Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:5 - ପବିତ୍ର ବାଇବଲ

5 ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।

Gade chapit la Kopi

ଓଡିଆ ବାଇବେଲ

5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ସେମାନେ ଖୁସିହୋଇ ତାକୁ ଟଙ୍କା ଦେବାକୁ ଚୁକ୍ତି କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 22:5
11 Referans Kwoze  

ଏହା ସେମାନଙ୍କ ପାଇଁ ଖରାପ ଅଟେ। ଏହି ଲୋକମାନେ କୟିନର ପଥ ଅନୁସରଣ କରିଛନ୍ତି। ସେମାନେ ଅର୍ଥ ଲୋଭ ସକାଶେ ବିଲିୟାମ ପରି ଅନ୍ୟାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କରିଛନ୍ତି। କୋରହ ପରି ସେମାନେ ମଧ୍ୟ ଧ୍ୱଂସ ହେବେ।


ଏହି ଭଣ୍ଡ ଶିକ୍ଷକମାନେ ଉତ୍ତମ ପଥ ଛାଡ଼ି ଦେଇଛନ୍ତି ଓ ବିୟୋରର ପୁତ୍ର ବିଲିୟାମର ଭୁଲ୍ ମାର୍ଗ ଅନୁସରଣ କରିଛନ୍ତି। ସେ ମନ୍ଦ କାମ କରି ଧନ ପାଇବାକୁ ଭଲ ପାଉଥିଲା।


ସେହି ଭଣ୍ଡ ଶିକ୍ଷକମାନେ କେବଳ ତୁମ୍ଭର ଧନ ଗ୍ଭହାନ୍ତି। ସେମାନେ ଖାଲି ମିଛ କଥା କହି ତୁମ୍ଭର ମନ ନେବେ। ଏହି ଭଣ୍ଡ ଶିକ୍ଷକଙ୍କର ନ୍ୟାୟ ବିଗ୍ଭର ବହୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ପରମେଶ୍ୱର ସେମାନଙ୍କୁ ନଷ୍ଟ କରିଦେବେ। ସେମାନେ ତାହାଙ୍କଠାରୁ ରକ୍ଷା ପାଇବେ ନାହିଁ।


ପିତର ତାହାକୁ କହିଲେ, “ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହୋଇଯାଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ୱରଙ୍କ ଦାନ ଟଙ୍କାରେ କିଣି ହେବ।


ଯିହୂଦାକୁ ଏହି ଘୃଣ୍ୟ କାମ କରିବା ପାଇଁ ଟଙ୍କା ଦିଆ ଯାଇଥିଲା। ସେଥିରେ ସେ ଗୋଟିଏ ଜମି କିମି ଦେଲା। କିନ୍ତୁ ସେ ନିଜେ ମୁଣ୍ଡ ମାଡ଼ି ହୋଇ ପଡ଼ିଲା। ପରେ ତା'ର ପେଟ ଫାଟିଗଲା ଓ ଅନ୍ତବୁଜୁଳା ବାହାରି ପଡ଼ିଲା।


ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା।


ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।


Swiv nou:

Piblisite


Piblisite