Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:57 - ପବିତ୍ର ବାଇବଲ

57 କିନ୍ତୁ ପିତର ଏ କଥା ଅସ୍ୱୀକାର କଲେ। ସେ କହିଲେ, “ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

57 କିନ୍ତୁ ସେ ଅସ୍ଵୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

57 କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

57 କିନ୍ତୁ ପିତର ଅସ୍ୱୀକାର କରି କହିଲେ, “ନା, ମୁଁ ତାଙ୍କୁ ଆଦୌ ଜାଣେ ନାହିଁ!”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

57 କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।

Gade chapit la Kopi




ଲୂକ ଲିଖିତ ସୁସମାଚାର 22:57
12 Referans Kwoze  

ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ।


ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ।


କିନ୍ତୁ ପିତର ପୁଣି ଥରେ କହିଲେ, “ନା, ମୁଁ ତାହାଙ୍କ ସହିତ ନ ଥିଲି।” ଠିକ୍ ସେତିକିବେଳେ ଗୋଟିଏ କୁକୁଡ଼ା ଡାକିଲା।


ଶିମୋନ ପିତର ନିଆଁ ପାଖେ ଠିଆ ହୋଇ ସେକି ହେଉଥିଲେ। ଅନ୍ୟ ଲୋକମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ କ'ଣ ଏହି ଲୋକର ଶିଷ୍ୟମାନଙ୍କ ଭିତରୁ ଜଣେ? କିନ୍ତୁ ପିତର ମନା କଲେ।” ସେ କହିଲେ, “ନା, ମୁଁ ନୁହେଁ।”


କିନ୍ତୁ ଯେଉଁ ଲୋକ ଅନ୍ୟମାନଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋ'ଠାରେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ପରମେଶ୍ୱରଙ୍କ ଦୂତମାନଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।


କିନ୍ତୁ ପିତର ଏ କଥା ସମସ୍ତଙ୍କ ଆଗରେ ଅସ୍ୱୀକାର କଲେ। ସେ କହିଲେ, “ତୁମ୍ଭେ କେଉଁ ବିଷୟରେ କହୁଛ ତାହା ମୁଁ ଜାଣେ ନାହିଁ।”


କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ ସେ ମୋତେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।


ଜଣେ ଦାସୀ ପିତରଙ୍କୁ ସେଠାରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅରେ ଦେଖି ପାରିଲା। କନ୍ୟାଦାସୀଟି ମନ ଧ୍ୟାନ ଦେଇ ପିତରଙ୍କ ମୁହଁକୁ ଗ୍ଭହିଁଲା। ତା'ପରେ ସେ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସହିତ ଥିଲା।”


ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।” କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।”


Swiv nou:

Piblisite


Piblisite