁ ଆସି ଗୋଟିଏ ସମତଳ ଭୂମି ଉପରେ ଠିଆ ହେଲେ। ସେଠାରେ ବହୁତ ସଂଖ୍ୟାରେ ତାହାଙ୍କ ଶିଷ୍ୟମାନେ ଉପସ୍ଥିତ ଥିଲେ। ତା ଛଡ଼ା ସମଗ୍ର ଯିହୂଦା, ଯିରୁଶାଲମ, ସମୁଦ୍ର ଉପକୂଳବର୍ତ୍ତୀ ସହର ସୋର ଓ ସୀଦୋନରୁ ଆସି ବହୁ ସଂଖ୍ୟାରେ ଲୋକ ସେଠାରେ ଜମା ହୋଇଥିଲେ।


ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ୟମାନେ ଏକାଠି ମିଳି ସେହିସ୍ଥାନକୁ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ ସବୁ କହୁଛନ୍ତି?”


ଏ କଥା କହିବାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବାକୁ ଗୋଟିଏ ପର୍ବତ ଉପରକୁ ଗଲେ।


ଯୀଶୁ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁହଁର ଚେହେରା ବଦଳିଗଲା। ତାହାଙ୍କ ପିନ୍ଧାଲୁଗା ଚ‌କ୍‌ଚକ୍ ଧଳା ହୋଇଗଲା।


ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ।


Swiv nou:

Piblisite


Piblisite