Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:37 - ପବିତ୍ର ବାଇବଲ

37 ସେହି ଦିନଗୁଡ଼ିକରେ ଯୀଶୁ ଲୋକମାନଙ୍କୁ ମନ୍ଦିରରେ ଉପଦେଶ ଦେଉଥିଲେ। ରାତ୍ରିକାଳରେ ସେ ନଗର ବାହାରକୁ ଗ୍ଭଲି ଯାଉଥିଲେ ଓ ସାରା ରାତି ଜୀତପର୍ବତ ଉପରେ କଟାଉଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି ପ୍ରତି ରାତ୍ର ବାହାରିଯାଇ ଜୀତ ପର୍ବତରେ ରହୁଥିଲେ।

Gade chapit la Kopi

ଓଡିଆ ବାଇବେଲ

37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତିରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

37 ସେହି ସମୟରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଇ ଦିନ ଅତିବାହିତ କରୁଥିଲେ ଓ ସନ୍ଧ୍ୟା ସମୟରେ ବାହାରି ଯାଇ ଜୀତ ପର୍ବତ ଉପରେ ରାତ୍ରି କ୍ଷେପଣ କରୁଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତି ରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 21:37
15 Referans Kwoze  

ଯୀଶୁ ଯିରୁଶାଲମ ନଗର ଛାଡ଼ି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ସହିତ ଗଲେ।


ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ହେବାରୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନଗରରୁ ବାହାରି ଗ୍ଭଲିଗଲେ।


ତା'ପରେ ଯୀଶୁ ଲୋକମାନଙ୍କୁ କହିଲେ, “ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟିଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସରରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତେବେଳେ ତୁମ୍ଭେ ମୋତେ ବନ୍ଦୀ କରିଲ ନାହିଁ।


ତା'ପରେ ଯୀଶୁ ସେ ସ୍ଥାନ ଓ ନଗରରୁ ବାହାରକୁ ଗ୍ଭଲିଗଲେ। ସେ ବେଥନୀୟାକୁ ଗ୍ଭଲିଗଲେ ଓ ସେଠାରେ ରାତିଟି କଟାଇଲେ।


ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ପାଖାପାଖି ଆସି ଯାଇଥିଲେ। ସେମାନେ ପ୍ରଥମେ ଜୀତପର୍ବତ ପାଖ ବୈ‌‌‌‌‌‌ଥ୍‌‌‌‌‌‌ଫାଗୀଠାରେ ଅଟକିଲେ।


ତା'ପରେ ପ୍ରେରିତମାନେ ଜୀତ ନାମକ ପର୍ବତରୁ ଯିରୁଶାଲମ ଫେରି ଆସିଲେ। ଏହି ପର୍ବତ ଯିରୁଶାଲମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର।


ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)।


ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ,


ତହିଁ ଆରଦିନ ଯେତେବେଳେ ସେମାନେ ବେଥନୀୟାରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।


ଏହା ପରେ ସେମାନେ ନିସ୍ତାରପର୍ବର ପ୍ରାର୍ଥନା ଗୀତ ବୋଲିଲେ ଓ ଜୀତପର୍ବତକୁ ଗ୍ଭଲିଗଲେ।


ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ।


ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।”


ଜୀତପର୍ବତ ପାଖ ବେ‌ଥ୍‌ଫାଗୀ ଓ ବେଥନୀୟା ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ,


ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ।


ଯିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ୟମାନଙ୍କ ସହିତ ସେହି ସ୍ଥାନକୁ ଯାଉଥିଲେ। ସେହି ଯିହୂଦା ହିଁ ଯୀଶୁଙ୍କର ବିରୁଦ୍ଧରେ ଗଲା।


Swiv nou:

Piblisite


Piblisite