Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 20:9 - ପବିତ୍ର ବାଇବଲ

9 ତା'ପରେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ, “ଗୋଟିଏ ଲୋକ କିଛି ଜମିରେ ଅଙ୍ଗୁର ଗ୍ଭଷ କଲା। ସେ ଏହି ଜମିଟି କେତେ ଜଣ କୃଷକଙ୍କୁ ଭାଗ ଦେଇଦେଲା। ତା'ପରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରୁ ଗ୍ଭଲିଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏଥିଉତ୍ତାରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗମନ କଲେ।

Gade chapit la Kopi

ଓଡିଆ ବାଇବେଲ

9 ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ । ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ଦିନେ ଯୀଶୁ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କଥା କହିଲେ, “ଜଣେ ଲୋକ ଗୋଟିଏ ଦ୍ରାକ୍ଷା କ୍ଷେତ୍ର କରି ଚାଷୀମାନଙ୍କୁ ତାହା ଭାଗରେ ଦେଲେ ଓ ବହୁତ ଦିନ ପାଇଁ ବିଦେଶକୁ ଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହାପରେ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହା କୃଷକମାନଙ୍କୁ ଭାଗରେ ଦେଇ ବହୁକାଳ ନିମନ୍ତେ ବିଦେଶକୁ ଗଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 20:9
15 Referans Kwoze  

ହେ ଯିହୁଦା, ମୁଁ ତୁମ୍ଭକୁ ସ୍ୱତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତେବେ ତୁମ୍ଭେ କାହିଁକି ବନ୍ୟ ଦ୍ରାକ୍ଷାଲତା ହେଲ?


ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଜଣେ ଅତି ମାନ୍ୟଗନ୍ୟ ବ୍ୟକ୍ତି ରାଜା ହେବା ପାଇଁ କୌଣସି ଏକ ଦୂର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫେରି ଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।


“ସ୍ୱର୍ଗରାଜ୍ୟ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସେହି ଲୋକ ଯିବା ପୂର୍ବରୁ ତା'ର ଗ୍ଭକରମାନଙ୍କୁ ଡାକି ତା'ର ଅନୁପସ୍ଥିତିରେ ସମସ୍ତ ସମ୍ପତ୍ତିର ଯତ୍ନ ନେବାକୁ କହିଲେ।


“ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ୱାରା ଦତ୍ତ ସମସ୍ତ ସହର ପାଇଁ ବିଗ୍ଭରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରତ୍ୟେକ ଗୋଷ୍ଠୀୟ ଏପରି କରିବା ଉଚିତ୍। ଏବଂ ସେହି ଲୋକମାନେ ସେମାନଙ୍କୁ ଶାସନ କରିବେ ଓ ନ୍ୟାୟ ସୁରକ୍ଷିତ କରିବେ।


ଯୀଶୁ ସେମାନଙ୍କୁ କହିଲେ, “ମୁଁ ତେବେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାରରେ ଏ ସବୁ କାମ କରୁଛି।”


ପରେ ଅଙ୍ଗୁର ତୋଳିବା ସମୟ ଆସିଲା। ତେଣୁ ଲୋକଟି ତା'ର ଜଣେ ଗ୍ଭକରକୁ ଏହି କୃଷକମାନଙ୍କ ପାଖକୁ ପଠାଇଲା ଯେପରି କୃଷକମାନେ ତାହାଙ୍କ ଭାଗ ଅଙ୍ଗୁର ଗ୍ଭକର ହାତରେ ଦେଇଦେବେ। କିନ୍ତୁ କୃଷକମାନେ ଗ୍ଭକରକୁ ମାଡ଼ ମାରି ଖାଲି ହାତରେ ପଠେଇ ଦେଲେ।


Swiv nou:

Piblisite


Piblisite