ଭୂତ ଅନେକ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା’ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ପହରା ଭିତରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା’ ଦେହରେ ଥିବା ଭୂତ ତାହାକୁ ଲୋକେ ରହୁ ନ ଥିବା ନିଛାଟିଆ ଜାଗାକୁ ତଡ଼ି ନେଉଥିଲା। ଯୀଶୁ ଭୂତକୁ ସେହି ଲୋକଟି ଦେହରୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗରେ ପଡ଼ିଯାଇ ଉଚ୍ଚ ସ୍ୱରରେ ପାଟି କରି କହିଲା, “ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମୋ'ଠାରୁ କ’ଣ ଗ୍ଭହୁଁଛ? ମୁଁ ଅନୁରୋଧ କରୁଛି, ମୋତେ ଦଣ୍ଡ ଦିଅ ନାହିଁ।”