Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 23:7 - ପବିତ୍ର ବାଇବଲ

7 ପୀଲାତ ଜାଣିଲେ ଯେ, ଯୀଶୁ ହେରୋଦଙ୍କ ଅଧିକାର କ୍ଷେତ୍ରର ଲୋକ। ହେରୋଦ ସେହି ସମୟରେ ଯିରୁଶାଲମରେ ଥିଲେ। ତେଣୁ ପୀଲାତ ଯୀଶୁଙ୍କୁ ତାହାଙ୍କ ପାଖକୁ ପଠାଇଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି, ସେ ଯେ ହେରୋଦଙ୍କ ରାଜ୍ୟର ଲୋକ, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ।

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧିନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମରେ ଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

7 ଯୀଶୁ ହେରୋଦଙ୍କ ଦ୍ୱାରା ଶାସିତ ଗାଲିଲୀ ଅଞ୍ଚଳରୁ ଆସିଛନ୍ତି ବୋଲି ଜାଣି ପିଲାତ ତାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ। ହେରୋଦ ମଧ୍ୟ ସେହି ସମୟରେ ଯିରୂଶାଲମରେ ଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧୀନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମ ସହରରେ ଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 23:7
9 Referans Kwoze  

ତିବିରିଅ କାଇସରଙ୍କ ରାଜତ୍ୱର ପନ୍ଦରତମ ବର୍ଷ ସମୟର କଥା। ଯିହୂଦା ପ୍ରଦେଶର ଶାସକ ପନ୍ତିୟ ପୀଲାତ, ଗାଲିଲୀର ଶାସକ ହେରୋଦ, ଇତୂରିୟା ଓ ତ୍ରାଖୋନୀତି ପ୍ରଦେଶର ଶାସକ ହେରୋଦର ଭାଇ ଫିଲି‌ପ୍‌ପ ଓ ଅବିଲୀନୀର ଶାସକ ଲୂସାନିୟା, ଏ ସମସ୍ତେ କାଇସରଙ୍କ ଅଧୀନରେ ଥିଲେ।


ସେହି ସମୟରେ କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ କହିଲେ, “ଏଠାରୁ ଗ୍ଭଲିଯାଇ ଲୁଚିଯାଆନ୍ତୁ। ହେରୋଦ ଆପଣଙ୍କୁ ମାରିଦେବା ପାଇଁ ଗ୍ଭହୁଁଛନ୍ତି।”


ସେହି ସମୟରେ ଯୀଶୁଙ୍କ ବିଷୟରେ ଲୋକେ ଯାହା କଥାବାର୍ତ୍ତା ହେଉଥିଲେ, ତାହା ଗାଲିଲୀର ଶାସକ ହେରୋଦ ଶୁଣିଲେ।


ଏହି ସମୟ ପୂର୍ବରୁ ହେରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳିରେ ବାନ୍ଧି କାରାଗାରରେ ନିକ୍ଷେପ କରିଥିଲେ। ସେ ହେରୋଦିଆଙ୍କ ଅନୁରୋଧକ୍ରମେ ଏ କଥା କରିଥିଲେ। ହେରୋଦିଆ ହେରୋଦଙ୍କ ଭାଇ ଫିଲି‌ପ୍‌ପଙ୍କ ସ୍ତ୍ରୀ ଥିଲେ।


ହେରୋଦଙ୍କ ଜନ୍ମଦିନ ଅବସରରେ ହେରୋଦିଆଙ୍କ ଝିଅ, ହେରୋଦ ଓ ତାହାଙ୍କ ଅତିଥିମାନଙ୍କ ଆଗରେ ନାଚିଲା। ଏଥିରେ ହେରୋଦ ବହୁତ ମୁ‌ଗ୍‌ଧ ହୋଇଗଲେ।


ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।”


ଇତି ମଧ୍ୟରେ ସାମନ୍ତ ରାଜା ହେରୋଦ ଏହି ଘଟଣାଗୁଡ଼ିକ ବିଷୟରେ ଶୁଣି ଗଭୀର ଚିନ୍ତାରେ ପଡ଼ିଗଲେ। କାରଣ କେତେକ ଲୋକ କହୁଥିଲେ, “ବାପ୍ତିଜକ ଯୋହନ ପୁଣି ମୃତ୍ୟୁରୁ ବଞ୍ଚି ଉଠିଛନ୍ତି।”


ପୀଲାତ ଏହା ଶୁଣି ପଗ୍ଭରିଲେ, ଏହି ଲୋକ କ’ଣ ଗାଲିଲୀର?


ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।


Swiv nou:

Piblisite


Piblisite