Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 5:8 - ପବିତ୍ର ବାଇବଲ

8-9 ଶିମୋନ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡ଼ିଏ ମାଛ ଧରି ପାରିଥିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଶିମୋନ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡ଼ିଯାଇ କହିଲେ, “ହେ ପ୍ରଭୁ! ତୁମ୍ଭେ ମୋ’ ପାଖରୁ ଗ୍ଭଲିଯାଅ। ମୁଁ ଜଣେ ପାପୀ ମଣିଷ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋʼ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ।

Gade chapit la Kopi

ଓଡିଆ ବାଇବେଲ

8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ଏ ଘଟଣା ଦେଖି ଶିମୋନ ପିତର ଯୀଶୁଙ୍କ ଆଗରେ ଆଣ୍ଠୁପାତି କହିଲେ, “ପ୍ରଭୁ, ମୋ’ଠାରୁ ଚାଲିଯା’ନ୍ତୁ! ମୁଁ ଜଣେ ପାପୀ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଚାଲିଯାଅ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ।

Gade chapit la Kopi




ଲୂକ ଲିଖିତ ସୁସମାଚାର 5:8
19 Referans Kwoze  

ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।”


ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମୋ’ ଉପରେ ଆପଣା ଡାହାଣ ହାତ ରଖି ସେ କହିଲେ, “ଭୟ କର ନାହିଁ। ମୁଁ ପ୍ରଥମ ଓ ଶେଷ।”


ମାନୋହ ତାଙ୍କ ସ୍ତ୍ରୀଙ୍କୁ କହିଲା, “ଆମ୍ଭେ ପରମେଶ୍ୱରଙ୍କର ଦର୍ଶନ ପାଇଲୁ। ଆମ୍ଭେ ନିଶ୍ଚିତ ମରିବା!”


ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭେମାନେ ଶୁଣିବୁ, ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲେ ଆମ୍ଭେମାନେ ମରିଯିବୁ।”


“ମୁଁ ଅତି ନିକୃଷ୍ଟ କଥା କହିବାକୁ! ମୁଁ ବା ତୁମ୍ଭକୁ କି ଉତ୍ତର ଦେବି? ମୁଁ ତୁମ୍ଭକୁ ଉତ୍ତର ଦେଇ ପାରିବି ନାହିଁ। ମୁଁ ମୋର ହାତଦ୍ୱାରା ମୋର ମୁହଁ ବନ୍ଦ କରିବି।


ଏବଂ ବୈ‌ଥ୍‌-ଶେମଶର ଲୋକମାନେ କହିଲେ, “ସଦାପ୍ରଭୁ ପବିତ୍ର ପରମେଶ୍ୱରଙ୍କ ଉପସ୍ଥିତିରେ କିଏ ଛିଡ଼ା ହୋଇପାରେ? ଏଠାରୁ କେଉଁଠାକୁ ଏହି ସିନ୍ଦୁକକୁ ନିଆଯିବ?”


ଯୀଶୁଙ୍କ ଶିଷ୍ୟମାନେ ଏ କଥା ଶୁଣି ଅଧିକ ଭୟଭୀତ ହୋଇ ପଡ଼ିଲେ। ସେମାନେ ଭୂଇଁ ଉପରେ ପଡ଼ିଗଲେ।


ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋ’ ଭାଇ ମରି ନ ଥା'ନ୍ତା।”


ସେନାପତି ଉତ୍ତର ଦେଲେ, “ପ୍ରଭୁ, ଆପଣ ଯେ ମୋ’ ଘରକୁ ଆସିବେ, ତାହାପାଇଁ ମୁଁ ଯୋଗ୍ୟ ନୁହେଁ। ଆପଣ କେବଳ ଆଦେଶ ଦେଇ ଦିଅନ୍ତୁ, ମୋର ଦାସ ଭଲ ହୋଇଯିବ।


ସେମାନେ ଘର ଭିତରକୁ ଗଲେ। ମା ମରିୟମଙ୍କ ପାଖରେ ପିଲାଟିକୁ ଦେଖିଲେ। ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି ତାହାଙ୍କର ଉପାସନା କଲେ। ତା'ପରେ ସେମାନେ ଶିଶୁ ପାଇଁ ଆଣିଥିବା ଉପହାର ପେଡ଼ିଟି ଖୋଲିଲେ। ସେମାନେ ଶିଶୁକୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ।


ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”


ସେହି ଦିନ ଦାଉଦ ସଦାପ୍ରଭୁଙ୍କୁ ଭୟ କଲେ। ଦାଉଦ ଭାବିଲେ, “ମୁଁ କିପରି ପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ମୋ’ ପାଖକୁ ଆଣିବି।”


ସେହି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାଯ୍ୟରେ ଦେଖୁଛୁ, କିନ୍ତୁ ସେତେବେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କେବଳ ଆଂଶିକଭାବରେ ଜାଣିଛି, କିନ୍ତୁ ସେତେବେଳେ ପରମେଶ୍ୱର ମୋତେ ଯେପରି ଜାଣିଛନ୍ତି, ସେହିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।


ସେମାନେ ସାହାଯ୍ୟ ନିମନ୍ତେ ଅନ୍ୟ ଡଙ୍ଗାରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛରେ ଏତେ ଭର୍ତ୍ତି ହୋଇଗଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡ଼ିଯିବାକୁ ଲାଗିଲା।


Swiv nou:

Piblisite


Piblisite