Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 23:4 - ପବିତ୍ର ବାଇବଲ

4 ପୀଲାତ ପ୍ରଧାନଯାଜକ ଏବଂ ଲୋକମାନଙ୍କୁ କହିଲେ, “ଏ ଲୋକର ମୁଁ କିଛି ଭୁଲ୍ ଦେଖି ପାରୁ ନାହିଁ,”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକ-ସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ।

Gade chapit la Kopi

ଓଡିଆ ବାଇବେଲ

4 ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 ତା’ପରେ ପିଲାତ ମୁଖ୍ୟ ଯାଜକ ଓ ଜନତାଙ୍କୁ କହିଲେ, “ଏ ଲୋକକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଁ କୌଣସି କାରଣ ପାଉ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 23:4
13 Referans Kwoze  

ପୀଲାତ କହିଲେ, “ସତ୍ୟ କ'ଣ?” ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, “ଏହି ଲୋକ ବିରୁଦ୍ଧରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ।


“ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।”


ବରଂ ନିର୍ଦ୍ଦୋଷ ପବିତ୍ର ମେଷଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ତୁମ୍ଭେ କିଣା ହୋଇଅଛ।


ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।”


ପୀଲାତ ପଗ୍ଭରିଲେ, “କାହିଁକି? ସେ ଏଭଳି କ’ଣ ଅପରାଧ କରିଛନ୍ତି?” କିନ୍ତୁ ଲୋକମାନେ ଅଧିକ ଜୋ‌ର୍‌ରେ ଚିତ୍କାର କରି କହିଲେ, “ତାହାଙ୍କୁ କ୍ରୁଶରେ ଚଢ଼ାଅ।”


ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,


ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି।


ପୀଲାତ ବିଗ୍ଭରମଞ୍ଚରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: “ଏହି ଧାର୍ମିକ ଲୋକଟିର କିଛି ହେଲେ କ୍ଷତି କର ନାହିଁ। ମୁଁ ତାହାଙ୍କ ବିଷୟରେ କାଲି ରାତିରେ ଗୋଟିଏ ସ୍ୱପ୍ନ ଦେଖିଛି, ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।”


ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ।


କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଗ୍ଭର କଲି ସେତେବେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଗ୍ଭରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି।


Swiv nou:

Piblisite


Piblisite