Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 24:25 - ପବିତ୍ର ବାଇବଲ

25 ତା'ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, “ତୁମ୍ଭେମାନେ କେତେ ବୋକା। ଭବିଷ୍ୟ‌ଦ୍‌ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ଵାରା କଥିତ ସମସ୍ତ ବାକ୍ୟରେ ବିଶ୍ଵାସ କରିବାକୁ ଶିଥିଳଚିତ୍ତମାନେ,

Gade chapit la Kopi

ଓଡିଆ ବାଇବେଲ

25 ସେଥିରେ ସେ ସେମାନଙ୍କୁ କହିଲେ, ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ତୁମେ କେଡ଼େ ନିର୍ବୋଧ, ଭାବବାଦୀମାନେ ଯାହା କହି ଯାଇଛନ୍ତି, ସେଥିରେ ବିଶ୍ୱାସ କରିବା ପାଇଁ ତୁମେ କେଡ଼େ ଅପ୍ରସ୍ତୁତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ସେଥିରେ ସେ ସେମାନଙ୍କୁ କହିଲେ, “ହେ ନିର୍ବୋଧମାନେ ଓ ଭାବବାଦୀମାନଙ୍କ ଦ୍ୱାରା କଥିତ ସମସ୍ତ ବାକ୍ୟରେ ବିଶ୍ୱାସ କରିବାକୁ ଶିଥିଳଚିତ୍ତମାନେ,

Gade chapit la Kopi




ଲୂକ ଲିଖିତ ସୁସମାଚାର 24:25
9 Referans Kwoze  

ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କାହିଁକି ବିଶ୍ୱାସ କରୁ ନାହଁ? କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ଥିବି? କେତେ କାଳ ମୁଁ ତୁମ୍ଭମାନଙ୍କର ସବୁ ସହୁଥିବି? ସେହି ପିଲାକୁ ମୋ’ ପାଖକୁ ନେଇ ଆସ।”


ଯୀଶୁ କହିଲେ, “ତୁମ୍ଭେମାନେ ମଧ୍ୟ, ଅନ୍ୟମାନଙ୍କ ଭଳି କ’ଣ ବୁଝି ପାରିଲ ନାହିଁ? ତୁମ୍ଭେମାନେ କ’ଣ ବୁଝି ପାରୁ ନ ଯେ, ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସେହି ଲୋକକୁ ଦୂଷିତ କରିପାରେ ନାହିଁ।


ପରେ ଯେତେବେଳେ ଏଗାର ଜଣ ପ୍ରେରିତ ଖାଉଥିଲେ, ସେତିକିବେଳେ ଯୀଶୁ ସେମାନଙ୍କୁ ଦେଖା ଦେଲେ। ସେ ସେମାନଙ୍କୁ ସେମାନଙ୍କର ଅବିଶ୍ୱାସ ଓ ମନର ଜଡ଼ତା ପାଇଁ ସମାଲୋଚନା କଲେ। କାରଣ ଯେଉଁମାନେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥାନ ହୋଇଛନ୍ତି ବୋଲି ଦେଖିଥିଲେ, ସେମାନଙ୍କୁ ଏହି ଶିଷ୍ୟମାନେ ବିଶ୍ୱାସ କରି ନ ଥିଲେ।


ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।”


ତା'ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ୟ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ୟ ଖାଲି ଥିଲା, ସେମାନେ ଭିତରକୁ ଗ୍ଭହିଁଲେ, କିନ୍ତୁ ସେମାନେ ଯୀଶୁଙ୍କୁ ସେଠାରେ ପାଇଲେ ନାହିଁ।”


“ତୁମ୍ଭେମାନେ ଯତ୍ନ ସହକାରେ ଧର୍ମ ଶାସ୍ତ୍ରଗୁଡ଼ିକ ଅଧ୍ୟୟନ କରୁଛ। କାରଣ ତୁମ୍ଭେମାନେ ବିଶ୍ୱାସ କର ଯେ, ସେହି ଧର୍ମଶାସ୍ତ୍ର ଦ୍ୱାରା ହିଁ ତୁମ୍ଭେମାନେ ଅନନ୍ତ ଜୀବନ ପାଇବ। ସେହି ଧର୍ମଶାସ୍ତ୍ର ଗୁଡ଼ିକ ମୋ’ ବିଷୟରେ କହନ୍ତି।


ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।


Swiv nou:

Piblisite


Piblisite