Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 22:18 - ପବିତ୍ର ବାଇବଲ

18 ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ଵରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।

Gade chapit la Kopi

ଓଡିଆ ବାଇବେଲ

18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଅଙ୍ଗୁର ଫଳର ରସ ଆଉ ପାନ କରିବି ନାହିଁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଉ ଏ ଦ୍ରାକ୍ଷାରସ ପାନ କରିବି ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 22:18
22 Referans Kwoze  

ମୁଁ ତୁମ୍ଭମାନଙ୍କୁ ଏ କଥା କହି ରଖୁଛି: ମୋର ପରମପିତାଙ୍କ ରାଜ୍ୟରେ ଆମ୍ଭେ ସମସ୍ତେ ଏକାଠି ନ ହେବା ପର୍ଯ୍ୟନ୍ତ ଓ ନୂଆ ଦ୍ରାକ୍ଷାରସର ଅଂଶୀ ହେବା ପର୍ଯ୍ୟନ୍ତ ମୁଁ ଦ୍ରାକ୍ଷାରସ ପୁଣି ପାନ କରିବି ନାହିଁ। ତା'ପରେ ମୁଁ ତୁମ୍ଭମାନଙ୍କ ସହିତ ଏହାକୁ ପାନ କରିବି।”


ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ୱରଙ୍କ ରାଜ୍ୟରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ମୁଁ କେବେ ହେଲେ ନିସ୍ତାରପର୍ବର ଖାଦ୍ୟ ଆଉ ଖାଇବି ନାହିଁ।”


ମୁଁ ତୁମ୍ଭକୁ ସତ୍ୟ କହୁଛି। ମୁଁ ଯେପର୍ଯ୍ୟନ୍ତ ପରମେଶ୍ୱରଙ୍କ ରାଜ୍ୟରେ ନୂଆ ଦ୍ରାକ୍ଷାରସ ପାନ ନ କରିଛି, ସେହି ଦିନ ପର୍ଯ୍ୟନ୍ତ ଆଉ ଦ୍ରାକ୍ଷାରସ ପିଇବି ନାହିଁ।”


“ହେ ତୃଷାର୍ତ୍ତଗଣ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ୟ ବ୍ୟକ୍ତି ମଧ୍ୟ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ୟରେ ଦ୍ରାକ୍ଷାରସ ଓ ଦୁ‌ଗ୍‌ଧ କିଣ।


ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି।


ସେହିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସେଗୁଡ଼ିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭେମାନେ ଜାଣି ପାରିବ ଯେ, ପରମେଶ୍ୱରଙ୍କ ରାଜ୍ୟ ନିକଟ ହୋଇଗଲାଣି।


ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ ତୁମ୍ଭମାନଙ୍କ ଭିତରୁ ଏଠାରେ ଠିଆ ହୋଇଥିବା କେତେକ ଲୋକ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଦେଖିବେ।”


ସେଠାରେ ସେମାନେ ଯୀଶୁଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। କିନ୍ତୁ ଯୀଶୁ ତାହା ପିଇବାକୁ ମନା କଲେ।


ତା'ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା'ପରେ ତାହା ଶିଷ୍ୟମାନଙ୍କୁ ଦେଲେ। ସମସ୍ତ ଶିଷ୍ୟ ସେହି ପାତ୍ରରୁ ଦ୍ରାକ୍ଷାରସ ପିଇଲେ।


ତା'ପରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏଠାରେ ଯେଉଁମାନେ ଠିଆ ହୋଇଛ, ତୁମ୍ଭମାନଙ୍କ ମଧ୍ୟରୁ କେତେ ଜଣ ନିଜ ମୃତ୍ୟୁ ପୂର୍ବରୁ ପରମେଶ୍ୱରଙ୍କ ରାଜ୍ୟ ଏଠାକୁ ଆସିବାର ଦେଖିବ। ପରମେଶ୍ୱରଙ୍କ ରାଜ୍ୟ ତା'ର କ୍ଷମତା ନେଇ ଆସିବ।”


ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ।


ପ୍ରତ୍ୟେକ ଜିନିଷ ଉତ୍ତମ ଓ ସୁନ୍ଦର ହେବ। ଶସ୍ୟ ଏବଂ ନୂତନ ଦ୍ରାକ୍ଷାରସ ଯୁବକ ଯୁବତୀଙ୍କର ବଳ ବଢ଼ାଇବ।


ସର୍ବଶକ୍ତିମାନ୍ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା ଦେବେ। ସେମାନେ ଧ୍ୱଂସ ହେବେ, ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ବାଟୁଳି ଦ୍ୱାରା ପରାସ୍ତ କରିବେ। ସେମାନେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହେବେ, ସେମାନେ ଯଜ୍ଞବେଦିର କୋଣରେ ଥିବା ପାତ୍ର ଯେପରି ସେହିପରି ପୂର୍ଣ୍ଣ ହେବେ।


“ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।


ସେତେବେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦେବେ। ସେହି ଭୋଜିରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀୟ ଦ୍ରାକ୍ଷାରସ କୋମଳ ସ୍ୱାଦଯୁକ୍ତ ମାଂସ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଦ୍ରବ୍ୟ।


ହେ ମୋର ଭଗିନୀ, ମୋହର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି। ମୁଁ ମହୁ ଫେଣାରୁ ମୋର ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁ‌ଗ୍‌ଧପାନ କରିଅଛି। ଆସ ପରସ୍ପର ସହିତ ଆମୋଦ କରିବା। ଆସ ପ୍ରେମରେ ମତ୍ତ ହୋଇଯିବା। ହେ ବନ୍ଧୁଗଣ, ଭୋଜନ କର, ହେ ପ୍ରିୟତମଗଣ ପାନ କର। ହଁ, ଯଥେଷ୍ଟ ପ୍ରେମକୁ ପାନ କର।


ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚି‌କ୍‌କଣକାରୀ ତୈଳ ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।


“କିନ୍ତୁ ଦ୍ରାକ୍ଷାଲତା ସେମାନଙ୍କୁ ଉତ୍ତରରେ କହିଲା, ‘କେବଳ ତୁମ୍ଭମାନଙ୍କ ଉପରେ ଶାସନ କରିବାକୁ ମୁଁ ଦ୍ରାକ୍ଷାରସ ଉତ୍ପନ୍ନ କରିବା ବନ୍ଦ କରି ଦେବି କି?, ଯେଉଁଗୁଡ଼ିକ ଦେବତାଗଣଙ୍କୁ ଓ ଲୋକମାନଙ୍କୁ ଖୁସୀ କରେ?’


Swiv nou:

Piblisite


Piblisite