Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:19 - ପବିତ୍ର ବାଇବଲ

19 ଏହିସବୁ ଘଟଣା ଭିତରେ ତୁମ୍ଭେମାନେ ତୁମ୍ଭ ବିଶ୍ୱାସରେ ଦୃଢ଼ ରହିଲେ ନିଜକୁ ରକ୍ଷା କରି ପାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଧୈର୍ଯ୍ୟ ଦ୍ଵାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ।

Gade chapit la Kopi

ଓଡିଆ ବାଇବେଲ

19 ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଧୈର୍ଯ୍ୟ ଧରି ଏ ସବୁର ସମ୍ମୁଖୀନ ହୁଅ, ତାହାହେଲେ ତୁମ ଆତ୍ମାର ସୁରକ୍ଷା କରି ପାରିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ।”

Gade chapit la Kopi




ଲୂକ ଲିଖିତ ସୁସମାଚାର 21:19
26 Referans Kwoze  

ତୁମ୍ଭେମାନେ ଧୈର୍ଯ୍ୟବାନ ହେବା ଦରକାର। ପରମେଶ୍ୱର ଯାହା ଇଚ୍ଛା କରନ୍ତି, ସେହିସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭେମାନେ ପାଇବ।


ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭକୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହି ପାରିବ, ସେ ଉଦ୍ଧାର ପାଇବ।


କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ୱାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ଧୈର୍ଯ୍ୟ ଜନ୍ମାଏ।


ତୁମ୍ଭେ ଧୈର୍ଯ୍ୟର ସହିତ ମୋର ଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।


ଆମ୍ଭେମାନେ ଆମ୍ଭର କ୍ଳେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ।


କେତେକ ଲୋକ ପରମେଶ୍ୱରଙ୍କର ମହିମା, ସମ୍ମାନ ଓ ପରମେଶ୍ୱର ଦେବାକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ଧୈର୍ଯ୍ୟପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସେହି ଲୋକମାନଙ୍କୁ ପରମେଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ଯେଉଁ ବ୍ୟକ୍ତିର ବନ୍ଦୀ ହେବାର ଅଛି, ତେବେ ସେ ବନ୍ଦୀ ହେବ। ଯେଉଁ ବ୍ୟକ୍ତିର ମୃତ୍ୟୁ ଖଣ୍ଡା ଦ୍ୱାରା ହେବାର ଅଛି, ତେବେ ସେ ଲୋକ ଖଣ୍ଡାରେ ମୃତ୍ୟୁବରଣ କରିବ। ଏହି ସମୟରେ, ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ରହିବା ଉଚିତ୍।


ସଦାପ୍ରଭୁଙ୍କୁ ବିଶ୍ୱାସ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦକାର୍ଯ୍ୟ ସଫଳ ହୁଏ। ହତାଶ ହୁଅ ନାହିଁ, ଯେତେବେଳେ ଦୁଷ୍ଟ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ମନ୍ତ୍ରଣା କରି ସେମାନଙ୍କର ଯୋଜନାରେ ସଫଳ ହୁଅନ୍ତି।


ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍।


ଆମ୍ଭେ ଗ୍ଭହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରତ୍ୟେକ ଜୀବନସାରା ସେହିଭଳି କଠୋର ପରିଶ୍ରମ କରୁଥାଅ। ତେବେ ତୁମ୍ଭେମାନେ ତୁମ୍ଭର ପ୍ରତ୍ୟାଶିତ ମହତ୍ ବିଷୟ ଲାଭ କରିବ।


ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ।


କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଦୃଢ଼ ଭାବରେ ତିଷ୍ଠି ରହିବ ସେ ଉଦ୍ଧାର ପାଇବ।


ଯୀଶୁଙ୍କ ଦୁଃଖ ଭୋଗ ରାଜ୍ୟ ଓ ଧୈର୍ଯ୍ୟରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ୱରଙ୍କ ବାକ୍ୟ ପ୍ରଗ୍ଭର ଓ ଯୀଶୁଙ୍କର ସାକ୍ଷୀ ହେବା ହେତୁ ନିର୍ବାସିତ ହୋଇ ପାତ୍ମ ଦ୍ୱୀପରେ ଥିଲି କାରଣ ମୁଁ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲି। ମୁଁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲି।


ଅବ୍ରହାମ ଧୈର୍ଯ୍ୟପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାନୁସାରେ ଫଳପ୍ରାପ୍ତ ହେଲେ।


ଖ୍ରୀଷ୍ଟଙ୍କର ଧୈର୍ଯ୍ୟ ଓ ପରମେଶ୍ୱରଙ୍କ ପ୍ରେମ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହେବା ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଗ୍ଭଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।


କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ।


ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି।


ମୁଁ ସଦାପ୍ରଭୁଙ୍କୁ ଡାକିଲି, ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ।


ଶାସ୍ତ୍ରରେ ଯେଉଁ କଥା ମାନ ଲେଖା ଅଛି, ସେଗୁଡ଼ିକ ଦ୍ୱାରା ଆମ୍ଭର ଧୈର୍ଯ୍ୟ ଓ ଶକ୍ତି ବଢ଼େ ଓ ଆମ୍ଭେ ଭରସା ଲାଭ କରୁ।


ମୁଁ ଯେତେବେଳେ ଏହି କଥା ଶୁଣିଲି ମୋର ସମସ୍ତ ଶରୀର ଥରି ଉଠିଲା। ସେହି ଶବ୍ଦରେ ମୋ’ ଓଷ୍ଠରେ କମ୍ପନ ହେଲା। ମୋର ଅସ୍ଥିମଜ୍ଜାରେ ମୁଁ ଦୁର୍ବଳ ହୋଇ ପଡ଼ିଲି। ମୁଁ ସେହି କମ୍ପନ ଅବସ୍ଥାରେ ଥରିବାକୁ ଲାଗିଲି। ଯେତେବେଳେ ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସେହି ଆକ୍ରମଣ ଓ ଧ୍ୱଂସର ଦିନଗୁଡ଼ିକ ଆସିବା ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି।


ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ।


ତୁମ୍ଭ କାମଗୁଡ଼ିକରେ ତୁମ୍ଭର ଧୈର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହେବାକୁ ଦିଅ। ତେବେ ଯାଇ ତୁମ୍ଭେ ସିଦ୍ଧ ଓ ସମ୍ପୂର୍ଣ୍ଣ ହେବ। ତୁମ୍ଭର ପ୍ରତ୍ୟେକ ଆବଶ୍ୟକ ବିଷୟ ତୁମ୍ଭେ ପାଇବ।


ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା,


Swiv nou:

Piblisite


Piblisite