Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:6 - ପବିତ୍ର ବାଇବଲ

6 ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ, ସେ ସମ୍ମତ ହୋଇ ଲୋକସମୂହର ଅସାକ୍ଷାତରେ ତାହାଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଅନ୍ଵେଷଣ କରିବାକୁ ଲାଗିଲା।

Gade chapit la Kopi

ଓଡିଆ ବାଇବେଲ

6 ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଯିହୂଦା ଏଥିରେ ରାଜି ହେଲା ଏବଂ ଲୋକଙ୍କ ଅଜ୍ଞତାରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବାର ଗୋଟିଏ ଭଲ ସୁଯୋଗ ଖୋଜିବାକୁ ଲାଗିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।

Gade chapit la Kopi




ଲୂକ ଲିଖିତ ସୁସମାଚାର 22:6
4 Referans Kwoze  

ସେମାନେ କହିଲେ, “ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା’ କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।


କିନ୍ତୁ ବୈଠକରେ ସେମାନେ କଥାବାର୍ତ୍ତା ହେଲେ, “ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚିତ୍ ହେବ ନାହିଁ। କାରଣ ଲୋକମାନେ ଏଥିରେ ରାଗିଯାଇ ପାରନ୍ତି ଓ ଦଙ୍ଗାହଙ୍ଗାମା କରି ପାରନ୍ତି।”


ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ।


ଖମୀରହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି।


Swiv nou:

Piblisite


Piblisite