Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:5 - ପବିତ୍ର ବାଇବଲ

5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ। ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସଳଖ ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବନ୍ତ

Gade chapit la Kopi

ଓଡିଆ ବାଇବେଲ

5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ପ୍ରତ୍ୟେକ ଉପତ୍ୟକାକୁ ପୂର୍ଣ୍ଣ କରାଯାଉ, ପାହାଡ଼ ଓ ପର୍ବତଗୁଡ଼ିକୁ ସମତଳ କରାଯାଉଏ ବକ୍ର ମାର୍ଗ ସବୁ ସଳଖ କରାଯାଉ ଓ କଙ୍କରିତ ପଥ ସବୁକୁ ମସୃତ କରାଯାଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;

Gade chapit la Kopi




ଲୂକ ଲିଖିତ ସୁସମାଚାର 3:5
11 Referans Kwoze  

ତା'ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ, ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ। ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ। ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।


ସମସ୍ତ ଉପତ୍ୟକାକୁ ପୂର୍ଣ୍ଣ କରି ଉଚ୍ଚ କର, ପର୍ବତ ଓ ଉପପର୍ବତଗୁଡ଼ିକୁ ସମାନ କର। ବକ୍ର ରାସ୍ତାକୁ ସଳଖ କର ଓ ରଗଡ଼ା ସ୍ଥାନଗୁଡ଼ିକୁ ମସୃଣ କର।


“ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାଯିବ।


ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା।


“ତାହାହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପାରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପାରେ। ପୁଣି ସତେଜ ବୃକ୍ଷକୁ ଶୁଷ୍କ କରିପାରେ ଓ ଶୁଷ୍କ ବୃକ୍ଷକୁ ସତେଜ କରିପାରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।”


ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍।


Swiv nou:

Piblisite


Piblisite