Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:70 - ପବିତ୍ର ବାଇବଲ

70 ସେମାନେ ସମସ୍ତେ କହିଲେ, “ତେବେ କ’ଣ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର?” ଯୀଶୁ ସେମାନଙ୍କୁ କହିଲେ, “ହଁ, ତୁମ୍ଭେ ଯାହା କହିଛ। ତାହା ଠିକ୍।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ଵରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କ'ଣ ଈଶ୍ୱରଙ୍କ ପୁତ୍ର ? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

70 ସେମାନେ ସମସ୍ତେ କହିଲେ, “ତୁମେ ତେବେ କ’ଣ ଈଶ୍ୱରଙ୍କ ପୁତ୍ର?” ସେ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ସେହି ବୋଲି ତୁମ୍ଭେମାନେ ତ କହୁଛ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ବରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, “ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।”

Gade chapit la Kopi




ଲୂକ ଲିଖିତ ସୁସମାଚାର 22:70
20 Referans Kwoze  

ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ହଁ ତାହା ଠିକ୍ କଥା।”


ପୀଲାତ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ଯାହା କହିଲ ତାହା ସତ୍ୟ।”


ଏହି ସମୟରେ ଯୀଶୁ ରାଜ୍ୟପାଳ ପୀଲାତ ଆଗରେ ଠିଆ ହେଲେ। ରାଜ୍ୟପାଳ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୂଦୀମାନଙ୍କର ରାଜା?” ଯୀଶୁ ଉତ୍ତର ଦେଲେ, “ହଁ।”


ଯୀଶୁ କହିଲେ, “ହଁ, ମୁଁ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ, ତୁମ୍ଭେ ଭବିଷ୍ୟତରେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ଡାହାଣ ପଟେ ବସିଥିବାର ଓ ଆକାଶର ମେଘମାଳାରେ ଆସୁଥିବାର ଦେଖିବ।”


ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭର ବ୍ୟବସ୍ଥା ଅନୁସାରେ ସେ ମୃତ୍ୟୁଦଣ୍ଡ ପାଇବା ଉଚିତ୍ କାରଣ ସେ ନିଜକୁ ପରମେଶ୍ୱରଙ୍କର ପୁତ୍ର ବୋଲି କହିଅଛି।”


ପୀଲାତ କହିଲେ, “ତେବେ ତୁମ୍ଭେ ଜଣେ ରାଜା।” ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ରାଜା ବୋଲି କହୁଛ। ଏହା ସତ୍ୟ। ମୁଁ ଏଥିପାଇଁ ଜନ୍ମ ନେଇଛି। ଲୋକମାନଙ୍କୁ ସତ୍ୟ ବିଷୟରେ କହିବା ପାଇଁ, ସେଥିପାଇଁ ମୁଁ ଜଗତକୁ ଆସିଛି। ସତ୍ୟକୁ ଭଲପାଉଥିବା ପ୍ରତ୍ୟେକ ଲୋକ ମୋ’ କଥା ଶୁଣନ୍ତି।”


ତେବେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି। କାରଣ ମୁଁ କହିଛି, ‘ମୁଁ ପରମେଶ୍ୱରଙ୍କର ପୁତ୍ର।’ ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।


ପରମପିତା ଓ ମୁଁ ଏକ।”


ତା'ପରେ ନିଥନିୟେଲ ଯୀଶୁଙ୍କୁ କହିଲେ, “ହେ ଗୁରୁ, ଆପଣ ପରମେଶ୍ୱରଙ୍କ ପୁତ୍ର। ଆପଣ ଇସ୍ରାଏଲର ରାଜା।”


ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’”


ଆଉ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଅନେକଙ୍କ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, “ତୁମ୍ଭେ ପରମେଶ୍ୱରଙ୍କର ପୁତ୍ର।” କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠୋର ଆଜ୍ଞା ଦେଲେ। କାରଣ ସେହି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ୱୟଂ ଖ୍ରୀଷ୍ଟ।


ଯୀଶୁ ଉତ୍ତର ଦେଲେ, “ହଁ ମୁଁ ପରମେଶ୍ୱରଙ୍କ ପୁତ୍ର ଏବଂ ଭବିଷ୍ୟତରେ ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସେହି ସର୍ବଶକ୍ତିମାନଙ୍କ ଡାହାଣ ପଟେ ବସିଥିବାର ଏବଂ ସ୍ୱର୍ଗର ମେଘମାଳା ମଧ୍ୟରେ ଆସୁଥିବାର ଦେଖିବ।”


ରୋମୀୟ ସେନାଧ୍ୟକ୍ଷ ଓ ଯୀଶୁଙ୍କୁ ଜଗି ରହିଥିବା ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟସବୁ ଘଟଣାମାନ ଘଟୁଥିବା ଦେଖିଲେ, ସେମାନେ ବହୁତ ଭୟ କଲେ ଓ ସେମାନେ କହିଲେ, “ସେ ପ୍ରକୃତରେ ପରମେଶ୍ୱରଙ୍କ ପୁତ୍ର ଥିଲେ।”


ସେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ। ଯଦି ପ୍ରକୃତରେ ପରମେଶ୍ୱର ତାହାଙ୍କୁ ଗ୍ଭହୁଁଥା’ନ୍ତି, ତେବେ ସେ ତାହାଙ୍କୁ ବର୍ତ୍ତମାନ ରକ୍ଷା କରନ୍ତୁ। ସେ ନିଜେ କହୁଥିଲେ, ‘ମୁଁ ପରମେଶ୍ୱରଙ୍କ ପୁତ୍ର।’’’


ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, “ତୁମ୍ଭେ ଯଦି ପରମେଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ିକୁ ରୋଟୀ ହୋଇ ଯିବା ପାଇଁ କୁହ।”


ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।”


ଦେଖାଇଦିଅ ଯେ ତୁମ୍ଭେମାନେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା’ ନ ହେଲେ ସେ କ୍ରୋଧିତ ହେବେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ୱାସୀ ସେମାନେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହେବା ଉଚିତ୍ କାରଣ ସଦାପ୍ରଭୁଙ୍କ କ୍ରୋଧର ଶିକାର ସେମାନେ ଯେକୌଣସି ସମୟରେ ଧନ୍ୟ।


ମୁଁ ବର୍ତ୍ତମାନ ସଦାପ୍ରଭୁଙ୍କ ସେହି ନିୟମ ଘୋଷଣା କରୁଛି। ସଦାପ୍ରଭୁ ମୋତେ କହିଲେ, “ଆଜିଠାରୁ ମୁଁ ତୁମ୍ଭର ପିତା ହେଲି ଓ ତୁମ୍ଭେ ମୋର ପୁତ୍ର ହେଲ।


ତା'ପରେ ଯିହୂଦା, “ଯିଏ ତାହାଙ୍କୁ ଶତ୍ରୁମାନଙ୍କୁ ଧରେଇ ଦେବାକୁ ଯାଉଥିଲା, କହିଲା ଗୁରୁ, ସେ କ’ଣ ମୁଁ?” ଯୀଶୁ କହିଲେ, “ହଁ, ତୁମ୍ଭେ ସେହି।”


ସେମାନେ କହିଲେ, “ତେବେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ’ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁଖରୁ ଏହା ଶୁଣିଲୁ।”


Swiv nou:

Piblisite


Piblisite