Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 24:30 - ପବିତ୍ର ବାଇବଲ

30 ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ଆଉ, ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୋଟୀ ଘେନି ଆଶୀର୍ବାଦ କଲେ, ପୁଣି ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ।

Gade chapit la Kopi

ଓଡିଆ ବାଇବେଲ

30 ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି, ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

30 ସେମାନଙ୍କ ସହିତ ସେ ଭୋଜନରେ ବସିଲେ, ରୋଟୀ ନେଇ ଆଶୀର୍ବାଦ କଲେ ଓ ତାକୁ ଭାଙ୍ଗି ସେମାନଙ୍କୁ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୁଟି ଘେନି ଆଶୀର୍ବାଦ କଲେ, ପୁଣି, ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 24:30
14 Referans Kwoze  

ଯୀଶୁ ସେଠାରେ ଜମା ହୋଇଥିବା ଲୋକମାନଙ୍କୁ ଘାସ ଉପରେ ବସିଯିବା ପାଇଁ କହିଲେ। ତା'ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଗ୍ଭହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କ ହାତକୁ ଦେଲେ। ଶିଷ୍ୟମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ।


ତା'ପରେ ଏହି ଦୁଇଜଣ ଲୋକ ରାସ୍ତାରେ ଯାହାସବୁ ଘଟିଥିଲା, ସେ ସମସ୍ତ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ସେମାନେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ।


ତା'ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ୱର୍ଗ ଆଡ଼କୁ ଗ୍ଭହିଁ ଖାଦ୍ୟପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ୟମାନଙ୍କୁ ଲୋକଙ୍କ ଭିତରେ ପରଶି ଦେବାକୁ ଦେଲେ।


ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ୱରଙ୍କୁ ଖାଦ୍ୟ ପାଇଁ ଧନ୍ୟବାଦ ଦେଲେ। ଯୀଶୁ ସେଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ। ଶିଷ୍ୟମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।


ଏତିକି କହିବା ପରେ ପାଉଲ କିଛି ରୋଟୀ ନେଇ ସମସ୍ତଙ୍କ ଆଗରେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡେଇ ଖାଇବାକୁ ଆରମ୍ଭ କଲେ।


ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।


ତା'ପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ରେରିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, “ଏହି ରୋଟୀ ମୋର ଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମୋତେ ମନେ ରଖିବା ପାଇଁ ଏହା କର।”


ସେମାନେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀ ଛିଣ୍ଡେଇ ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହି ରୋଟୀ ନିଅ। ଏହା ମୋର ଦେହ।”


ତା'ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ଯିବାକୁ କହିଲେ। ସେ ସାତଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଶିଷ୍ୟମାନଙ୍କୁ ଦେଲେ। ସେମାନେ ସେଇଆ କଲେ।


ତା'ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ।


ସେମାନେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସେହି ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା'ପରେ ରୋଟୀ ଛିଣ୍ଡେଇଲେ, ତାହାକୁ ଶିଷ୍ୟମାନଙ୍କୁ ଦେଲେ। ଯୀଶୁ କହିଲେ, “ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମୋର ଶରୀର।”


କିନ୍ତୁ ସେମାନେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭ ସାଙ୍ଗରେ ରହିଯାଅ। ସନ୍ଧ୍ୟାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ।” ତେଣୁ ଯୀଶୁ ସେମାନଙ୍କ ସହିତ ରହିବା ପାଇଁ ଘର ଭିତରକୁ ଗଲେ।


ବିଶ୍ୱାସୀ ଲୋକମାନେ ଏକାଠି ମିଳିତ ହେବାକୁ ଲାଗିଲେ। ପ୍ରେରିତମାନଙ୍କ ଉପଦେଶ ଶୁଣିବାକୁ ସେମାନେ ସେମାନଙ୍କର ସମୟ ଦେଲେ। ବିଶ୍ୱାସୀମାନେ ପରସ୍ପରର ସହଭାଗୀ ହେଲେ। ସେମାନେ ରୋଟୀ ବାଣ୍ଟି ଖାଇବାରେ ଏବଂ ପ୍ରାର୍ଥନା କରିବାରେ ସମୟ ଦେଲେ।


ପ୍ରତିଦିନ ସେମାନେ ଏକାଠି ହୋଇ ଉପାସନା ମନ୍ଦିରରେ ପରସ୍ପରକୁ ଭେଟୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ୟ ଏକ ଥିଲା। ସେମାନେ ସେମାନଙ୍କ ଘରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।


Swiv nou:

Piblisite


Piblisite