Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 5:33 - ପବିତ୍ର ବାଇବଲ

33 ସେମାନେ ଯୀଶୁଙ୍କୁ କହିଲେ, “ଯୋହନଙ୍କ ଶିଷ୍ୟମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ୟମାନେ ସେହିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ୟମାନେ ସବୁବେଳେ ଖିଆପିଆ କରୁଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

33 ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହିପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଭୋଜନପାନ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

33 ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

33 କେତେକ ଲୋକ ଯୀଶୁଙ୍କୁ ପଚାରିଲେ, “ଯୋହନଙ୍କ ଶିଷ୍ୟମାନେ ଅନେକ ଥର ଉପବାସ କରି ପ୍ରାର୍ଥନା କରନ୍ତି ଓ ଫାରୁଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି ତା’ ନ କରି ସବୁବେଳେ ଖିଆପିଆ କରୁଥାଆନ୍ତି?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

33 ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି।

Gade chapit la Kopi




ଲୂକ ଲିଖିତ ସୁସମାଚାର 5:33
20 Referans Kwoze  

କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”


ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହରେ ଦୁଇ ଥର ଉପବାସ କରେ। ମୁଁ ମୋର ସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।’


ପ୍ରଭୁ ତାହାଙ୍କୁ କହିଲେ, “ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ଯିହୂଦାଙ୍କ ଘରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତିର ସନ୍ଧାନ ନିଅ। ଯେହେତୁ ସେ ପ୍ରାର୍ଥନା କରୁଅଛି।


ଯୋହନଙ୍କର କେତେକ ଶିଷ୍ୟଙ୍କର ସହିତ ଜଣେ ଯିହୂଦୀଙ୍କର ଯୁକ୍ତିତର୍କ ହେଲା। ସେମାନେ ତାହାଙ୍କ ସହିତ ଧର୍ମସଂକ୍ରାନ୍ତୀୟ ଶୁଚିକରଣ ବିଷୟରେ ତର୍କ କରୁଥିଲେ।


ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ଆଉ ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ।


ଥରେ ଯୀଶୁ ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲେ, “ପ୍ରାର୍ଥନା କିପରି କରିବାକୁ ହେବ ତାହା ଯୋହନ ତାହାଙ୍କ ଶିଷ୍ୟମାନଙ୍କୁ ଶିଖାଇ ଦେଇଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ୟ ଆମ୍ଭମାନଙ୍କୁ ବତେଇ ଦିଅନ୍ତୁ।


ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ ବ୍ୟବହାର ଦେଖାନ୍ତି। ସେମାନେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖେଇ ହେବା ପାଇଁ ସେମାନେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ୱର କଠିନ ଶାସ୍ତି ଦେବେ।”


“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ।


ଏବଂ ତୁମ୍ଭେ ସମସ୍ତେ ଯେତେବେଳେ ଖାଅ ଓ ପିଅ, ତୁମ୍ଭେ କ’ଣ ନିଜ ପାଇଁ ଖାଅ ଓ ପିଅ ନାହିଁ?


“ତୁମ୍ଭେମାନେ ସବୁ ହସ୍ତ ପ୍ରସାରଣ କରି ମୋତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହୋଇ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭେମାନେ ସବୁ ଅନେକ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ପରିପୂର୍ଣ୍ଣ।


ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ।


ତା'ପରେ ତାହାଙ୍କର ସ୍ୱାମୀ ମରିଗଲେ ଓ ସେ ବିଧବା ହୋଇ ଏକୁଟିଆ ରହିବାକୁ ଲାଗିଲେ। ଏବେ ତାହାଙ୍କୁ ଚଉରାଅଶୀ ବର୍ଷ ବୟସ ହୋଇଥିଲା। ହାନ୍ନା ସବୁବେଳେ ମନ୍ଦିରରେ ରହୁଥିଲେ। କେବେ ହେଲେ ସେ ମନ୍ଦିର ଛାଡ଼ି ଯାଇ ନ ଥିଲେ। ସେ ଉପବାସ କରି ଓ ସେ ଦିନରାତି ପ୍ରାର୍ଥନା କରି ପରମେଶ୍ୱରଙ୍କ ଉପାସନା କରୁଥିଲେ।


ମୁଁ ଧାର୍ମିକ ଲୋକମାନଙ୍କ ପରିବର୍ତ୍ତନ ସକାଶେ ଆସି ନାହିଁ। ମୁଁ ପାପୀମାନଙ୍କ ପାଇଁ ଆସିଛି। ସେମାନେ ନିଜ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରନ୍ତୁ।”


ଯୀଶୁ ସେମାନଙ୍କୁ କହିଲେ, “ବର, ବରଯାତ୍ରୀ ସହିତ ଥିବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ବରଯାତ୍ରୀମାନଙ୍କୁ ଉପବାସରେ ରଖି ପାରିବ?


Swiv nou:

Piblisite


Piblisite