Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 5:14 - ପବିତ୍ର ବାଇବଲ

14 ଯୀଶୁ ତାହାକୁ ଆଦେଶ ଦେଲେ, “ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦେହ ତାହାଙ୍କୁ ଦେଖାଅ। ତୁମ୍ଭେ ସୁସ୍ଥ ହୋଇଯାଇଥିବା ଯୋଗୁଁ ମୋଶାଙ୍କ ଆଦେଶ ଅନୁସାରେ ପରମେଶ୍ୱରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖେଇଦେବ ଯେ ତୁମ୍ଭେ ସୁସ୍ଥ ହୋଇ ଯାଇଛ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ, କିନ୍ତୁଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୌଚକ୍ରିୟା ସ୍ଵରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର।

Gade chapit la Kopi

ଓଡିଆ ବାଇବେଲ

14 ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୁଚିକ୍ରିୟାରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ବଳି ଉତ୍ସର୍ଗ କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ଯୀଶୁ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ସିଧା ଯାଜକଙ୍କ ପାଖକୁ ଯାଅ ଓ ସେ ତୁମକୁ ପରୀକ୍ଷା କରି ଦେଖନ୍ତୁ; ତା’ପରେ ତୁମେ ସୁସ୍ଥ ହୋଇଛ ବୋଲି ଅନ୍ୟମାନଙ୍କ ନିକଟରେ ପ୍ରମାଣ ଦେବା ପାଇଁ ମୋଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୁଚିକ୍ରିୟାରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ବଳି ଉତ୍ସର୍ଗ କର।”

Gade chapit la Kopi




ଲୂକ ଲିଖିତ ସୁସମାଚାର 5:14
12 Referans Kwoze  

ଯୀଶୁ ଲୋକମାନଙ୍କୁ ଦେଖି କହିଲେ, “ତୁମ୍ଭେମାନେ ଯାଇ ନିଜ ଦେହକୁ ଯାଜକମାନଙ୍କୁ ଦେଖାଅ।” ସେହି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲାବେଳେ ସୁସ୍ଥ ହୋଇଗଲେ।


ତା'ପରେ ଯୀଶୁ ତାହାକୁ କହିଲେ, “ଦେଖ, ଏ ବିଷୟରେ କାହାକୁ କିଛି କୁହ ନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦେଖାଅ। ମୋଶାଙ୍କ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ୱାରା ଲୋକଙ୍କୁ ଦେଖେଇ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହୋଇ ଯାଇଛ।”


“ମୁଁ ତୁମ୍ଭ ପାଇଁ ଯାହା କଲି ସେହି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦେହ ଦେଖାଅ। ତୁମ୍ଭେ ସୁସ୍ଥ ହୋଇ ଥିବାରୁ ମୋଶାଙ୍କ ଆଜ୍ଞା ଅନୁସାରେ, ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କର। ତୁମ୍ଭେ ସୁସ୍ଥ ହୋଇ ଯାଇଛ ବୋଲି ଲୋକମାନଙ୍କ ଆଗରେ ପ୍ରମାଣ ରହିବ।”


କିନ୍ତୁ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, ଏ କଥା କାହାରି ଆଗରେ ପ୍ରକାଶ କରିବ ନାହିଁ।


ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସେମାନଙ୍କୁ ଦୃଢ଼ ଭାବରେ ଚେତାବନୀ ଦେଇ କହିଲେ, “ଏ ବିଷୟ ଅନ୍ୟକୁ କହିବ ନାହିଁ।”


“ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚି‌‌କ୍‌‌‌କଣ ଚିହ୍ନ ହୁଏ କିମ୍ବା ତା'ର ଶରୀରରେ ଚର୍ମ ରୋଗଜନିତ ଘା’ ହୁଏ, ତେବେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ୟରୁ କୌଣସି ଯାଜକ ନିକଟକୁ ଅଣାଯିବା ଉଚିତ୍।


ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ ନ କରନ୍ତି, ତେବେ ନଗର ଛାଡ଼ି ବାହାରକୁ ଗ୍ଭଲିଯିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ୟ ସେଠାରେ ଝାଡ଼ିଦେବ। ତେବେ ଏହା ସେମାନଙ୍କ ପାଇଁ ଚେତାବନୀ ହେବ।”


ଯଦି କୌଣସି ସହରରେ ସେମାନେ ତୁମ୍ଭକୁ ସ୍ୱାଗତ ନ କରନ୍ତି କିମ୍ବା ସେମାନେ ତୁମ୍ଭ କଥା ନ ଶୁଣନ୍ତି, ତେବେ ସେ ସହର ଛାଡ଼ି ଗ୍ଭଲି ଯାଅ। ଛାଡ଼ିଲା ବେଳେ ତୁମ ପାଦରୁ ସେଠାକାର ଧୂଳିଝାଡ଼ି ଦିଅ। ତାହା ସେମାନଙ୍କ ପାଇଁ ଚେତାବନୀ ହେବ।”


ତୁମ୍ଭେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆଯିବ। ଅଣଯିହୂଦୀ ତଥା ସେମାନଙ୍କ ଆଗରେ ତୁମ୍ଭେ ମୋ’ ବିଷୟରେ ସାକ୍ଷୀ ହେବ।


ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ ବୁଣା କିମ୍ବା ଶିଲାଇ କପାଡ଼ା କିମ୍ବା କୌଣସି ଚର୍ମ ଜିନିଷରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତେବେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦେଖାଇ ଦିଆଯିବ।


ଯୀଶୁ ହାତ ବଢ଼େଇ ସେହି ଲୋକଟିକୁ ଛୁଇଁ କରି କହିଲେ, “ମୁଁ ଇଚ୍ଛା କରୁଅଛି ତୁମ୍ଭେ ସୁସ୍ଥ ହୋଇ ଯାଅ।” ତ‌ତ୍‌କ୍ଷଣାତ୍ ତାହାଙ୍କଠାରୁ କୁଷ୍ଠରୋଗ ଦୂର ହୋଇଗଲା।


Swiv nou:

Piblisite


Piblisite