Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 23:25 - ପବିତ୍ର ବାଇବଲ

25 ଲୋକମାନେ ବାର‌ବ୍‌ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାର‌ବ୍‌ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାର‌ବ୍‌ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କିନ୍ତୁ ବିପ୍ଳବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବୀ କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧୀନରେ ସମର୍ପଣ କଲେ।

Gade chapit la Kopi

ଓଡିଆ ବାଇବେଲ

25 କିନ୍ତୁ ବିପ୍ଲବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧିନରେ ସମର୍ପଣ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

25 ସେମାନଙ୍କ ଦାବୀ ପୂରଣ କରି ବିଦ୍ରୋହ ଓ ହତ୍ୟା ଅଭିଯୋଗରେ କାରାଗାରରେ ବନ୍ଦୀ ହୋଇଥିବା ଲୋକଟିକୁ ମୁକ୍ତ କରିଦେଲେ। ପୁଣି ଯୀଶୁଙ୍କୁ ଦଣ୍ଡ ଦେବା ପାଇଁ ସେମାନଙ୍କ ହାତରେ ସମର୍ପଣ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କିନ୍ତୁ ବିପ୍ଳବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧୀନରେ ସମର୍ପଣ କଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 23:25
12 Referans Kwoze  

ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ।


ପୀଲାତ ଲୋକମାନଙ୍କୁ ଖୁସୀ କରିବାକୁ ଗ୍ଭହିଁଲେ, ତେଣୁ ସେ ସେମାନଙ୍କ ପାଇଁ ବାର‌ବ୍‌ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ପିଟିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦେବା ପାଇଁ ତାହାଙ୍କୁ ସୈନ୍ୟମାନଙ୍କ ହାତରେ ଦେଇ ଦେଲେ।


ମାତ୍ର ଯିହୂଦୀମାନେ ଚିତ୍କାର କଲେ, “ନା, ଏ ଲୋକକୁ ନୁହେଁ। ବାର‌ବ୍‌ବାକୁ ମୁକ୍ତି ଦିଅ।” ଏହି ବାର‌ବ୍‌ବା ଜଣେ ଡକାୟତ ଥିଲା।


ସେମାନେ କିନ୍ତୁ ବାରମ୍ବାର କହିଲେ, “ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। ଯିହୂଦାର ଗ୍ଭରିଆଡ଼େ ସେ ଲୋକଙ୍କୁ ଉପଦେଶ ଦେଉଛନ୍ତି। ସେ ଏହା ଗାଲିଲୀରେ ଆରମ୍ଭ କରିଥିଲେ। ଏବେ ସେ ଏଠାରେ ଅଛନ୍ତି।”


ସେମାନେ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ। ସେମାନେ ପୀଲାତଙ୍କୁ କହିଲେ, “ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭେମାନେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦେବା ଉଚିତ୍ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।”


ପୀଲାତ ବାର‌‌‌‌‌ବ୍‌‌‌‌‌ବାଙ୍କୁ ମୁକ୍ତ କରିଦେଲେ ଓ ଯୀଶୁଙ୍କୁ ବେତରେ ମାରିବା ପାଇଁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ସୈନ୍ୟମାନଙ୍କ ହାତରେ ଅର୍ପଣ କଲେ।


ବର୍ତ୍ତମାନ ତୁମ୍ଭମାନଙ୍କ ଅନୁରୋଧ ଓ ପସନ୍ଦ ଅନୁସାରେ ସଦାପ୍ରଭୁ ତୁମ୍ଭକୁ ଶାସନ କରିବା ପାଇଁ ଜଣେ ରାଜାଙ୍କୁ ଦେଇଛନ୍ତି।


ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ।


ସୈନ୍ୟମାନେ ଯୀଶୁଙ୍କୁ ମାରିଦେବା ପାଇଁ ନେଇଗଲେ। ଠିକ୍ ସେହି ସମୟରେ ଜଣେ ଲୋକ ପଲ୍ଲୀଗ୍ରାମରୁ ଫେରି ନଗର ଭିତରକୁ ଆସୁଥିଲା। ତା'ର ନାମ ଥିଲା ଶିମୋନ। ଶିମୋନ କୁରୀଣ ନଗରର ଲୋକ ଥିଲା। ସୈନ୍ୟମାନେ ଯୀଶୁଙ୍କ କ୍ରୁଶ ବହନ କରି ଯୀଶୁଙ୍କ ପଛରେ ଯିବାକୁ ଶିମୋନକୁ ବାଧ୍ୟ କଲେ।


ତେଣୁ ପୀଲାତ ଯୀଶୁଙ୍କୁ କ୍ରୁଶରେ ମାରିବା ପାଇଁ ସେମାନଙ୍କ ହାତରେ ସମର୍ପି ଦେଲା। ସୈନିକମାନେ ଯୀଶୁଙ୍କୁ ନେଇଗଲେ।


ପୁଣି ରାଜା ହାମ‌ନ୍‌କୁ କହିଲା, “ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା। ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।”


Swiv nou:

Piblisite


Piblisite