Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 23:32 - ପବିତ୍ର ବାଇବଲ

32 ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆ ଯାଉଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ପୁଣି, ପ୍ରାଣଦଣ୍ତ ଭୋଗିବା ନିମନ୍ତେ ଦୁଇଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ।

Gade chapit la Kopi

ଓଡିଆ ବାଇବେଲ

32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

32 ଆଉ ଦୁଇ ଜଣ ଅପରାଧୀଙ୍କୁ ମଧ୍ୟ ଯୀଶୁଙ୍କ ସହିତ ମୃତ୍ୟୁ ଦଣ୍ଡ ଭୋଗ କରିବା ପାଇଁ ନିଆଗଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 23:32
8 Referans Kwoze  

ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ୟ ସେମାନେ କ୍ରୁଶ ବିଦ୍ଧ କଲେ। ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣକୁ ବାମ ପଟେ କ୍ରୁଶ ବିଦ୍ଧ କରାଗଲା।


ସେହି ସମୟରେ ଦୁଇଜଣ ଡକାୟତଙ୍କୁ ମଧ୍ୟ ଯୀଶୁଙ୍କ ପାଖରେ କ୍ରୁଶରେ ଚଢ଼େଇ ଦିଆଗଲା। ଜଣକୁ ତାହାଙ୍କ ଡାହାଣ ପଟେ ଓ ଆର ଜଣକୁ ବାମ ପଟେ।


ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।”


ସେହି ‘ଗ‌‌‌‌‌‌‌ଲ୍‌‌‌‌ଗଥା’ରେ ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ଯୀଶୁଙ୍କୁ ମଝିରେ ରଖି ତାହାଙ୍କର ଦୁଇ ପାର୍ଶ୍ୱରେ ଆଉ ଦୁଇଜଣଙ୍କୁ ମଧ୍ୟ କ୍ରୁଶବିଦ୍ଧ କଲେ।


ଶାସ୍ତ୍ର କହେ: ‘ଲୋକମାନେ କହିଲେ ଯେ ସେ ଜଣେ ଅପରାଧୀ।’ ଏହି ଶାସ୍ତ୍ରର ବାକ୍ୟ ନିଶ୍ଚୟ ଘଟିବ, ଏହା ମୋ’ ବିଷୟରେ ଲେଖାଥିଲା ଏବଂ ଏହା ଏବେ ଘଟୁଛି।”


ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।


ବର୍ତ୍ତମାନ ସମୟରେ ଯେତେବେଳେ ଜୀବନ ଭଲରେ କଟୁଛି, ସେତେବେଳେ ଲୋକେ ଯଦି ଏଭଳି ବ୍ୟବହାର କରିବେ, ତେବେ ଯେତେବେଳେ ଖରାପ ସମୟ ଆସିବ, ସେତେବେଳେ ଅବସ୍ଥା କ’ଣ ହେବ?”


ଏହି ସୁସମାଗ୍ଭର ମୁଁ ଲୋକଙ୍କୁ ଶୁଣାଏ। ସେହି ସୁସମାଗ୍ଭର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳିରେ ବନ୍ଧା ମଧ୍ୟ ହୋଇଛି।


Swiv nou:

Piblisite


Piblisite