Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:1 - ପବିତ୍ର ବାଇବଲ

1 ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥିଉତ୍ତାରେ ସେ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ତାରରେ ଆପଣା ଆପଣା ଦାନ ପକାଉଥିବା ଦେଖିଲେ।

Gade chapit la Kopi

ଓଡିଆ ବାଇବେଲ

1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ଦାନ ପକାଉଥିବା ଦେଖିଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ଚାରି ଆଡ଼କୁ ଚାହିଁ ଧନୀ ଲୋକମାନଙ୍କୁ ମନ୍ଦିରର ଦାନ ସଂଗ୍ରହ ବାକ୍ସରେ ଦାନ ପକାଉ ଥିବାର ଦେଖିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ଡାରରେ ନିଜ ନିଜର ଦାନ ପକାଉଥିବା ଦେଖିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 21:1
12 Referans Kwoze  

ଯୀଶୁ ଏସବୁ କଥା ମନ୍ଦିର ପରିସରରେ ଉପଦେଶ ଦେଲାବେଳେ କହିଲେ। ଦାନ ପାତ୍ରରେ ଦାନ ପକାଉଥିବା ସ୍ଥାନ ନିକଟରେ ଯୀଶୁ ଠିଆ ହୋଇଥିଲେ। କିନ୍ତୁ କେହି ଲୋକ ତାହାଙ୍କୁ ବନ୍ଦୀ କଲେ ନାହିଁ। ଯୀଶୁଙ୍କର ଉଚିତ୍ ସମୟ ସେପର୍ଯ୍ୟନ୍ତ ଆସି ନ ଥିଲା।


ପ୍ରଧାନଯାଜକମାନେ ମନ୍ଦିର ଭିତରେ ସେହି ରୂପାଟଙ୍କାତକ ଗୋଟାଇ ନେଲେ। ସେମାନେ କହିଲେ, “ମନ୍ଦିର ଟଙ୍କା ସହିତ ଏ ଟଙ୍କାତକ ରଖିବା ନିୟମ ବିରୁଦ୍ଧ ହେବ। କାରଣ ଏ ଟଙ୍କା ଜଣକର ମୃତ୍ୟୁ ପାଇଁ ଦିଆଯାଇଛି।”


ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ।


ତହିଁରେ ମୁଁ ଶେଲିମିୟ ଯାଜକକୁ ଓ ଲେଖକ ସାଦୋକ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ତାର ସମୂହର ଅଧ୍ୟକ୍ଷ କଲି। ଏବଂ ସ‌କ୍‌କୂରର ପୁତ୍ର ହନାନ୍, ମତ୍ତନୀୟର ପୁତ୍ର ସ‌କ୍‌କୂର ସେମାନଙ୍କର ଅଧୀନରେ କାର୍ଯ୍ୟ କଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।


ନବୂଖ‌ଦ୍‌ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।


ସମସ୍ତ ରୂପା, ସୁନା, ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ଓ କରେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଓ ଏହା ସଦାପ୍ରଭୁଙ୍କ ଭଣ୍ଡାରକୁ ଗ୍ଭଲିଯିବ।”


ଶୀଶକ୍ ସଦାପ୍ରଭୁଙ୍କ ଗୃହରୁ ଓ ରାଜଗୃହରୁ ସମସ୍ତ ଧନ ଲୁଣ୍ଠନ କଲେ। ଧନ ବ୍ୟତୀତ ସୁବର୍ଣ୍ଣର ଢାଲସବୁ ନେଇଗଲେ। ଯାହାକୁ ଦାଉଦ ଅରାମର ହଦଦେଶର ରାଜାଙ୍କଠାରୁ ନେଇଥିଲେ।


ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ।


ତେଣୁ ଯାଜକ ଯିହୋୟାଦା ଗୋଟିଏ ସିନ୍ଦୁକ ନେଇ ତା'ର ଢାଙ୍କୁଣିରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା। ପୁଣି ଦ୍ୱାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ୱାରା ଆଣିଲେ, ସେହି ଦ୍ୱାର ନିକଟରେ ରଖିଲେ।


କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”


Swiv nou:

Piblisite


Piblisite