Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 5:30 - ପବିତ୍ର ବାଇବଲ

30 ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ଆଗରେ ଅଭିଯୋଗ କଲେ, “ତୁମ୍ଭେମାନେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ?

Gade chapit la Kopi

ଓଡିଆ ବାଇବେଲ

30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

30 କେତେକ ଫାରୁଶୀ ଓ ତାଙ୍କ ଦଳର ଧର୍ମଗୁରୁମାନେ ଯୀଶୁଙ୍କ ଶିଷ୍ୟମାନଙ୍କ ନିକଟରେ ଅଭିଯୋଗ କରି କହିଲେ, “ତୁମେ କାହିଁକି କରଆଦାୟକାରୀ ଓ ଅନ୍ୟାନ୍ୟ ସମାଜଚ୍ୟୁତ ଲୋକମାନଙ୍କ ସହିତ ଭୋଜନ ପାନ କରୁଛ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ?

Gade chapit la Kopi




ଲୂକ ଲିଖିତ ସୁସମାଚାର 5:30
16 Referans Kwoze  

ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”


ସମସ୍ତେ ଏ କଥା ଦେଖିଲେ। ସେମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।”


ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଭାବିବାକୁ ଲାଗିଲେ, “ଏ ଲୋକ କିଏ? ଏ ପରମେଶ୍ୱରଙ୍କୁ ଅପମାନ କରୁଛି। କେବଳ ପରମେଶ୍ୱର ପାପକ୍ଷମା କରିପାରନ୍ତି?”


ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସେଠାରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ୟ ବସିଥିଲେ। ସେମାନେ ଗାଲିଲୀର ପ୍ରତ୍ୟେକ ନଗରରୁ, ଯିହୂଦା ତଥା ଯିରୁଶାଲମରୁ ଆସିଥିଲେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦେବା ପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।


ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ କେବେ ହେଲେ ଖାଉ ନ ଥିଲେ। ସେମାନେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ।


“ମାତ୍ର ସେହି ଲୋକମାନେ କୁହନ୍ତି, ‘ସେସ୍ଥାନରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭେମାନେ ତୁମ୍ଭ ଅପେକ୍ଷା ପବିତ୍ର।’ କିନ୍ତୁ ସେହି ଲୋକମାନେ ଆମ୍ଭ ନାସିକାର ଧୂମସ୍ୱରୂପ ଓ ଦିନସାରା ପ୍ରଜ୍ୱଳିତ ଅଗ୍ନି ସ୍ୱରୂପ।”


ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂରରେ ଅଲଗା ଠିଆ ହୋଇଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବେଳେ କହିଲେ, ‘ହେ ପରମେଶ୍ୱର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହୋଇ ନ ଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଗ୍ଭେରି, ଠକାମି, ବ୍ୟଭିଗ୍ଭର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ। ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହୋଇଥିବାରୁ ତୁମ୍ଭ ପାଖରେ କୃତଜ୍ଞତା ଜଣାଉଛି।


ଯେଉଁ ଫାରୂଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, “ଯୀଶୁ ଯଦି ପ୍ରକୃତରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ହୋଇଥା’ନ୍ତେ, ତେବେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।”


ପୁଣି ମନୁଷ୍ୟପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭେମାନେ କହୁଛ, ‘ଦେଖ, ଏ ଲୋକ ଜଣେ ପେଟୁ ଓ ଗୋଟିଏ ମଦୁଆ। କରଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।’


ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀମାନେ ମଧ୍ୟ ଏହା କରନ୍ତି।


ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଗ୍ଭରିଲେ, “ତୁମ୍ଭର ଗୁରୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”


ଯୀଶୁଙ୍କୁ କରଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ, ଯୀଶୁଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଯୀଶୁ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?”


ଯୀଶୁ ପଗ୍ଭରିଲେ, “ତୁମ୍ଭେମାନେ ଧର୍ମଶାସ୍ତ୍ରୀମାନଙ୍କ ସହିତ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”


Swiv nou:

Piblisite


Piblisite