Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:43 - ପବିତ୍ର ବାଇବଲ

43 ତା'ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

43 ଆଉ, ସ୍ଵର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।

Gade chapit la Kopi

ଓଡିଆ ବାଇବେଲ

43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

43 ସ୍ୱର୍ଗରୁ ଜଣେ ଦୂତ ତାଙ୍କ ଆଗରେ ଉପସ୍ଥିତ ହେଲେ ଓ ତାଙ୍କୁ ଶକ୍ତି ପ୍ରଦାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 22:43
16 Referans Kwoze  

ତେଣୁ ଶୟତାନ ତାହାଙ୍କୁ ଛାଡ଼ି ଗ୍ଭଲିଗଲା, ଏବଂ ତା'ପରେ ସ୍ୱର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।


ସମସ୍ତ ସ୍ୱର୍ଗଦୂତ ଆତ୍ମା ଅଟନ୍ତି। ସେମାନେ ପରମେଶ୍ୱରଙ୍କ ସେବା କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସେମାନଙ୍କୁ ସାହାଯ୍ୟ କରନ୍ତି।


ତୁମ୍ଭେ କ’ଣ ଜାଣି ନାହଁ ଯେ ମୁଁ ମୋର ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମୋତେ ବାରଟି ସେନାବାହିନୀରୁ ଅଧିକ ଯୋଗେଇବେ।


ଓ ଯେତେବେଳେ ପରମେଶ୍ୱର ନିଜର ପ୍ରଥମଜାତ ସନ୍ତାନକୁ ପୁନର୍ବାର ଜଗତ ମଧ୍ୟକୁ ଆଣିବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି: “ପରମେଶ୍ୱରଙ୍କର ସବୁ ସ୍ୱର୍ଗଦୂତ ପୁତ୍ରଙ୍କୁ ପ୍ରଣାମ କରନ୍ତୁ।”


ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।


ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ୱାସ ଲୋପ ନ ହେଉ। ତୁମ୍ଭେମାନେ ମୋ’ ପାଖକୁ ଫେରି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ୱାସରେ ଦୃଢ଼ ହେବା ପାଇଁ ସାହାଯ୍ୟ କର।”


ଶୟତାନ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଶାସ୍ତ୍ରରେ ଲେଖାଅଛି: ‘ପରମେଶ୍ୱର ତୁମ୍ଭର ଯତ୍ନ ନେବା ପାଇଁ ନିଜ ସ୍ୱର୍ଗଦୂତଙ୍କୁ ଆଦେଶ ଦେବେ। ସେମାନେ ତୁମ୍ଭକୁ ତାହାଙ୍କ ହାତରେ ଧରିପକାଇବେ। ତାହାହାଲେ ପଥରରେ ତୁମ୍ଭ ପାଦ ବାଜିବ ନାହିଁ।’”


କିନ୍ତୁ ଯିହୋଶୂୟଙ୍କୁ ଆଜ୍ଞା ଦିଅ, ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ। କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ। ତୁମ୍ଭେମାନେ ଯେଉଁ ଦେଶ ଦେଖିବ। ତାହା ସେ ସେମାନଙ୍କୁ ଅଧିକାର କରାଇବ।’


ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି।


ସେଠାରେ ପାଉଲ କିଛିଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଗ୍ଭଲିଗଲେ। ସେଠାରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ୟମାନଙ୍କୁ ବଳବାନ୍ କଲେ।


“ପୁଣି ମାଦୀୟ ଦାରିୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ।


ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।”


Swiv nou:

Piblisite


Piblisite