ଲୂକ ଲିଖିତ ସୁସମାଚାର 21:12 - ପବିତ୍ର ବାଇବଲ12 “କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ। Gade chapit laପବିତ୍ର ବାଇବଲ (Re-edited) - (BSI)12 କିନ୍ତୁ ଏହିସମସ୍ତ ଘଟଣା ପୂର୍ବେ ଲୋକେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋʼ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ଛାମୁକୁ ନିଆଯିବ; Gade chapit laଓଡିଆ ବାଇବେଲ12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; Gade chapit laପବିତ୍ର ବାଇବଲ (CL) NT (BSI)12 ଏସବୁ ବିଷୟ ଘଟିବା ପୂର୍ବରୁ ତୁମ୍ଭେମାନେ ଗିରଫ ହୋଇ ଉତ୍ପୀଡ଼ିତ ହେବ; ଉପାସନା ଗୃହମାନଙ୍କରେ ବିଚାରିତ ହୋଇ ବନ୍ଦୀଶାଳାରେ ନିକ୍ଷିପ୍ତ ହେବା ପାଇଁ ତୁମ୍ଭମାନଙ୍କୁ ଧରାଇ ଦିଆଯିବ; ମୋ’ ଯୋଗୁଁ ତୁମେ ରାଜା ଓ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଅଣଯିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ; Gade chapit la |
ତହିଁ ଆର ଦିନ ସେନାଧ୍ୟକ୍ଷ ଜାଣିବା ପାଇଁ ଗ୍ଭହିଁଲେ, ଯିହୂଦୀମାନେ ପ୍ରକୃତରେ ପାଉଲଙ୍କ ବିରୁଦ୍ଧରେ କ’ଣ ଦୋଷାରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରିଦେଲେ ଏବଂ ଯିହୂଦୀ ମୁଖ୍ୟ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହେବାକୁ ଆଦେଶ ଦେଲେ। ତା'ପରେ ସେନାଧ୍ୟକ୍ଷ ପାଉଲଙ୍କର ଶିକୁଳି ଖୋଲି ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖରେ ବିଗ୍ଭର ପାଇଁ ଠିଆ କରାଇଲେ।
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାରରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭେମାନେ ଦଶ ଦିନ ପର୍ଯ୍ୟନ୍ତ ଦୁଃଖ କଷ୍ଟ ସହିବ। କିନ୍ତୁ ବିଶ୍ୱସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼ିପାରେ। ତୁମ୍ଭେ ଯଦି ବିଶ୍ୱସ୍ତ ରହିବ, ତେବେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦେବି।