Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 3:1 - ପବିତ୍ର ବାଇବଲ

1 ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ, ଗାଲିଲୀର ଶାସକ ହେରୋଦ, ଇତୂରିୟା ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲି‌ପ୍‌ପ ଓ ଅବିଲୀନୀର ଶାସକ ଲୂସାନିୟା, ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତିବିରିଅ କାଇସରଙ୍କ ରାଜତ୍ଵର ପଞ୍ଚଦଶ ବର୍ଷରେ, ଯେତେବେଳେ ପନ୍ତୀୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାଙ୍କ ଭ୍ରାତା ଫିଲିପ୍ପ ଇତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ।

Gade chapit la Kopi

ଓଡିଆ ବାଇବେଲ

1 ତିବିରିଅା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୁସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ସମ୍ରାଟ ଟାଲବିରିୟସ୍‌ଙ୍କ ରାଜତ୍ୱର ପଞ୍ଚଦଶ ବର୍ଷରେ ପନ୍ତିୟ ପିଲାତ ଯିହୂଦା ପ୍ରଦେଶର ରାଜ୍ୟପାଳ ଥିଲେ। ହେରୋଦ ଗାଲିଲୀର ସାମନ୍ତ ରାଜା ଥିଲେ ଏବଂ ତାଙ୍କ ଭାଇ ଫିଲିପ ଇଟୁରିଆ ଓ ଟ୍ରାକୋନିଟିସ୍ର ଏବଂ ଲିସାନିଆସ୍ ଆବିଲିନ୍ର ସାମନ୍ତ ରାଜା ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ

Gade chapit la Kopi




ଲୂକ ଲିଖିତ ସୁସମାଚାର 3:1
19 Referans Kwoze  

ସେହି ସମୟରେ ରୋମୀୟ ଶାସନ ଅନ୍ତର୍ଗତ ସମସ୍ତ ଦେଶର ଲୋକମାନଙ୍କ ଉଦ୍ଦେଶ୍ୟରେ କାଇସର ଅଗଷ୍ଟଙ୍କର ଗୋଟିଏ ଆଜ୍ଞା ଘୋଷଣା କରାଗଲା। ଆଜ୍ଞାଟି କୁହେ ଯେ, ସମସ୍ତେ ଜନଗଣନା ପାଇଁ ନିଜ ନିଜ ନାମର ପଞ୍ଜୀକରଣ କରିବେ।


ସେମାନେ ଯୀଶୁଙ୍କୁ ବାନ୍ଧି ପକାଇଲେ। ତା'ପରେ ତାହାଙ୍କୁ ରାଜ୍ୟପାଳ ପୀଲାତଙ୍କ ପାଖକୁ ନେଇଗଲେ, ଓ ତାହାଙ୍କ ହାତରେ ଯୀଶୁଙ୍କୁ ଦେଇଦେଲେ।


ତା'ପରେ ରାଜା, ରାଜ୍ୟପାଳ, ରାଣୀ ବର୍ଣ୍ଣୀକୀ ଓ ଅନ୍ୟମାନେ ସମସ୍ତେ ଠିଆ ହେଲେ ଓ ପ୍ରସ୍ଥାନ କଲେ।


କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ୟପାଳ ହେଲେ। ଫେଲୀ‌କ୍‌ସ୍ ଆଉ ରାଜ୍ୟପାଳ ପଦରେ ରହିଲେ ନାହିଁ। ତେଣୁ ଫେଲୀ‌କ୍‌ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥାରେ କାରାଗାରରେ ରଖି ଗ୍ଭଲିଗଲେ।


“ମହାମହିମ ରାଜ୍ୟପାଳ ଫେଲୀ‌କ୍‌ସଙ୍କୁ କ୍ଳାଉଦିଅ ଲୂସିୟାଙ୍କର ନମସ୍କାର।


ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।


ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ।


ଇତି ମଧ୍ୟରେ ସାମନ୍ତ ରାଜା ହେରୋଦ ଏହି ଘଟଣାଗୁଡ଼ିକ ବିଷୟରେ ଶୁଣି ଗଭୀର ଚିନ୍ତାରେ ପଡ଼ିଗଲେ। କାରଣ କେତେକ ଲୋକ କହୁଥିଲେ, “ବାପ୍ତିଜକ ଯୋହନ ପୁଣି ମୃତ୍ୟୁରୁ ବଞ୍ଚି ଉଠିଛନ୍ତି।”


ସାମନ୍ତରାଜା ହେରୋଦ ନିଜ ଭାଇର ସ୍ତ୍ରୀ ହେରୋଦିଆଙ୍କ ସହିତ ଅନୁଚିତ୍ ସମ୍ପର୍କ ରଖିଥିବାରୁ ଓ ଅନ୍ୟ କେତେକ ଖରାପ କାମ କରିଥିବାରୁ ଯୋହନ ତାହାଙ୍କୁ ସମାଲୋଚନା କଲେ।


ନିଜେ ହେରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ। ଯୋହନଙ୍କୁ କାରାଗାରରେ ରଖାଯାଇଥିଲା। ହେରୋଦ ତାହାଙ୍କ ସ୍ତ୍ରୀ ହେରୋଦିଆଙ୍କୁ ଖୁସୀ କରିବା ପାଇଁ ଏହା କରିଥିଲେ। ପ୍ରଥମେ ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ। ପରେ ହେରୋଦ ତାହାଙ୍କୁ ବିବାହ କରିଥିଲେ।


ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ।


ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ।


ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା'ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।


ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁ‌ଗ୍‌ଧ ହୋଇଗଲେ।


ଏ ବିଷୟରେ ତୁମ୍ଭ ମତାମତ କ’ଣ ଆମ୍ଭକୁ କୁହ। କାଇସରଙ୍କୁ କର ଦେବା ଉଚିତ୍ ହେବ, ନା ନାହିଁ?”


କିଛି ଦିନ ପରେ ହେରୋଦଙ୍କ ଜନ୍ମ ଦିନରେ ଯୋହନଙ୍କ ମୃତ୍ୟୁ ଘଟାଇବା ପାଇଁ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସେନାପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହେରୋଦ ରାତ୍ରି ସମୟରେ ଭୋଜି ଦେଉଥା’ନ୍ତି।


ସେହି ସମୟରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ କହିଲେ, “ଏଠାରୁ ଗ୍ଭଲିଯାଇ ଲୁଚିଯାଆନ୍ତୁ। ହେରୋଦ ଆପଣଙ୍କୁ ମାରିଦେବା ପାଇଁ ଗ୍ଭହୁଁଛନ୍ତି।”


Swiv nou:

Piblisite


Piblisite