Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 4:17 - ପବିତ୍ର ବାଇବଲ

17 ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖୋଲି ଯେଉଁ ଜାଗାରେ ଏହା ଲେଖାଥିଲା, ତାହା ପାଇଲେ:

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

Gade chapit la Kopi

ଓଡିଆ ବାଇବେଲ

17 ସେଥିରେ ଯିଶାଈୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ଶାସ୍ତ୍ର ପାଠ କରିବା ନିମନ୍ତେ ତାଙ୍କୁ ଭାବବାଦୀ ଯିଶାଇୟଙ୍କ ପୁସ୍ତକ ଦିଆଗଲା। ସେ ଉକ୍ତ ପୁସ୍ତକ ଫିଟାଇ ଏହି ଅଂଶଟି ପାଠ କଲେ:

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ,

Gade chapit la Kopi




ଲୂକ ଲିଖିତ ସୁସମାଚାର 4:17
9 Referans Kwoze  

ସେଠାରେ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଲେଖାଗୁଡ଼ିକ ପଢ଼ାଯିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣ‌ବ୍‌‌ବାଙ୍କ ନିକଟକୁ ଏହା କହି ପଠାଇଲେ, “ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତେବେ କୁହ।”


କିନ୍ତୁ ପରମେଶ୍ୱର ସେମାନଙ୍କଠାରୁ ବିମୁଖ ହେଲେ। ସେ ସେମାନଙ୍କୁ ଆକାଶସ୍ଥ ଭଣ୍ଡ ଦେବତାମାନଙ୍କର ପୂଜା କରିବା ପାଇଁ ଛାଡ଼ି ଦେଲେ। ଏହି ବିଷୟରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲେଖାଅଛି, ‘ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ, ମୋ’ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରି ନାହଁ।


ଯିରୁଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକାରେ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ବାକ୍ୟ ସଫଳ କଲେ। ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ଏହି ବାକ୍ୟ ସବୁ ପ୍ରତି ବିଶ୍ରାମ ଦିବସରେ ପଢ଼ାଯାଏ।


ଗୀତସଂହିତାରେ ଦାଉଦ ନିଜେ କହିଛନ୍ତି: ‘ପ୍ରଭୁ ପରମେଶ୍ୱର ମୋର ପ୍ରଭୁ ଖ୍ରୀଷ୍ଟଙ୍କୁ କହିଲେ, ମୋର ଡାହାଣ ପଟେ ମୋ’ ପାଖରେ ବସ।


ତା'ପରେ ସେ ନାଜରିତକୁ ଆସିଲେ। ନାଜରିତରେ ସେ ପ୍ରତିପାଳିତ ହୋଇଥିଲେ। ସବୁଥର ଭଳି ସେ ବିଶ୍ରାମ ଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।


“ପ୍ରଭୁଙ୍କ ଆତ୍ମା ମୋ'ଠାରେ ଅଛି। ଦୀନହୀନ ଲୋକଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ପରମେଶ୍ୱର ମୋତେ ବାଛିଛନ୍ତି। ବନ୍ଦୀମାନେ ଯେ ମୁକ୍ତ ହୋଇ ପାରିଛନ୍ତି, ଏହା ସେମାନଙ୍କୁ ଶୁଣାଇବା ପାଇଁ ଅନ୍ଧମାନେ ପୁଣି ଦେଖି ପାରିବେ ବୋଲି ସେମାନଙ୍କୁ କହିବା ପାଇଁ, ଦୁଃଖ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଦୂର କରିଦେବାକୁ


ଯୀଶୁ ପୁସ୍ତକ ବନ୍ଦ କରି ସେବକଙ୍କୁ ଫେରାଇଦେଲେ। ତା'ପରେ ସେ ବସି ପଡ଼ିଲେ। ସମାଜଗୃହରେ ଥିବା ପ୍ରତ୍ୟେକ ଲୋକର ଲକ୍ଷ୍ୟ ତାହାଙ୍କ ଉପରେ ଥିଲା।


“କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ପାଖରେ ମୋଶାଙ୍କ ନିୟମ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଲେଖା ସବୁ ପଢ଼ିବା ପାଇଁ ରହିଛି। ସେମାନେ ସେଥିରୁ ଶିକ୍ଷା ଲାଭ କରନ୍ତୁ।’


Swiv nou:

Piblisite


Piblisite